ଏନ୍‌ଜିଟି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଯାଜପୁର ଅଫିସ,୮ା୬: ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ବ୍ୟବହାର ଅନୁମତି ନ ଥିବା ଦର୍ଶାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପରିବେଶ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କୁ ୧କୋଟି ଟଙ୍କା ଜରିମାନା କରିଛନ୍ତି। ଏପରି କି ୨ମାସ ମଧ୍ୟରେ ଏହି ନିର୍ଦ୍ଦେଶର ପାଳନ କରିବା ସହ ରାଜ୍ୟ ସରକାର ଏକ ସତ୍ୟପାଠ ଦାଖଲ କରିବାକୁ ଗତ ୨୩ ତାରିଖରେ ଏନ୍‌ଜିଟି (୫୯/୨୦୨୧/ଇଜେଡ୍‌)ନମ୍ବର ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ଜିଟିଙ୍କ ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଓକିଲ ଭାବେ ଗୌରବ ଖାନ୍ନାଙ୍କୁ ନିଯୁକ୍ତି ଦିଆଯାଇଛି। ଏସମ୍ପର୍କରେ ଆଇନ୍‌ ବିଭାଗ ପତ୍ର ସଂଖ୍ୟା ୬୪୮୨/୦୬.୦୬.୨୦୨୨ରେ ଖାନ୍ନାଙ୍କୁ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରେ ପିଜୁଳି ବଗିଚା କରିବାକୁ ୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ପିଜୁଳି ବଗିଚା କରାଯାଇଛି। ତେବେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨କୁ ଉଲ୍ଲଂଘନ କରି କୌଣସି ଅନୁମତି ନିଆଯାଇ ନ ଥିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଶଙ୍କର ପ୍ରସାଦ ପାଣି ଏହି ମାମଲାର ପରିଚାଳନା କରିଥିଲେ। ତେବେ ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୯୪୮ରେ ଏହି ଜମିକୁ କୃଷି ବିଭାଗକୁ ମିଳିଥିଲା। ୧୯୯୨ରେ ୩୨୭.୬ ହେକ୍ଟର ଜମି କୃଷି ବିଭାଗଠାରୁ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେଠାରେ କାଜୁ ବଗିଚା ହୋଇଥିଲା। ତେବେ ୧୯୯୯ ବାତ୍ୟାରେ କାଜୁ ବଗିଚା ସହ ଅନ୍ୟାନ୍ୟ ଗଛ ସବୁ ନଷ୍ଟ ହୋଇଯାଇଥିଲା। ଏହାପରେ ସେଠାରେ ବିହନ ଫାର୍ମ ଚାଲିଥିଲା। ଗତ ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଳଗାଇବାକୁ ଅନୁମତି ମିଳିଥିଲା। ପିଜୁଳି ଲଗାଇବା ପୂର୍ବରୁ ଏଠାରେ ଛୋଟଛୋଟ ବୁଦା, କାଜୁ, ଖଜୁରି କିଛି ଗଛ ରହିଥିଲା, ଯାହାକି ସଫା କରି ପିଜୁଳି ଗଛ ସହ ୧୭ଟି ବୋରୱେଲ ଖନନ ହୋଇଛି। ଏହି କାର୍ଯ୍ୟକ୍ରମରେ ୫୦୦ଜଣ କର୍ମ ନିଯୁକ୍ତି ସୁଯୋଗ ପାଇପାରିବେ। ୫ବର୍ଷରେ ପ୍ରାୟ ୨.୫ କୋଟି ଟଙ୍କା ଲାଭ ଆଶା ରହିଛି। ଏହାବାଦ୍‌ କ୍ଷୁଦ୍ର ଶିଳ୍ପ ସମେତ ଫଳ ସଂରକ୍ଷଣ ଏବଂ ମେଗା ନର୍ସରି କରିବାକୁ ଯୋଜନା କରାଯାଇଛି। ହେଲେ ଏଥିରେ ଜଙ୍ଗଲ ଜମି ରହିଛି ବୋଲି ବିଭାଗ ପକ୍ଷରୁ ଜଣା ନ ଥିଲା। ଏଭଳି ସ୍ଥିତିରେ ଏକ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଉଥିବା ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏନ୍‌ଜିଟି ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ଜଙ୍ଗଲ ଜମିରେ ଲାଗିଥିବା ପିଜୁଳି ଗଛସବୁ ଉପାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ତଦନ୍ତ କମିଟିର ରିପୋର୍ଟରେ ପିଜୁଳି ଚାରାରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ୍‌ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା। ସୁକିନ୍ଦା ତହସିଲଦାରଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ପ୍ରକାର ୬ଟି ବୃହତ ବୃକ୍ଷ ରହିଥିଲା। ଦାମୋଦରପୁର, ବୋତଲଣ୍ଡା ଏବଂ କରଗୋଳା ମୌଜାରେ କୌଣସି ଗଛ ରହି ନ ଥିଲା ଏବଂ ତାହା ପତିତ ଜମି। କଟକ ଡିଏଫ୍‌ଓଙ୍କ ରିପୋର୍ଟ ଅନୁସାରେ ମଧ୍ୟ ଗଛ କାଟିବାକୁ କୌଣସି ଅନୁମତି ନିଆଯାଇ ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri