ଏନ୍‌ଜିଟି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଯାଜପୁର ଅଫିସ,୮ା୬: ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ବ୍ୟବହାର ଅନୁମତି ନ ଥିବା ଦର୍ଶାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପରିବେଶ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କୁ ୧କୋଟି ଟଙ୍କା ଜରିମାନା କରିଛନ୍ତି। ଏପରି କି ୨ମାସ ମଧ୍ୟରେ ଏହି ନିର୍ଦ୍ଦେଶର ପାଳନ କରିବା ସହ ରାଜ୍ୟ ସରକାର ଏକ ସତ୍ୟପାଠ ଦାଖଲ କରିବାକୁ ଗତ ୨୩ ତାରିଖରେ ଏନ୍‌ଜିଟି (୫୯/୨୦୨୧/ଇଜେଡ୍‌)ନମ୍ବର ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ଜିଟିଙ୍କ ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଓକିଲ ଭାବେ ଗୌରବ ଖାନ୍ନାଙ୍କୁ ନିଯୁକ୍ତି ଦିଆଯାଇଛି। ଏସମ୍ପର୍କରେ ଆଇନ୍‌ ବିଭାଗ ପତ୍ର ସଂଖ୍ୟା ୬୪୮୨/୦୬.୦୬.୨୦୨୨ରେ ଖାନ୍ନାଙ୍କୁ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରେ ପିଜୁଳି ବଗିଚା କରିବାକୁ ୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ପିଜୁଳି ବଗିଚା କରାଯାଇଛି। ତେବେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨କୁ ଉଲ୍ଲଂଘନ କରି କୌଣସି ଅନୁମତି ନିଆଯାଇ ନ ଥିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଶଙ୍କର ପ୍ରସାଦ ପାଣି ଏହି ମାମଲାର ପରିଚାଳନା କରିଥିଲେ। ତେବେ ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୯୪୮ରେ ଏହି ଜମିକୁ କୃଷି ବିଭାଗକୁ ମିଳିଥିଲା। ୧୯୯୨ରେ ୩୨୭.୬ ହେକ୍ଟର ଜମି କୃଷି ବିଭାଗଠାରୁ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେଠାରେ କାଜୁ ବଗିଚା ହୋଇଥିଲା। ତେବେ ୧୯୯୯ ବାତ୍ୟାରେ କାଜୁ ବଗିଚା ସହ ଅନ୍ୟାନ୍ୟ ଗଛ ସବୁ ନଷ୍ଟ ହୋଇଯାଇଥିଲା। ଏହାପରେ ସେଠାରେ ବିହନ ଫାର୍ମ ଚାଲିଥିଲା। ଗତ ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଳଗାଇବାକୁ ଅନୁମତି ମିଳିଥିଲା। ପିଜୁଳି ଲଗାଇବା ପୂର୍ବରୁ ଏଠାରେ ଛୋଟଛୋଟ ବୁଦା, କାଜୁ, ଖଜୁରି କିଛି ଗଛ ରହିଥିଲା, ଯାହାକି ସଫା କରି ପିଜୁଳି ଗଛ ସହ ୧୭ଟି ବୋରୱେଲ ଖନନ ହୋଇଛି। ଏହି କାର୍ଯ୍ୟକ୍ରମରେ ୫୦୦ଜଣ କର୍ମ ନିଯୁକ୍ତି ସୁଯୋଗ ପାଇପାରିବେ। ୫ବର୍ଷରେ ପ୍ରାୟ ୨.୫ କୋଟି ଟଙ୍କା ଲାଭ ଆଶା ରହିଛି। ଏହାବାଦ୍‌ କ୍ଷୁଦ୍ର ଶିଳ୍ପ ସମେତ ଫଳ ସଂରକ୍ଷଣ ଏବଂ ମେଗା ନର୍ସରି କରିବାକୁ ଯୋଜନା କରାଯାଇଛି। ହେଲେ ଏଥିରେ ଜଙ୍ଗଲ ଜମି ରହିଛି ବୋଲି ବିଭାଗ ପକ୍ଷରୁ ଜଣା ନ ଥିଲା। ଏଭଳି ସ୍ଥିତିରେ ଏକ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଉଥିବା ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏନ୍‌ଜିଟି ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ଜଙ୍ଗଲ ଜମିରେ ଲାଗିଥିବା ପିଜୁଳି ଗଛସବୁ ଉପାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ତଦନ୍ତ କମିଟିର ରିପୋର୍ଟରେ ପିଜୁଳି ଚାରାରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ୍‌ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା। ସୁକିନ୍ଦା ତହସିଲଦାରଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ପ୍ରକାର ୬ଟି ବୃହତ ବୃକ୍ଷ ରହିଥିଲା। ଦାମୋଦରପୁର, ବୋତଲଣ୍ଡା ଏବଂ କରଗୋଳା ମୌଜାରେ କୌଣସି ଗଛ ରହି ନ ଥିଲା ଏବଂ ତାହା ପତିତ ଜମି। କଟକ ଡିଏଫ୍‌ଓଙ୍କ ରିପୋର୍ଟ ଅନୁସାରେ ମଧ୍ୟ ଗଛ କାଟିବାକୁ କୌଣସି ଅନୁମତି ନିଆଯାଇ ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri