ଗହୀରମଥାରେ ଦାଆ ବେଣ୍ଟିଆ

ମହାକାଳପଡ଼ା,୭।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମୌସୁମୀ ବାୟୁ ଆଗମନ ପୂର୍ବରୁ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କର କୋଳାହଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଭଳି ମୌସୁମୀ ଆଗମନ ପରେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କର ଆଡ୍ଡାସ୍ଥଳୀ ପାଲଟିଯାଏ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅବବାହିକାରେ ଥିବା ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ। ୧୯୯୯ ମହାବାତ୍ୟା ପରେ ଉପକୂଳ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା କମି ଯାଇଥିଲା। ଏବେ ସେହି ପକ୍ଷୀମାନଙ୍କ ମଧ୍ୟରେ କେତେକ ଦେଖାଯାଉଛନ୍ତି। ଗଲାବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ନାଲି ରଙ୍ଗର ବଗ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଚଳିତବର୍ଷ ଏହି ଅଞ୍ଚଳରେ ବଗ ପ୍ରଜାତିର ଗ୍ଲସି ଆଇବିଶି (ଦାଆ ବେଣ୍ଟିଆ) ଦେଖିବାକୁ ମିଳିଛି। ତେଣୁ ବିଲୁପ୍ତ ହୋଇଯାଉଥିବା ପକ୍ଷୀମାନଙ୍କ ଉପଯୁକ୍ତ ଯତ୍ନ ନିଆଗଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ବୋଲି ପରିବେଶତ୍‌ମାନେ କହିଛନ୍ତି।
ଗହୀରମଥା ଅଞ୍ଚଳରେ ନଦୀ ନାଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଖାଲ ଜମି, ଗହୀର ପାଟ ଆଦି ସ୍ଥାନରେ ଛୋଟ ଛୋଟ ମାଛ, କଙ୍କଡା, ଗେଣ୍ଡା, ଶାମୁକା ଆଦି ମହଜୁଦ ଥିବାରୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମଙ୍ଗଳବାର ପୂର୍ବାହ୍ନରେ ଦାଆବେଣ୍ଟିଆ ଦେଖିବାକୁ ମିଳିଛି। ସାଧାରଣ ବଗଗୁଡ଼ିକ ଶିକାରୀକୁ ଦେଖିବା ପୂର୍ବରୁ ଉଡ଼ି ଯାଇଥାନ୍ତି। କିନ୍ତୁ ଦାଆ ବେଣ୍ଟିଆଗୁଡିକ ଟିକେ ଶବ୍ଦ ଶୁଣି ନିଜକୁ ସୁରକ୍ଷିତ ରଖିବାକୁ ବେକକୁ ଡେଣା ଭିତରେ ପୂରାଇ ଗୋଲାକାର ହୋଇଯାଆନ୍ତି। କଳା ରଙ୍ଗର ହୋଇଥିବାରୁ ଗଛର ପତ୍ର ଉହାଡରେ ନିଜକୁ ସୁରକ୍ଷିତ ରଖିଥାଏ। ଏହି ଦାଆ ବେଣ୍ଟିଆଙ୍କ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଦୃଷ୍ଟି ଦେବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। କାରଣ ଏହି ଅଞ୍ଚଳରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ଅଧିକ ରହିଛି। ବିଗତଦିନରେ ବଗ ଶିକାର କରି ବତୀଘର ଅଞ୍ଚଳର ଜଣେ ଶିକାରୀ ଗିରଫ ହୋଇଥିଲେ। ତେଣୁ ଯେପରି ବିଷ ଓ ଫାଶ ଦେଇ ପକ୍ଷୀମାନଙ୍କୁ ଶିକାର କରା ନ ଯାଏ ସେଥିପ୍ରତି ବନ ବିଭାଗ ପକ୍ଷରୁ ଯତ୍ନବାନ ହେବାକୁ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ଅପରପକ୍ଷରେ ପକ୍ଷୀ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କୁହନ୍ତି, ଏହା ଆମ ଦେଶୀୟ ପକ୍ଷୀ। ପ୍ରଥମଥର ପାଇଁ ଏହି ଅଞ୍ଚଳରେ ଦେଖା ଯାଇଥିବାରୁ ସେମାନଙ୍କ ସୁରକ୍ଷା, ବଂଶ ବିସ୍ତାର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ଉପରେ ଯେପରି ନ ପଡେ ସେଥିପାଇଁ ବନ ବିଭାଗ ଲୋକମାନଙ୍କୁ ସଚେତନ କରିବା ଦରକାର। ଯଦି ଏମାନଙ୍କ ବଂଶ ବିସ୍ତାର ପ୍ରତି ଯତ୍ନ ନିଆଯାଏ, ତେବେ ଏହାକୁ ଦେଖିବାକୁ ଦିନେ ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ପେଣ୍ଠସ୍ଥଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପାଲିଟିବ। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ପକ୍ଷୀଙ୍କୁ ଗ୍ଲସି ଆଇବିଶି (ଦାଆ ବେଣ୍ଟିଆ) ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?