ଆମ ଜିଲା ଖବର

ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ୍‌, ଚାଳକ ଗୁରୁତର

ପାଟଣା,୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଟ୍ରକ୍‌ଟି ରବିବାର ବିଳମ୍ବିତ ରାତିରେ ଏକ ଗ୍ୟାରେଜ ଘର ଭିତରକୁ ଭାରସାମ୍ୟ…

ଦେବଗଡ଼ ବିଧାୟକଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବହିଷ୍କାର ଦାବି କରାଯାଇଛି। ତିଲେଇବଣି ବ୍ଲକ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବହିଷ୍କାର ଦାବି ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ। ଦେବଗଡ଼ ଜିଲା ସଭାପତି…

ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ଭାଜପା। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲୁ ରହିବ। ସମସ୍ତ…

ଏମ୍‌କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨ା୫: ଏମ୍‌କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛ। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ ଯୋଗୁ ଅଧ୍ୟକ୍ଷଙ୍କ କୋଠରି ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡ଼ିଯାଇଛି। କାନ୍ଥରେ ଲାଗିଥିବା ଏକ…

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି ହେବାରୁ ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାଲଲହଡ଼ା ଉପଖଣ୍ଡ…

ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର ଅଫିସ,୨ା୫: ବାଲେଶ୍ୱର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଲିଆ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ରେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାପାର୍ଶ୍ୱ ଡିଭାଇଡରରେ ପିଟି ହୋଇଯାଇଥିଲେ। ଏଥିରେ…

ବାଜପୁର ଗାଁରେ ୧୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାଧପୁର,୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନ ଟୁସର ପଞ୍ଚାୟତର ବାଜପୁର ଗ୍ରାମରେ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୮ରେ ଗାଁରେ ଏକ ଭୋଜିଭାତର ଆୟୋଜନ ହୋଇଥିଲା। ଭୋଜି ଖାଇବା ପରେ ଗ୍ରାମର କିଛି ଲୋକ…

ଝୁଲନ୍ତା ଅବସ୍ଥାରେ ମିଳିଲା ସିଆର୍‌ପିଏଫ୍‌ ଯବାନଙ୍କ ମୃତଦେହ

ବରଗଡ଼ ଅଫିସ,୧।୫: ବରଗଡ଼ ସହର ଉପକଣ୍ଠ ଗୋବିନ୍ଦପୁର ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ଅଘଟଣ ଘଟିଛି। ରବିବାର କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ୧୮୯ ବାଟାଲିଆନର ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ…

ଶ୍ରମିକ ହେଉଛନ୍ତି ଦେଶର ମେରୁଦଣ୍ଡ

କୋକସରା,୧ା୫(ଡି.ଏନ.ଏ.): କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ବରାଡଙ୍ଗା ଲଙ୍କେଶ୍ୱରୀ ମନ୍ଦିର ପରିସରରେ ବ୍ଲକ ଶ୍ରମିକ ସଙ୍ଗଠନ ପକ୍ଷରୁ ରବିବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ସାଧାରଣ ସମ୍ପାଦକ ସୁବୋଧ କୁମାର କରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଶ୍ରମିକ ସଂଘ…

କରଜ ଟଙ୍କା ଆଦାୟକୁ ନେଇ ଆକ୍ରମଣ, ଜଣେ ଆହତ

ଆର.ଉଦୟଗିରି,୧।୫: ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ ମୋହନା ସହରକୁ ଆସିବା ସମୟରେ କେନ୍ଦୁପଦା ଗ୍ରାମରେ କରଜ ଟଙ୍କା ଆଦାୟକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମିିଖାଇଲ…

ଡହ ଡହ ଖରାରେ ଚାଉଳ, ଭତ୍ତା ବଣ୍ଟନ

ଆର.ଉଦୟଗିରି,୧।୫: ଗତ କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରବାହ ଜାରି ରହିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଛାଇରେ ରହିବାକୁ କହିବା ସହ ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏଭଳି…

ହାର୍ଡକୋର ମାଓବାଦୀ ଲଖମାନଙ୍କ ଆତ୍ମସମର୍ପଣ

ଭବାନୀପାଟଣା,୧।୪(ସ୍ବ.ପ୍ର.): ହାର୍ଡକୋର ମାଓବାଦୀ ଲଖମାନ ଆପକା ରବିବାର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଲଖମାନ ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡ଼ିଶା ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?