ଆମ ଜିଲା ଖବର

ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼

ପୁରୀ ଅଫିସ,୨୭।୪: ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି। ସେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପୁରୀ ପ୍ରଶାସନ…

ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି।…

ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ବଚସା ପରେ ଦୋକାନୀଙ୍କୁ ଗୁଳିମାଡ଼ କରିଥିବା…

କାନ୍ଦିଲେ ଅପରାଜିତା

ପୁରୀ ଅଫିସ,୨୭।୪: ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ସେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା…

ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ,୨୭।୪: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା…

ଗ୍ରାମବାସୀ, ସରପଞ୍ଚ କଲେ ରାଜ୍ୟ ରାଜପଥ ମରାମତି

ସଜନାଗଡ଼, ୨୭ା୪(ଡି.ଏନ.ଏ.) – ବାଲେଶ୍ୱର ଜିଲାରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ନୀଳଗିରିରୁ ଝରଣଘାଟି ପର୍ଯ୍ୟନ୍ତ ରାସ୍ତାର କିଛି କିଛି ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି…

ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଖୁବ୍‌ଶୀଘ୍ର

ବାଲେଶ୍ୱର ଅଫିସ, ୨୭ା୪ – ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ରେଳଷ୍ଟେଶନର ମଡ଼େଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏଥିସହ ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟ ତ୍ୱରାନ୍ବିତ…

ବାହାଘରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ, ୭ ଗୁରୁତର

ପାରଳାଖେମୁଣ୍ଡି,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ପିକ୍‌ଅପ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ…

କୁମ୍ଭାରିଆ, ବାଉରି ସେତୁ ଉଦ୍‌ଘାଟିତ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ଓ ଜେରେଙ୍ଗ ଦେହୁରୀସାହିଠାରେ ମଙ୍ଗଳବାର ଦୁଇଟି ସେତୁ ଉଦ୍‌ଘାଟିତ ହୋଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗଦେଇ ଏହି ୨ ସେତୁର ଲୋକାର୍ପଣ…

‘ଶିଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁନି ନିଯୁକ୍ତି’

ଅନୁଗୋଳ ଅଫିସ,୨୭।୪ – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର ଅନୁଗୋଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କା,…

୩ ମାସ ଯାଏ ପଥିକଙ୍କୁ ମିଳିବ ପାନୀୟ ଜଳ

ତାଳଚେର,୨୭।୪ (ନି.ପ୍ର.) – ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ବଢ଼ୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍‌ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ସୋମବାର ଏକ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଏମ୍‌ସିଏଲ୍‌ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ…

ଡଙ୍ଗା ବୁଡ଼ି ୨ ନିଖୋଜଙ୍କ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ବାଲିମେଳା ଜଳଭଣ୍ଡାରରେ ଦୁଇଦିନ ତଳେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିଲେ। ବୁଧବାର ସକାଳୁ ସେମାନଙ୍କ ମୃତଦେହ ଜବତ କରାଯାଇଛି। ଜଗନ୍ନାଥ ଗୋଲାରୀ(୧୯) ଏବଂ ପିତାମ୍ବର ମୁଦୁଲି (୧୯)ଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?