ଗ୍ରାମାଞ୍ଚଳରେ ଅବାଧ ଅଶ୍ଳୀଳ ନୃତ୍ୟ

ଗୁଣପୁର,୮।୬(ଡି.ଏନ୍‌.ଏ.): ଅଶ୍ଲୀଳ ରେକର୍ଡ ଡ୍ୟାନ୍ସ ଉପରେ ଲଗାମ ଲାଗି ପାରୁନାହିଁ । ଯାତ୍ରା ନାମରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ରାୟଗଡା ଜିଲା ଗୁଣପୁର ଏବଂ ରାମନାଗୁଡାର ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ବେଧଡ଼କ କାରବାର ଚାଲିଛି। ବିଭିନ୍ନ ପର୍ବପର୍ବାଣି ଆଳରେ ଗଁା ଗଁାରେ ଏହା ଚାଲୁଛି। ତାହାକୁ ବନ୍ଦ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। ନାମକୁ ମାତ୍ର ବେଳେବେଳ ଧରପଗଡ଼ କରାଯାଏ। ହେଲେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହି ରେକର୍ଡ ଡ୍ୟାନ୍ସରେ ରାଜ୍ୟ ଏବଂ ରାଜ୍ୟ ବାହାର ଅଞ୍ଚଳରୁ ଯୁବତୀମାନଙ୍କୁ ଦଲାଲମାନେ ଆଣି ନଚାଇଥାନ୍ତି। ଯୁବତୀମାନେ ନିଜ ପେଟପାଟଣା ପାଇଁ ଏପରି କରିବାକୁ ବାଧ୍ୟ ହେଉଥିବାବେଳେ ଦଲାଲମାନେ ଏଥିରେ ମାଲାମାଲ ହେଉଛନ୍ତି। ଗୁଣପୁର ପୋଲିସ ପଗଡବିଲିରେ ରାଧାକୃଷ୍ଣ ମନ୍ଦିର ବାର୍ଷିକ ଉତ୍ସବ ଲାଗି ରେକର୍ଡ ଡ୍ୟାନ୍ସ କରିବାକୁ ଆସିଥିବା ୬ ଜଣ ଯୁବତୀଙ୍କ ସମେତ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ସନ୍ତୋଷ ସାହୁଙ୍କୁ ଗିରଫ କରିଛନ୍ତି। ଯୁବତୀମାନେ ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଏବଂ ଓଡଗଁା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କୁ ରବିବାର ଗିରଫ କରାଯାଇଥିବାବେଳେ ମଙ୍ଗଳବାର ଗୁଣପୁର ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଛି। ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଆଇପିସି ଦଫା ୨୯୪, ୧୧୪ ଏବଂ ୩୪ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫର ୨ଦିନ ପର୍ଯ୍ୟନ୍ତ ୬ଜଣ ଯୁବତୀଙ୍କୁ ଥାନାରେ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗିରଫ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଏସ୍‌ଡିଜେଏମ୍‌ ସେମାନଙ୍କୁ ଜାମିନରେ ଛାଡଥିବା ଅଭିଯୁକ୍ତଙ୍କ ଓକିଲ ଅକ୍ଷୟ ଶତପଥୀ ସୂଚନା ଦେଇଛନ୍ତି।
ସୂଚନାଥାଉକି ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏପରି ଅଶ୍ଲୀଳ ନୃତ୍ୟର ଆୟୋଜନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିମାନେ ପୋଲିସ ସହାୟତାରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏଥିରେ ଟିକେଟ ବ୍ୟବସ୍ଥା ମଧ୍ୟ ରହୁଛି। ଏଥିରୁ ବିପୁଳ ପରିମାଣର ଅର୍ଥ ଆଦାୟ ହେଉଛି, ଯାହାର ସିଂହଭାଗ ପୋଲିସ ବରିଷ୍ଠ ଅଧିକାରୀମାନଙ୍କ ପାଖରେ ପହଞ୍ଚୁଛି। ଆୟୋଜନରେ ଭାଗ ନେଉଥିବା ଦର୍ଶକଙ୍କୁ ଉକ୍ତ ନୃତ୍ୟର ଭଡିଓ ଉତ୍ତୋଳନ କରିବାକୁ ବାରଣ କରାଯାଉଛି। ଏଥିପାଇଁ ଦର୍ଶକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି। ଭିଡିଓ ଉତ୍ତୋଳନ କଲେ ଗୁଳି କରି ହତ୍ୟା କରାଯିବାକୁ ମଧ୍ୟ ଆୟୋଜକମାନେ ଧମକ ଦେଉଥିବା କିଛିଦିନ ତଳେ ଗଜପତି ଜିଲାରୁ ଆସିଥିବା ଏକ ଅଭିଯୋଗରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri