ନିର୍ମାଣ ଅପେକ୍ଷାରେ ୯୮୮ ଅଙ୍ଗନୱାଡି କେନ୍ଦ୍ର

କେନ୍ଦ୍ରାପଡ଼ା ଅଫିସ, ୮।୬: ମହିଳା ଓ ଶିଶୁ ବିକାଶରେ ଅଙ୍ଗନୱାଡି କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ୫-ଟି ଅଧୀନରେ ମିଶନ ଶକ୍ତି ମାଧ୍ୟମରେ ଏହାର ରୂପାନ୍ତରଣ କରୁଛନ୍ତି। ଅପପୁଷ୍ଟି ରୋକିବା, ଟିକାକରଣଠାରୁ ଆରମ୍ଭ କରି ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଏହାର କାର୍ଯ୍ୟ ହୋଇଥିବା ବେଳେ ଆଗାମୀ ସମାଜକୁ ସୁସ୍ଥ ସବଳ କରିବା ଏହାର ଲକ୍ଷ୍ୟ। ତେବେ କେନ୍ଦ୍ରାପଡ଼ା ଜିଲାର ତୃଣମୂଳସ୍ତରରେ ଏହି ଲକ୍ଷ୍ୟ ପୂରଣ ହୋଇପାରୁନି। ଜିଲାରେ ମୋଟ ୨,୧୪୭ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ମେ ମାସ ଶେଷ ସୁଦ୍ଧା ୩୫ଜଣ ଅଙ୍ଗନଓ୍ବାଡି କର୍ମୀ ପଦବୀ ପୂରଣ ହୋଇନି। ସେହିପରି ଜିଲା ସମାଜ କଲ୍ୟାଣ ବିଭାଗ ତଥ୍ୟ ଅନୁଯାୟୀ, ୯୮୮ଟି କେନ୍ଦ୍ର ନିର୍ମାଣ ଅପେକ୍ଷାରେ ଅଛି। ଜିଲାର ମୋଟ କେନ୍ଦ୍ର ମଧ୍ୟରୁ ମାତ୍ର ୨୫ଟିରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୧୩୮୬ କେନ୍ଦ୍ରରେ ପାଇଖାନା ନାହିଁ।
ବିଭାଗର ତଥ୍ୟ ଅନୁଯାୟୀ, ୨୧୪୭ ମଧ୍ୟରୁ ୨୧୦୧ଟି କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରୁ ୧୯୭୦ଟି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ୧୩୧ଟି ସ୍ଥାନ ଅଦ୍ୟାବଧି ଚିହ୍ନଟ ହୋଇପାରିନାହିଁ। ମହାକାଳପଡା ବ୍ଲକ ଅଞ୍ଚଳରେ ସର୍ବାଧିକ ୫୪ଟି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ହୋଇନାହିଁ। ସେହିପରି ଆଳି ବ୍ଲକ ଅଞ୍ଚଳରେ ୨୦ଟି, ଡେରାବିଶରେ ୪ଟି, କେନ୍ଦ୍ରାପଡ଼ାରେ ୧୩ଟି, ମାର୍ଶାଘାଇରେ ୩ଟି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ୩୬ଟି କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ହୋଇନାହିଁ। ଅଦ୍ୟାବଧି ୧୧୫୯ଟି କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ୯୨ଟି କେନ୍ଦ୍ର ବିଭାଗକୁ ହସ୍ତାନ୍ତର ହୋଇନାହିଁ। ୪୫୩ଟି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇନାହିଁ। ଏବେ କେନ୍ଦ୍ରାପଡ଼ା ସହରର ୭ ଓ ପଟ୍ଟାମୁଣ୍ଡାଇ ସହରର ୪ କେନ୍ଦ୍ର ସମେତ ମୋଟ ୧୦୬୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ଗ୍ରାମାଞ୍ଚଳର ୪୮ ଓ ସହରାଞ୍ଚଳର ୧୮ଟି କେନ୍ଦ୍ର ଭଡା ଗୃହରେ ଚାଲିଛି। ଏହାବ୍ୟତୀତ ସ୍କୁଲରେ ୩୦୬ ଓ ୩୧୩ କମ୍ୟୁନିଟି ବିଲ୍‌ଡିଂରେ ଏହି କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ଡେରାବିଶର ୧୩, ମାର୍ଶାଘାଇର ୭ଟି, ରାଜକନିକାର ୨ ଓ ରାଜନଗରରେ ୩ଟି କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ଅଛି। ତେବେ ଆଳିର ୨୨୫ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୬୨ଟିରେ ପାଇଖାନା ନାହିଁ। ସେହିପରି ଡେରାବିଶ ବ୍ଲକ ଅଞ୍ଚଳର ୨୨୪ କେନ୍ଦ୍ର ମଧ୍ୟରୁ ୧୧୧, ଗରଦପୁରର ୧୭୪ରୁ ୨୬, କେନ୍ଦ୍ରାପଡ଼ାର ୨୬୩ରୁ ୧୫୦, ମହାକାଳପଡ଼ାର ୩୧୧ରୁ ୨୩୨, ମାର୍ଶାଘାଇର ୧୮୩ରୁ ୧୧୧, ପଟ୍ଟାମୁଣ୍ଡାଇର ୨୭୮ରୁ ୧୮୯, ରାଜକନିକାର ୨୧୫ରୁ ୧୭୨ ଓ ରାଜନଗର ବ୍ଲକ ଅଞ୍ଚଳର ୨୭୪ କେନ୍ଦ୍ର ମଧ୍ୟରୁ ୨୫୦ଟିରେ ପାଇଖାନା ନାହିଁ।
ଏ ସମ୍ପର୍କରେ ଡେରାବିଶର ନୀହାର ରଞ୍ଜନ ପ୍ରଧାନ, ମହାକାଳପଡ଼ାର ହରେକୃଷ୍ଣ ପାତ୍ର, ରାଜନଗରର ସୁକାନ୍ତ କୁମାର ପ୍ରଧାନ, ରାଜକନିକାର ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନୱାଡି କେନ୍ଦ୍ର ଏକ ଭଲ ପରିକଳ୍ପନା। ତେବେ ଏହି ମିଶନ କେନ୍ଦ୍ରପଡ଼ା ଜିଲାର ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ନିଜସ୍ବ କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁମାନେ ଖୋଲା ବାରଣ୍ଡାରେ ବସୁଛନ୍ତି। ଉପାନ୍ତ ଅଞ୍ଚଳରେ ଶିଶୁଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଞ୍ଚଳରେ ଥିବା ଲୁଣିପାଣିକୁ ଭରସା କରିଛନ୍ତି। ଶିଶୁଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଭାବେ ଛତୁଆର ମାନ ନିମ୍ନ ଧରଣର ହେଉଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ନିଜସ୍ବ କେନ୍ଦ୍ର ନିର୍ମାଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ସମାଜ କଲ୍ୟାଣ ଅଧିକାରୀ ଶଙ୍କର ଜେନା କହିଛନ୍ତି, କେନ୍ଦ୍ର ନିର୍ମାଣରେ ଜମି ଚିହ୍ନଟ ଏକ ସମସ୍ୟା ହୋଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହଯୋଗ ଲୋଡା ଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ରାଜ୍ୟ ଯୋଜନା, ବିଧାୟକ ଓ ସାଂସଦ ପାଣ୍ଠି ସହ ଅନ୍ୟ ଅର୍ଥ ଅନୁଦାନରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହେଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri