୧୮ ମାସରେ ସରିବ ନିର୍ମାଣ କାର୍ଯ୍ୟ

ଜଟଣୀ,୨୮।୮(ଡି.ଏନ୍‌.ଏ.):ଜଟଣୀସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର) କ୍ୟାମ୍ପସ୍‌ ପରିସରରେ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନ୍‌ସର ମେଡିକାଲ ନିର୍ମାଣ ବିଷୟରେ ଶନିବାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ନିର୍ମାଣକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ନାଇଜର ପକ୍ଷରୁ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଆଟମିକ୍‌ ଏନର୍ଜି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନରେ ନିର୍ମାଣ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ପ୍ରାୟ ୮୦ ଏକର ଜମିର ଆବଶ୍ୟକତା ରହିଛି। ତେବେ ନାଇଜର କ୍ୟାମ୍ପସ୍‌ରୁ ୧୭ ଏକର, ମିନିଷ୍ଟ୍ରି ଅଫ୍‌ ସ୍କିଲ୍‌ କ୍ଷେତ୍ରରୁ ୧୩ ଏକର ଜମି ମିଳିଥିବା ବେଳେ ଆବଶ୍ୟକ ୫୦ ଏକର ଜମି ରାଜ୍ୟ ସରକାର ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। ଡିପାର୍ଟମେଣ୍ଟ ଅଫ୍‌ ଆଟମିକ୍‌ ଏନର୍ଜି ୪ଶହ କୋଟି ଏବଂ ଟାଟା ମେମୋରିଆଲ ଟ୍ରଷ୍ଟ ୨୫୦ କୋଟି ମୋଟ୍‌ ୬୫୦ କୋଟି ଟଙ୍କା ବିନିଯୋଗରେ ଉକ୍ତ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ହେବ, ଯେଉଁଥିରେ ହସ୍ପିଟାଲ ବିଲ୍ଡିଂ, ଧର୍ମଶାଳା, ଗେଷ୍ଟହାଉସ, ଷ୍ଟାଫ୍‌ କ୍ୱାର୍ଟର୍ସ ଏବଂ ବିଦ୍ୟାଳୟ ନିର୍ମାଣ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ହସ୍ପିଟାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପରବର୍ତ୍ତୀ ୧୮ ମାସ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସାରିବା ନେଇ ଏମ୍‌ପି ଷଡ଼ଙ୍ଗୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲରେ କେବଳ ରୋଗର ଚିକିତ୍ସା ହେବ ନାହିଁ କ୍ୟାନ୍‌ସର ରୋଗ ଭଲ କରିବା ପାଇଁ ବିଭିନ୍ନ ରିସର୍ଚ୍ଚ ସହିତ ଉନ୍ନତମାନର ଔଷଧ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି। ଆବଶ୍ୟକ ୫୦ ଏକର ଜମି, ପାଣି, ମେଣ୍ଢାଶାଳ ଗ୍ରୀଡ୍‌ରୁ ହସ୍ପିଟାଲକୁ ବିଦ୍ୟୁତ୍‌ ସଂଯୋଗ ଏବଂ ରାଜ୍ୟ ଓ ରାଜ୍ୟ ବାହାର ରୋଗୀଙ୍କୁ ବିମାନବନ୍ଦର ଏବଂ ରେଳଷ୍ଟେଶନରୁ ଆସିବା ପାଇଁ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିବେ ବୋଲି ଷଡ଼ଙ୍ଗୀ କହିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାଇଜର ନିର୍ଦ୍ଦେଶକ ଡ. ପ୍ରଫେସର ସୁଧାକର ପଣ୍ଡା, କୁଳସଚିବ ଡ. ଅଭୟ ନାୟକଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri