ନିର୍ମାଣ ହେବ ମିନି ଷ୍ଟାଡିୟମ

ବାଲେଶ୍ୱର ଅଫିସ,୪।୬ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଶ୍ରୀଜଙ୍ଗ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମିନି ଷ୍ଟାଡ଼ିୟମ୍‌ ହେବାର ଏକ ପ୍ରକଳ୍ପ ସୁପାରିଶ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରକଳ୍ପ ବାବଦରେ ୩୦ଲକ୍ଷ ଟଙ୍କା ଅର୍ଥରାଶି ଧାର୍ଯ୍ୟ କରିଥିଲେ। ଏହି ମିନି ଷ୍ଟାଡ଼ିୟମ୍‌ ୬ଏକର ସରକାରୀ ଜମି ଉପରେ ହେବାର ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟ ଆରମ୍ଭ କରାଯିବା ସମୟରେ ପ୍ରକୃତରେ ଅଧାରୁ ଅଧିକ ଜମି ଜବରଦଖଲରେ ଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରେମୁଣା ତହସିଲ ଅଫିସ୍‌ରେ ଅଭିଯୋଗ ହୋଇଥିଲା। ଜବରଦଖଲ ଉଚ୍ଛେଦ କରା ନ ଗଲେ ମିନି ଷ୍ଟାଡ଼ିୟମ୍‌ କାର୍ଯ୍ୟ ଠିକ୍‌ ଭାବେ ହୋଇପାରିବ ନାହଁି ବୋଲି କହି କାର୍ଯ୍ୟ ବନ୍ଦ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ ନ କରିବାରୁ ଅଭିଯୋଗକାରୀମାନେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାକୁ ବିଚାର କରି ହାଇକୋର୍ଟ ୨୦୨୧ ଜୁନ୍‌ ସୁଦ୍ଧା ଜବରଦଖଲ ଉଚ୍ଛେଦ ନିମନ୍ତେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମଧ୍ୟ ପ୍ରଶାସନ ଠିକ୍‌ ଭାବେ ତୁଲାଇ ପାରି ନ ଥିଲେ। ଫଳରେ ମିନି ଷ୍ଟାଡ଼ିୟମ୍‌ର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଥିଲା। ଗତ କିଛିଦିନ ପୂର୍ବରୁ ପୁଣି ଗ୍ରାମବାସୀ ଅଭିଯୋଗପତ୍ର ସହ ହାଇକୋଟର୍ର୍ଙ୍କ ନିର୍ଦ୍ଦେଶର ସମସ୍ତ କାଗଜପତ୍ର ଧରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ରେମୁଣା ତହସିଲଦାର ସୀତାଂଶୁ ଶେଖର ଦାସ ପୋଲିସ ସହଯୋଗରେ ଉକ୍ତ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ଅବିଳମ୍ବେ ମିନିଷ୍ଟାଡ଼ିୟମ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri