ଆମ ଜିଲା ଖବର

ଦେବାନମୁଣ୍ଡା ପୋଖରୀରେ ପଶୁଛି ଏନ୍‌ଏଚ୍‌ ବିଭାଗ ଡ୍ରେନ୍‌ପାଣି

କୋଟପାଡ଼,୨୮ା୮(ଡି.ଏନ.ଏ.): କୋରାପୁଟ ଜ଼ିଲା କୋଟପାଡ଼ ସହରରେ ଥିବା ଦେବାନମୁଣ୍ଡା ପୋଖରୀରେ ଜାତୀୟ ରାଜପଥ(ଏନ୍‌ଏଚ୍‌) ବିଭାଗ ଡ୍ରେନ୍‌ପାଣି ସଂଯୋଗ କରିଥିବାରୁ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି। ଏହି ପୋଖରୀ ଉପରେ ସହରର ୪ଟି ୱାର୍ଡର ଜନସାଧାରଣ ନିର୍ଭର କରନ୍ତି। ପରବର୍ତ୍ତୀ ସମୟରେ…

ସାଇକେଲ ମରାମତି କରି ପରିବାର ଚଳାଉଛନ୍ତି ମଙ୍ଗଳୁ

ଦଶମନ୍ତପୁର, ୨୮ା୮( ଡି.ଏନ.ଏ.): ଶାରୀରିକ ଭିନ୍ନକ୍ଷମ ହୋଇ ମଧ୍ୟ ସେ ହାର ମାନିଯାଇନାହାନ୍ତି। କୌଣସି ସରକାରୀ ସହାୟତା ନ ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆହେବାକୁ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ଏ. ମାଲକାନଗିରି ପଞ୍ଚାୟତର ମଙ୍ଗଳୁ ପାଇକ (୪୦)।…

ନିର୍ଯାତନାକୁ ନେଇ ଧାରଣା ଦେବା ଘଟଣା: ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ବୋହୂ ଫେରାର

ଗଞ୍ଜାମ,୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଶାଶୁଘର ସମ୍ମୁଖରେ ବୋହୂ ଧାରଣା ଦେବା ଘଟଣା ନୂଆମୋଡ ନେଇଛି। ଏଠାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପରିବାର ନିର୍ଯାତନା ଦେଉଥିବା ଅଭିଯୋଗରେ ବୋହୂ ତନ୍ମୟୀ ପଣ୍ଡା…

୧୮ ମାସରେ ସରିବ ନିର୍ମାଣ କାର୍ଯ୍ୟ

ଜଟଣୀ,୨୮।୮(ଡି.ଏନ୍‌.ଏ.):ଜଟଣୀସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର) କ୍ୟାମ୍ପସ୍‌ ପରିସରରେ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନ୍‌ସର ମେଡିକାଲ ନିର୍ମାଣ ବିଷୟରେ ଶନିବାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ନିର୍ମାଣକୁ…

୩ ଦିନ କ୍ଷୟକ୍ଷତି ଆକଳନ କରିବ ଟିମ୍‌

ଖୋର୍ଦ୍ଧା ଅଫିସ,୨୮।୮: ଚଳିତ ବନ୍ୟାରେ ଖୋର୍ଦ୍ଧା ଜିଲାର ଅନେକ ଗଁା ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ଏକର ଏକର ଚାଷଜମିରେ ବନ୍ୟାପାଣି ମାଡ଼ି ଫସଲ ନଷ୍ଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଓଡ଼ିଶାର ସ୍ଥିତି ଅନୁଧ୍ୟାନ…

ସଜେଇ ହେଲାଣି ପୂଜାମଣ୍ଡପ

ଜଟଣୀ,୨୮।୮(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା ପାଇବେ। ମଣ୍ଡପରେ ଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ…

ଚୋରି ସମ୍ପର୍କରେ ନ ମାନିବାରୁ ପିଟି ମାରିଦେଇଥିଲେ

ଖୋର୍ଦ୍ଧା ଅଫିସ,୨୭ା୮: ଖୋର୍ଦ୍ଧା ଟାଉନ ଥାନା ଅଧୀନ ପୁବୁସାହିର ବାସୁଦେବ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଶନିବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅଧୀନ ପୁବୁସାହି କପିଳେଶ୍ୱରପୁରର ମୁଖ୍ୟ ଅଭିଯୁକ୍ତ ରବି…

ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି ‘ଟ୍ରାନ୍ସମେଲ’

ପୁରୀ ଅଫିସ,୨୮।୮: ଦେଶରେ ସମସ୍ତ ନାଗରିକଙ୍କୁ ନିଜସ୍ବ ହିସାବରେ ବଞ୍ଚତ୍ବାର ଅଧିକାର ଦିଆଯାଇଛି। ଜଣେ ସାଧାରଣ ନାଗରିକ ସମାଜରେ ଯେମିତି ସମ୍ମାନର ସହିତ ବଞ୍ଚୁଛି, ଠିକ୍‌ ସେମିତି ଜଣେ ଟ୍ରାନ୍ସ ଜେଣ୍ଡର ତଥା ତୃତୀୟ ନାଗରିକ ମଧ୍ୟ ସେମିତି ବଞ୍ଚତ୍ପାରିବେ। ହେଲେ…

ବନ୍ୟା ଧୋଇ ନେଲା ଖରିଫ ଫସଲ

ଅସ୍ତରଙ୍ଗ,(ଡି.ଏନ୍‌.ଏ.)୨୮।୮: ପୁରୀ ଜିଲାରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏବେ ବନ୍ୟାଜଳର ସ୍ତର କମିଯାଇଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେ ବି ଲୋକେ ପାଣିଘେରରେ ରହୁଥିବା ବେଳେ ଗ୍ରାମକୁ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ସହ…

ଅଟୋ-ଟ୍ରକ ମୁହାଁମୁହିଁ: ୫ ମୃତ୍ୟୁ, କେବଳ ଗୋଟିଏ ପରିବାରରୁ ୩ ଜଣ

କାମାକ୍ଷାନଗର,୨୮।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଥରଖମ୍ବ ଛକରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର କାମାକ୍ଷାନଗର ଥାନା…

ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା ପୋଲିସ ଦିଲ୍ଲୀରୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ସାମସନ୍‌ ଇମିକେ ଏଲିକା ନାମକ…

ପୀଡ଼ିତାଙ୍କ ବୟାନ ରେକର୍ଡ

ପାରାଦୀପ,୨୮।୮(ସ୍ବ.ପ୍ର.): ପାରାଦୀପ ଆଦର୍ଶଥାନା ଅଞ୍ଚଳରେ ଆଶାକର୍ମୀଙ୍କୁ ଗଣବଳାତ୍କାର ଘଟଣାରେ ଶନିବାର ପୋଲିସ ମାମଲା (ନଂ.୨୭୫/୨୨)ରୁଜୁ କରିଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇ କୁଜଙ୍ଗ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରାଯାଇଛି। ଏତଦ୍‌ବ୍ୟତୀତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?