ଚାଲିଛି ୨୦ରୁ ଊର୍ଦ୍ଧ୍ୱ ବେଆଇନ ଖାଦାନ

ଯାଜପୁର ଅଫିସ/କବାଟବନ୍ଧ (ଡି.ଏନ.ଏ.), ୮।୬: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନ କାମ କରୁନାହିଁ ା ଏଥିପାଇଁ ଡଙ୍କାରୀ, ଲୁଣିବର, କୁସୁନପୁର, ବାଘୁଆ, ରାହାଡପୁର, ଚାରଗୋଠ ଆଦି ପାହାଡ଼ରେ ୨୦ରୁ ଊର୍ଦ୍ଧ୍ୱ ସଇରାତରୁ ବେଆଇନ କଳାପଥର ଉତ୍ତୋଳନ ହେଉଛି। ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ା ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏଥିରେ ମାଲାମାଲ ହେଉଥିବା ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ , ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବ୍‌ଜାରେ ରହିଛି ା ପୂର୍ବରୁ ବଳଙ୍ଗ ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ପରିବେଶ ଅସନ୍ତୁଳନ ଓ ଜଙ୍ଗଲ ନଷ୍ଟ ସଂକ୍ରାନ୍ତରେ ଧର୍ମଶାଳାର ତତ୍କାଳୀନ ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ କଟକ ଡିଭିଜନ ଡିଏଫ୍‌ଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ହସ୍ତକ୍ଷେପରେ କଳାପଥର ବ୍ୟବସାୟୀଙ୍କ ସହ ମୂଲଚାଲ କରି ସମ୍ପୃକ୍ତ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ଜଙ୍ଗଲ ଜମିକୁ ଟେକି ଦେଇଥିବାରୁ ବିଭିନ୍ନ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ପଶୁପକ୍ଷୀ ଆଦି ବିପଦରେ ପଡିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାପୂର୍ବରୁ ବଳରାମପୁର ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ବିଛାଖଣ୍ଡି ଜଙ୍ଗଲ କିସମ ମୌଜାର ଖାତା ନମ୍ବର ୩୮୯ର ପ୍ଲଟ ନଂ.୧୮୪୮, ୧୮୫୬, ୧୮୬୧, ୧୮୭୬, ୧୮୭୨ ଓ ୧୮୭୧, ଅଞ୍ଜିରା ଜଙ୍ଗଲ କିସମ ମୌଜାର ଖାତା ନଂ. ୧୭୨୯ ପ୍ଲଟ ନଂ. ୧୪୭୭ ଏବଂ କୁସୁନପୁର ସଂରକ୍ଷିତ ଜଙ୍ଗଲ କିସମ ମୌଜାର ଖାତା ନଂ. ୬୩୧ ର ପ୍ଲଟ ନଂ. ୧୩୫୮, ୧୩୬୬, ୧୫୨୭ ଓ ୧୫୫୬ ର ୪୫୬.୩୪ ଏକର ଜମିରେ ବେଆଇନ କଳାପଥର ଉତ୍ତୋଳନ ଏବେ ବି ଜାରି ରହିଛି। ଏହାବାଦ୍‌ ବେଆଇନ ଖାଦାନ ସହ ଏକାଧିକ କ୍ରସର ମଧ୍ୟ ଜଙ୍ଗଲ ଜମିରେ ଚାଲିଛି ା ଏହାବାଦ୍‌ ଡଙ୍କାରୀ ପାହାଡ଼ର ୧ ସଇରାତ, ଲୁଣିବର ପାହାଡ଼ରେ ୩, ବାଘୁଆ ପାହାଡ଼ରେ ୨, ରାହାଡ଼ପୁର ପାହାଡ଼ରେ ୪ ଓ ଚାରଗୋଠ ପାହାଡ଼ରେ ୩ ଟି ଖାଦାନରେ ବେଆଇନ ଭାବେ ପଥର ଉତ୍ତୋଳନ ହେଉଥିବା ଅଞ୍ଚଳବାସୀଙ୍କ ସୂଚନା ଦେଇଛନ୍ତି। ଏନେଇ ଅଞ୍ଚଳବାସୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ବେଆଇନ ଖାଦାନ ମାଲିକଙ୍କ ସହ ଭିତିରିଆ ବୁଝାମଣା ଯୋଗୁ ଏହି ପରିସ୍ଥିତି ହୋଇଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri