ଗ୍ରାମାଞ୍ଚଳରେ ଅବାଧ ଅଶ୍ଳୀଳ ନୃତ୍ୟ

ଗୁଣପୁର,୮।୬(ଡି.ଏନ୍‌.ଏ.): ଅଶ୍ଲୀଳ ରେକର୍ଡ ଡ୍ୟାନ୍ସ ଉପରେ ଲଗାମ ଲାଗି ପାରୁନାହିଁ । ଯାତ୍ରା ନାମରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ରାୟଗଡା ଜିଲା ଗୁଣପୁର ଏବଂ ରାମନାଗୁଡାର ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ବେଧଡ଼କ କାରବାର ଚାଲିଛି। ବିଭିନ୍ନ ପର୍ବପର୍ବାଣି ଆଳରେ ଗଁା ଗଁାରେ ଏହା ଚାଲୁଛି। ତାହାକୁ ବନ୍ଦ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। ନାମକୁ ମାତ୍ର ବେଳେବେଳ ଧରପଗଡ଼ କରାଯାଏ। ହେଲେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହି ରେକର୍ଡ ଡ୍ୟାନ୍ସରେ ରାଜ୍ୟ ଏବଂ ରାଜ୍ୟ ବାହାର ଅଞ୍ଚଳରୁ ଯୁବତୀମାନଙ୍କୁ ଦଲାଲମାନେ ଆଣି ନଚାଇଥାନ୍ତି। ଯୁବତୀମାନେ ନିଜ ପେଟପାଟଣା ପାଇଁ ଏପରି କରିବାକୁ ବାଧ୍ୟ ହେଉଥିବାବେଳେ ଦଲାଲମାନେ ଏଥିରେ ମାଲାମାଲ ହେଉଛନ୍ତି। ଗୁଣପୁର ପୋଲିସ ପଗଡବିଲିରେ ରାଧାକୃଷ୍ଣ ମନ୍ଦିର ବାର୍ଷିକ ଉତ୍ସବ ଲାଗି ରେକର୍ଡ ଡ୍ୟାନ୍ସ କରିବାକୁ ଆସିଥିବା ୬ ଜଣ ଯୁବତୀଙ୍କ ସମେତ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ସନ୍ତୋଷ ସାହୁଙ୍କୁ ଗିରଫ କରିଛନ୍ତି। ଯୁବତୀମାନେ ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଏବଂ ଓଡଗଁା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କୁ ରବିବାର ଗିରଫ କରାଯାଇଥିବାବେଳେ ମଙ୍ଗଳବାର ଗୁଣପୁର ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଛି। ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଆଇପିସି ଦଫା ୨୯୪, ୧୧୪ ଏବଂ ୩୪ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫର ୨ଦିନ ପର୍ଯ୍ୟନ୍ତ ୬ଜଣ ଯୁବତୀଙ୍କୁ ଥାନାରେ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗିରଫ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଏସ୍‌ଡିଜେଏମ୍‌ ସେମାନଙ୍କୁ ଜାମିନରେ ଛାଡଥିବା ଅଭିଯୁକ୍ତଙ୍କ ଓକିଲ ଅକ୍ଷୟ ଶତପଥୀ ସୂଚନା ଦେଇଛନ୍ତି।
ସୂଚନାଥାଉକି ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏପରି ଅଶ୍ଲୀଳ ନୃତ୍ୟର ଆୟୋଜନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିମାନେ ପୋଲିସ ସହାୟତାରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏଥିରେ ଟିକେଟ ବ୍ୟବସ୍ଥା ମଧ୍ୟ ରହୁଛି। ଏଥିରୁ ବିପୁଳ ପରିମାଣର ଅର୍ଥ ଆଦାୟ ହେଉଛି, ଯାହାର ସିଂହଭାଗ ପୋଲିସ ବରିଷ୍ଠ ଅଧିକାରୀମାନଙ୍କ ପାଖରେ ପହଞ୍ଚୁଛି। ଆୟୋଜନରେ ଭାଗ ନେଉଥିବା ଦର୍ଶକଙ୍କୁ ଉକ୍ତ ନୃତ୍ୟର ଭଡିଓ ଉତ୍ତୋଳନ କରିବାକୁ ବାରଣ କରାଯାଉଛି। ଏଥିପାଇଁ ଦର୍ଶକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି। ଭିଡିଓ ଉତ୍ତୋଳନ କଲେ ଗୁଳି କରି ହତ୍ୟା କରାଯିବାକୁ ମଧ୍ୟ ଆୟୋଜକମାନେ ଧମକ ଦେଉଥିବା କିଛିଦିନ ତଳେ ଗଜପତି ଜିଲାରୁ ଆସିଥିବା ଏକ ଅଭିଯୋଗରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri