ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପାଟବସ୍ତ୍ର, ସୂତାଲୁଗା

ଖୋର୍ଦ୍ଧା ଅଫିସ, ୮।୬: ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ରଥଖଳାରେ ରଥ ନିର୍ମାଣ କାମ ଜୋର୍‌ଦାର ଚାଲିଛି। ରଥଯାତ୍ରା ଲାଗି ମହାପ୍ରଭୁଙ୍କ ସୂତା ଓ ପାଟବସ୍ତ୍ର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ଗତ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୂତାଲୁଗା ଓ ପାଟବସ୍ତ୍ର ପହଞ୍ଚାଇବା ଆରମ୍ଭ ହୋଇଛି। ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟାଳୟରେ ପହଞ୍ଚି ସାରିଛି। ବାକି ଥିବା କିଛି ପାଟବସ୍ତ୍ର ଦିନେ ଦୁଇଦିନ ମଧ୍ୟରେ ପଠାଯିବ ବୋଲି ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ରଥଯାତ୍ରା ଲାଗି ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡ଼ଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍‌ ଲେଖାଏ ଚେହେଲି ପାଟ ପ୍ରସ୍ତୁତ ହୋଇଛି। ବଡ଼ସିଂହାର ବେଶ ଲାଗି (ଗୀତଗୋବିନ୍ଦ ବହିର ତୃତୀୟ ପୟାର ପ୍ରଥମ ଶ୍ଳୋକ-କଂସାରୀ ରପି ସଂସାର,ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ) ଏବଂ ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳି ଚଳନ୍ମଣି କୁଣ୍ଡଳମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଗୀତଗୋବିନ୍ଦ ପାଟ ରହିଛି। ସେହିପରି ସପ୍ତବିଗ୍ରହ ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡ଼ଣୀ ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ଲୁଗା ନେତଫୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପଠାଯାଇଛି। ତେବେ ଦୀର୍ଘ ୨୮ବର୍ଷ ହେବ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଏବଂ ରଥଯାତ୍ରା ଲାଗି ସୂତା ଓ ପାଟବସ୍ତ୍ର ଗୋପୀନାଥଙ୍କ ପରିବାର ଯୋଗାଇ ଆସୁଛି। ଗୋପୀନାଥଙ୍କ ପରିବାର ସମେତ ଗ୍ରାମର ୨୨ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ୧୯୬୬ ଓ ୨୦୧୫ ନବକଳେବର ଏବଂ ୨୦୨୦ ନାଗାର୍ଜୁନ ବେଶ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିଥିବାରୁ ଅପୂର୍ବ ଆନନ୍ଦ ମିଳେ ବୋଲି ଗୋପୀନାଥ କହିଛନ୍ତି।

ମହାପ୍ରଭୁଙ୍କ ସେବାରେ ୨୨ ପରିବାର
ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ବୁଣାକାର। ଗୋପୀନାଥ କୁହନ୍ତି, ବାପା ମଧୁସୂଦନ ୧୯୯୩ ମସିହାରେ ମହାପ୍ରଭୁଙ୍କ ଏହି ଅନନ୍ୟ ସେବା ପାଇବାର ସୁଯୋଗ ପାଇଥିଲେ। ଏହା ପରଠାରୁ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୂତାଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି। ଏହି ସେବାରେ ଆମ ପରିବାର ସମେତ ଗ୍ରାମର ୨୨ ପରିବାରର ସଦସ୍ୟ ଲାଗିଛନ୍ତ ବୋଲି ସେ କହିଛନ୍ତି। ଗୋପୀନାଥଙ୍କ ଭାଇ ରାମଚନ୍ଦ୍ର, ଭଗବାନ ଓ ଗୋବିନ୍ଦଚନ୍ଦ୍ରଙ୍କ ପରିବାରର କୈଳାସ, ରବୀନ୍ଦ୍ର, ଅଶୋକ, ନିମାଇ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ୱର ପାତ୍ର ପ୍ରମୁଖଙ୍କ ପରିବାର ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିଥିବାରୁ ଅପୂର୍ବ ଆନନ୍ଦ ମିଳେ ବୋଲି ଏମାନେ କୁହନ୍ତି।
ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରେ
ରାଉତପଡ଼ାର ବୁଣାକାର ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର ପାତ୍ର। ଜନ୍ମରୁ ପୋଲିଓଆକ୍ରାନ୍ତ ହୋଇଥିଲେ ମଧ୍ୟ ମାଟ୍ରିକ ପାସ୍‌ କରିଛନ୍ତି। ବାପାଙ୍କ ଦେହାନ୍ତ ପରେ ମାମୁ ଗୋପୀନାଥଙ୍କ ସଂସ୍ପର୍ଶରେ ଆସି ସେ ହସ୍ତତନ୍ତ ଲୁଗା ବୁଣିବା ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ଏବେ ସେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଲାଗି ଗୀତଗୋବିନ୍ଦ ଲେଖାଥିବା ପାଟବସ୍ତ୍ର ବୁଣୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ମନ ବ୍ୟାକୁଳ ରହିଥିବା ବେଳେ ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରେ। ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଚାଲିବାକୁ ଅକ୍ଷମ। ଚଳିତ ବର୍ଷ ଜଣେ ବ୍ୟକ୍ତିଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା କାର୍ତ୍ତିକେଶ୍ୱର କହିଛନ୍ତି।
ସେବାରେ ସମର୍ପିତ ଆସେଳି
ସ୍ବର୍ଗତ ମଧୁସୂଦନଙ୍କ ସହଧର୍ମିଣୀ ଆସେଳି। ବୟସ ୯୩ ଛୁଇଁଲାଣି। ଅଣ୍ଟା ନଇଁଗଲାଣି, ଆଖିକୁ ଠିକ୍‌ ଭାବେ ଦେଖାଯାଉନାହିଁ। ପୁଅ, ନାତିନାତୁଣୀଙ୍କ ସହ ମିଶି ମହାପ୍ରଭୁଙ୍କ ଏହି ସେବାରେ ଲାଗିଛନ୍ତି। ସକାଳୁ ଉଠିବା ପରେ ଠାକୁର ପୂଜାସାରି ସକାଳ ୮ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସୂତା ବୁଣିବାରେ ବ୍ୟସ୍ତ ରହିଥାନ୍ତି। ଗୋଟିଏ ଲକ୍ଷ୍ୟ ମହାପ୍ରଭୁଙ୍କ ଲାଗି ସୂତାଲୁଗା ବୁଣିବେ। ଆସେଳି କୁହନ୍ତି, ପିଲାମାନେ ଲୁଗା ବୁଣୁଛନ୍ତି, ମୁଁ ତାଙ୍କୁ ସୂତା ବୁଣି ଯୋଗାଉଛି। ମହାପ୍ରଭୁଙ୍କ ସେବାରେ ଆନନ୍ଦ ମିଳେ। ତାଙ୍କ ନାମ ସ୍ମରଣରେ ଜୀବନ ଅତିବାହିତ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri