ନିର୍ମାଣ ଅପେକ୍ଷାରେ ୯୮୮ ଅଙ୍ଗନୱାଡି କେନ୍ଦ୍ର

କେନ୍ଦ୍ରାପଡ଼ା ଅଫିସ, ୮।୬: ମହିଳା ଓ ଶିଶୁ ବିକାଶରେ ଅଙ୍ଗନୱାଡି କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ୫-ଟି ଅଧୀନରେ ମିଶନ ଶକ୍ତି ମାଧ୍ୟମରେ ଏହାର ରୂପାନ୍ତରଣ କରୁଛନ୍ତି। ଅପପୁଷ୍ଟି ରୋକିବା, ଟିକାକରଣଠାରୁ ଆରମ୍ଭ କରି ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଏହାର କାର୍ଯ୍ୟ ହୋଇଥିବା ବେଳେ ଆଗାମୀ ସମାଜକୁ ସୁସ୍ଥ ସବଳ କରିବା ଏହାର ଲକ୍ଷ୍ୟ। ତେବେ କେନ୍ଦ୍ରାପଡ଼ା ଜିଲାର ତୃଣମୂଳସ୍ତରରେ ଏହି ଲକ୍ଷ୍ୟ ପୂରଣ ହୋଇପାରୁନି। ଜିଲାରେ ମୋଟ ୨,୧୪୭ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ମେ ମାସ ଶେଷ ସୁଦ୍ଧା ୩୫ଜଣ ଅଙ୍ଗନଓ୍ବାଡି କର୍ମୀ ପଦବୀ ପୂରଣ ହୋଇନି। ସେହିପରି ଜିଲା ସମାଜ କଲ୍ୟାଣ ବିଭାଗ ତଥ୍ୟ ଅନୁଯାୟୀ, ୯୮୮ଟି କେନ୍ଦ୍ର ନିର୍ମାଣ ଅପେକ୍ଷାରେ ଅଛି। ଜିଲାର ମୋଟ କେନ୍ଦ୍ର ମଧ୍ୟରୁ ମାତ୍ର ୨୫ଟିରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୧୩୮୬ କେନ୍ଦ୍ରରେ ପାଇଖାନା ନାହିଁ।
ବିଭାଗର ତଥ୍ୟ ଅନୁଯାୟୀ, ୨୧୪୭ ମଧ୍ୟରୁ ୨୧୦୧ଟି କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରୁ ୧୯୭୦ଟି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ୧୩୧ଟି ସ୍ଥାନ ଅଦ୍ୟାବଧି ଚିହ୍ନଟ ହୋଇପାରିନାହିଁ। ମହାକାଳପଡା ବ୍ଲକ ଅଞ୍ଚଳରେ ସର୍ବାଧିକ ୫୪ଟି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ହୋଇନାହିଁ। ସେହିପରି ଆଳି ବ୍ଲକ ଅଞ୍ଚଳରେ ୨୦ଟି, ଡେରାବିଶରେ ୪ଟି, କେନ୍ଦ୍ରାପଡ଼ାରେ ୧୩ଟି, ମାର୍ଶାଘାଇରେ ୩ଟି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ୩୬ଟି କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ହୋଇନାହିଁ। ଅଦ୍ୟାବଧି ୧୧୫୯ଟି କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ୯୨ଟି କେନ୍ଦ୍ର ବିଭାଗକୁ ହସ୍ତାନ୍ତର ହୋଇନାହିଁ। ୪୫୩ଟି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇନାହିଁ। ଏବେ କେନ୍ଦ୍ରାପଡ଼ା ସହରର ୭ ଓ ପଟ୍ଟାମୁଣ୍ଡାଇ ସହରର ୪ କେନ୍ଦ୍ର ସମେତ ମୋଟ ୧୦୬୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ଗ୍ରାମାଞ୍ଚଳର ୪୮ ଓ ସହରାଞ୍ଚଳର ୧୮ଟି କେନ୍ଦ୍ର ଭଡା ଗୃହରେ ଚାଲିଛି। ଏହାବ୍ୟତୀତ ସ୍କୁଲରେ ୩୦୬ ଓ ୩୧୩ କମ୍ୟୁନିଟି ବିଲ୍‌ଡିଂରେ ଏହି କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ଡେରାବିଶର ୧୩, ମାର୍ଶାଘାଇର ୭ଟି, ରାଜକନିକାର ୨ ଓ ରାଜନଗରରେ ୩ଟି କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ଅଛି। ତେବେ ଆଳିର ୨୨୫ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୬୨ଟିରେ ପାଇଖାନା ନାହିଁ। ସେହିପରି ଡେରାବିଶ ବ୍ଲକ ଅଞ୍ଚଳର ୨୨୪ କେନ୍ଦ୍ର ମଧ୍ୟରୁ ୧୧୧, ଗରଦପୁରର ୧୭୪ରୁ ୨୬, କେନ୍ଦ୍ରାପଡ଼ାର ୨୬୩ରୁ ୧୫୦, ମହାକାଳପଡ଼ାର ୩୧୧ରୁ ୨୩୨, ମାର୍ଶାଘାଇର ୧୮୩ରୁ ୧୧୧, ପଟ୍ଟାମୁଣ୍ଡାଇର ୨୭୮ରୁ ୧୮୯, ରାଜକନିକାର ୨୧୫ରୁ ୧୭୨ ଓ ରାଜନଗର ବ୍ଲକ ଅଞ୍ଚଳର ୨୭୪ କେନ୍ଦ୍ର ମଧ୍ୟରୁ ୨୫୦ଟିରେ ପାଇଖାନା ନାହିଁ।
ଏ ସମ୍ପର୍କରେ ଡେରାବିଶର ନୀହାର ରଞ୍ଜନ ପ୍ରଧାନ, ମହାକାଳପଡ଼ାର ହରେକୃଷ୍ଣ ପାତ୍ର, ରାଜନଗରର ସୁକାନ୍ତ କୁମାର ପ୍ରଧାନ, ରାଜକନିକାର ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନୱାଡି କେନ୍ଦ୍ର ଏକ ଭଲ ପରିକଳ୍ପନା। ତେବେ ଏହି ମିଶନ କେନ୍ଦ୍ରପଡ଼ା ଜିଲାର ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ନିଜସ୍ବ କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁମାନେ ଖୋଲା ବାରଣ୍ଡାରେ ବସୁଛନ୍ତି। ଉପାନ୍ତ ଅଞ୍ଚଳରେ ଶିଶୁଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଞ୍ଚଳରେ ଥିବା ଲୁଣିପାଣିକୁ ଭରସା କରିଛନ୍ତି। ଶିଶୁଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଭାବେ ଛତୁଆର ମାନ ନିମ୍ନ ଧରଣର ହେଉଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ନିଜସ୍ବ କେନ୍ଦ୍ର ନିର୍ମାଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ସମାଜ କଲ୍ୟାଣ ଅଧିକାରୀ ଶଙ୍କର ଜେନା କହିଛନ୍ତି, କେନ୍ଦ୍ର ନିର୍ମାଣରେ ଜମି ଚିହ୍ନଟ ଏକ ସମସ୍ୟା ହୋଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହଯୋଗ ଲୋଡା ଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ରାଜ୍ୟ ଯୋଜନା, ବିଧାୟକ ଓ ସାଂସଦ ପାଣ୍ଠି ସହ ଅନ୍ୟ ଅର୍ଥ ଅନୁଦାନରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହେଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?