ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପାଟବସ୍ତ୍ର, ସୂତାଲୁଗା

ଖୋର୍ଦ୍ଧା ଅଫିସ, ୮।୬: ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ରଥଖଳାରେ ରଥ ନିର୍ମାଣ କାମ ଜୋର୍‌ଦାର ଚାଲିଛି। ରଥଯାତ୍ରା ଲାଗି ମହାପ୍ରଭୁଙ୍କ ସୂତା ଓ ପାଟବସ୍ତ୍ର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ଗତ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୂତାଲୁଗା ଓ ପାଟବସ୍ତ୍ର ପହଞ୍ଚାଇବା ଆରମ୍ଭ ହୋଇଛି। ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟାଳୟରେ ପହଞ୍ଚି ସାରିଛି। ବାକି ଥିବା କିଛି ପାଟବସ୍ତ୍ର ଦିନେ ଦୁଇଦିନ ମଧ୍ୟରେ ପଠାଯିବ ବୋଲି ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ରଥଯାତ୍ରା ଲାଗି ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡ଼ଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍‌ ଲେଖାଏ ଚେହେଲି ପାଟ ପ୍ରସ୍ତୁତ ହୋଇଛି। ବଡ଼ସିଂହାର ବେଶ ଲାଗି (ଗୀତଗୋବିନ୍ଦ ବହିର ତୃତୀୟ ପୟାର ପ୍ରଥମ ଶ୍ଳୋକ-କଂସାରୀ ରପି ସଂସାର,ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ) ଏବଂ ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳି ଚଳନ୍ମଣି କୁଣ୍ଡଳମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଗୀତଗୋବିନ୍ଦ ପାଟ ରହିଛି। ସେହିପରି ସପ୍ତବିଗ୍ରହ ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡ଼ଣୀ ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ଲୁଗା ନେତଫୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପଠାଯାଇଛି। ତେବେ ଦୀର୍ଘ ୨୮ବର୍ଷ ହେବ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଏବଂ ରଥଯାତ୍ରା ଲାଗି ସୂତା ଓ ପାଟବସ୍ତ୍ର ଗୋପୀନାଥଙ୍କ ପରିବାର ଯୋଗାଇ ଆସୁଛି। ଗୋପୀନାଥଙ୍କ ପରିବାର ସମେତ ଗ୍ରାମର ୨୨ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ୧୯୬୬ ଓ ୨୦୧୫ ନବକଳେବର ଏବଂ ୨୦୨୦ ନାଗାର୍ଜୁନ ବେଶ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିଥିବାରୁ ଅପୂର୍ବ ଆନନ୍ଦ ମିଳେ ବୋଲି ଗୋପୀନାଥ କହିଛନ୍ତି।

ମହାପ୍ରଭୁଙ୍କ ସେବାରେ ୨୨ ପରିବାର
ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ବୁଣାକାର। ଗୋପୀନାଥ କୁହନ୍ତି, ବାପା ମଧୁସୂଦନ ୧୯୯୩ ମସିହାରେ ମହାପ୍ରଭୁଙ୍କ ଏହି ଅନନ୍ୟ ସେବା ପାଇବାର ସୁଯୋଗ ପାଇଥିଲେ। ଏହା ପରଠାରୁ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୂତାଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି। ଏହି ସେବାରେ ଆମ ପରିବାର ସମେତ ଗ୍ରାମର ୨୨ ପରିବାରର ସଦସ୍ୟ ଲାଗିଛନ୍ତ ବୋଲି ସେ କହିଛନ୍ତି। ଗୋପୀନାଥଙ୍କ ଭାଇ ରାମଚନ୍ଦ୍ର, ଭଗବାନ ଓ ଗୋବିନ୍ଦଚନ୍ଦ୍ରଙ୍କ ପରିବାରର କୈଳାସ, ରବୀନ୍ଦ୍ର, ଅଶୋକ, ନିମାଇ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ୱର ପାତ୍ର ପ୍ରମୁଖଙ୍କ ପରିବାର ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିଥିବାରୁ ଅପୂର୍ବ ଆନନ୍ଦ ମିଳେ ବୋଲି ଏମାନେ କୁହନ୍ତି।
ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରେ
ରାଉତପଡ଼ାର ବୁଣାକାର ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର ପାତ୍ର। ଜନ୍ମରୁ ପୋଲିଓଆକ୍ରାନ୍ତ ହୋଇଥିଲେ ମଧ୍ୟ ମାଟ୍ରିକ ପାସ୍‌ କରିଛନ୍ତି। ବାପାଙ୍କ ଦେହାନ୍ତ ପରେ ମାମୁ ଗୋପୀନାଥଙ୍କ ସଂସ୍ପର୍ଶରେ ଆସି ସେ ହସ୍ତତନ୍ତ ଲୁଗା ବୁଣିବା ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ଏବେ ସେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଲାଗି ଗୀତଗୋବିନ୍ଦ ଲେଖାଥିବା ପାଟବସ୍ତ୍ର ବୁଣୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ମନ ବ୍ୟାକୁଳ ରହିଥିବା ବେଳେ ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରେ। ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଚାଲିବାକୁ ଅକ୍ଷମ। ଚଳିତ ବର୍ଷ ଜଣେ ବ୍ୟକ୍ତିଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା କାର୍ତ୍ତିକେଶ୍ୱର କହିଛନ୍ତି।
ସେବାରେ ସମର୍ପିତ ଆସେଳି
ସ୍ବର୍ଗତ ମଧୁସୂଦନଙ୍କ ସହଧର୍ମିଣୀ ଆସେଳି। ବୟସ ୯୩ ଛୁଇଁଲାଣି। ଅଣ୍ଟା ନଇଁଗଲାଣି, ଆଖିକୁ ଠିକ୍‌ ଭାବେ ଦେଖାଯାଉନାହିଁ। ପୁଅ, ନାତିନାତୁଣୀଙ୍କ ସହ ମିଶି ମହାପ୍ରଭୁଙ୍କ ଏହି ସେବାରେ ଲାଗିଛନ୍ତି। ସକାଳୁ ଉଠିବା ପରେ ଠାକୁର ପୂଜାସାରି ସକାଳ ୮ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସୂତା ବୁଣିବାରେ ବ୍ୟସ୍ତ ରହିଥାନ୍ତି। ଗୋଟିଏ ଲକ୍ଷ୍ୟ ମହାପ୍ରଭୁଙ୍କ ଲାଗି ସୂତାଲୁଗା ବୁଣିବେ। ଆସେଳି କୁହନ୍ତି, ପିଲାମାନେ ଲୁଗା ବୁଣୁଛନ୍ତି, ମୁଁ ତାଙ୍କୁ ସୂତା ବୁଣି ଯୋଗାଉଛି। ମହାପ୍ରଭୁଙ୍କ ସେବାରେ ଆନନ୍ଦ ମିଳେ। ତାଙ୍କ ନାମ ସ୍ମରଣରେ ଜୀବନ ଅତିବାହିତ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?