ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଯୋଜନା ବାଟବଣା

ବାଲେଶ୍ୱର ଅଫିସ, ୪।୬ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍‌ କଲେଜ ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏନେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟ ଓ କେନ୍ଦ୍ର ସରକାର ରୋଗୀମାନଙ୍କ ପାଇଁ ବ୍ୟବସ୍ଥା କରିଥିବା ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯୋଜନାକୁ ଭ୍ରୁକ୍ଷେପ ନ କରି ନିଜର ସ୍ଵାର୍ଥ ହାସଲ ପାଇଁ ଡାକ୍ତରମାନେ ଘରୋଇ କ୍ଲିନିକ୍‌, ଔଷଧ ଦୋକାନରେ ଦୀର୍ଘ ସମୟ ଧରି ଶୁଳ୍କଯୁକ୍ତ ସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହାକୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଜିଲାରେ ଥିବା ଦୁଇଜଣ ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାର ତୁରନ୍ତ ପ୍ରତିକାର କରା ନ ଗଲେ କମିଟି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।
ମେଡ଼ିକାଲ୍‌ କଲେଜର ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତରମାନେ ନିଜର ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି। ସରକାରୀ ଡାକ୍ତରଖାନାରେ ବହୁ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ସୁଯୋଗ ଥିବାବେଳେ ରୋଗୀମାନଙ୍କୁ ନିର୍ଦ୍ଦିଷ୍ଟ କେତେକ ଘରୋଇ ପରୀକ୍ଷାକେନ୍ଦ୍ରକୁ ପଠାଉଛନ୍ତି। ଫଳରେ ରୋଗୀମାନେ ନିଶୁଳ୍କ ସରକାରୀ ସ୍ବାସ୍ଥ୍ୟ ପରିବର୍ତ୍ତେ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହି ସମସ୍ୟା ନିରାକରଣ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁଲାଇରୁ କ୍ରିୟାନୁଷ୍ଠାନ କମିଟି ଜିଲାବାସୀଙ୍କ ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ ଦାସ, ମିନତି ରାୟ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ କର୍ମକର୍ତ୍ତା ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?