ସୋସାଇଟି ନିର୍ବାଚନ ସ୍ଥଗିତ

ପଟ୍ଟାମୁଣ୍ଡାଇ,୪ା୬(ସ୍ବ.ପ୍ର.): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ୧୬ ସମବାୟ ସମିତି ରହିଛି । ସେଥିମଧ୍ୟରୁ ଖଡ଼ଇଣ୍ଟା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ସ୍ଥଗିତ ରଖାଯାଇଥିଲା ା ଗୁରୁବାର ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ନିର୍ବାଚନ ଅଧିକାରୀ ମୁଳତା ଦାସ ବିଧିବଦ୍ଧ ଭାବେ ନୋଟିସ ଜାରି କରି ସ୍ଥଗିତ ଘୋଷଣା କରିଥିଲେ। ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଅନନ୍ତ କୁମାର ସାହୁ ଅନୁପସ୍ଥିତ ଥିବାରୁ ଚଳିତ ନିର୍ବାଚନକୁ ସ୍ଥଗିତ ରଖାଗଲା ବୋଲି ନିର୍ବାଚନ ଅଧିକରୀ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଥିଲେ । ଦାଖଲ ହୋଇଥିବା ୧୨ ସଭ୍ୟା/ସଭ୍ୟଙ୍କ ମନୋନୟନପତ୍ରକୁ ନିର୍ବାଚନ ଅଧିକାରୀ ମୁଳତା ଦାସ ଶୁକ୍ରବାର ନାକଚ କରିଛନ୍ତି । ମନୋନୟନପତ୍ର ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ବ୍ରଜବନ୍ଧୁ ଦାଶ, କୁମାରେଶ ନାୟକ, ରାମଚନ୍ଦ୍ର ନାୟକ, ଛବିଳତା ମାଲିକ, ମାନସ ରଞ୍ଜନ ମହାନ୍ତି, ଦିଲ୍ଲୀପ କୁମାର ମହାନ୍ତି, ମନୋରମା ବଳ, ରମେଶ ବିଶ୍ୱାଳ, ଅକ୍ଷୟ କୁମାର ଦାସ, ଅବିନାଶ ଲେଙ୍କା, ବିନୋଦ ବେହେରା, ପୂର୍ଣିମା ଲେଙ୍କା ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ସମବାୟ ସମିତି ନିର୍ବାଚନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ନିର୍ବାଚନରେ ସମସ୍ତ ସରକାରୀ ନୀତି ନିୟମ ଓ ସମବାୟ ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା । ଉକ୍ତ ସମବାୟ ସମିତିର ସଭ୍ୟ ସଂଖ୍ୟା ୨୩୩୬ ଥିବାବେଳେ ପ୍ରକୃତ ସଭ୍ୟ ତାଲିକା ପ୍ରକାଶ କରାଯାଇନାହିଁ ା ଏପରି କି ଜୋନ୍‌ ଚୟନରେ ଚଞ୍ଚକତା କରାଯାଇ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲ। ଏଥିନେଇ ପଟ୍ଟାମୁଣ୍ଡାଇ ସମବାୟ ସମିତି ସଭ୍ୟ ସୁରେନ୍ଦ୍ର ଗିରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ସମବାୟ ସମିତିର ନିର୍ଦ୍ଦେଶକ ପଦବୀ ପାଇଁ ଚଞ୍ଚକତା କରି ମନୋନୟନପତ୍ର ଦାଖଲ କରାଯାଇଥିବା ଅଭିଯୋଗ ହୋଇଥିଲା । ବହୁ ପ୍ରାର୍ଥୀ ସମବାୟ ସମିତିର ଋ଼ଣ ଖିଲାପକାରୀ ଅଟନ୍ତି ବୋଲି ସେଥିରେ ଦର୍ଶାଯାଇଥିଲା। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସମବାୟ ସମିତି ସମ୍ପାଦକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକଙ୍କ ସ୍ବାକ୍ଷର ଥିବା ଦସ୍ତାବିଜକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରଯାଇଥିଲା । ପଟ୍ଟାମୁଣ୍ଡାଇ ସମବାୟ ସମିତି ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ଦାସ ଅଭିଯୋଗର ଶୁଣାଣୀ କରି ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri