ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି ‘ଟ୍ରାନ୍ସମେଲ’

ପୁରୀ ଅଫିସ,୨୮।୮: ଦେଶରେ ସମସ୍ତ ନାଗରିକଙ୍କୁ ନିଜସ୍ବ ହିସାବରେ ବଞ୍ଚତ୍ବାର ଅଧିକାର ଦିଆଯାଇଛି। ଜଣେ ସାଧାରଣ ନାଗରିକ ସମାଜରେ ଯେମିତି ସମ୍ମାନର ସହିତ ବଞ୍ଚୁଛି, ଠିକ୍‌ ସେମିତି ଜଣେ ଟ୍ରାନ୍ସ ଜେଣ୍ଡର ତଥା ତୃତୀୟ ନାଗରିକ ମଧ୍ୟ ସେମିତି ବଞ୍ଚତ୍ପାରିବେ। ହେଲେ ସମାଜରେ ବେଳେବେଳେ ଏଭଳି ମଣିଷକୁ ଅଣଦେଖା କରାଯାଉଛି। ଏପରିକି ସେମାନଙ୍କୁ ପରିବାର ଲୋକ ମଧ୍ୟ ସହଯୋଗ କରୁ ନ ଥିବାବେଳେ ପୋଲିସ ବି ହୀନଚକ୍ଷୁରେ ଦେଖୁଛି। ତେଣୁ ସେମାନଙ୍କୁ ମୌଳିକ ଅଧିକାର ମିଳୁ ନ ଥିବାରୁ ବଞ୍ଚତ୍ବାର ରାହା ନେଇ ଏଣେତେଣେ ବୁଲୁଛନ୍ତି। ଏଭଳି ଅବସ୍ଥା ପୁରୀ ଜିଲାର ଜଣେ ଟ୍ରାନ୍ସମେଲ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ନିଜ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରିଚାଲିଛନ୍ତି। ପରିବାରଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିବା ସେ ବାରମ୍ବାର ଅଭିଯୋଗ କରୁଛନ୍ତି। ପରିବାର ଲୋକେ ଜବରଦସ୍ତ ତାଙ୍କ ଇଚ୍ଛା ବିରୋଧରେ ଜଣେ ଝିଅଙ୍କ ଭଳି ଚଳିବା ପାଇଁ ବାଧ୍ୟ କରୁଛନ୍ତି। ପୋଲିସମାନେ ଟ୍ରାନ୍ସ ମେଲ୍‌ ଶ୍ରେଣୀର ଲୋକଙ୍କୁ ସ୍ବତନ୍ତ୍ର ଭାବେ ବଞ୍ଚିବାର ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଘଟଣା ଅନୁଯାୟୀ, ବ୍ରହ୍ମଗିରି ଦହିଖିଆ ଅଞ୍ଚଳର ଟ୍ରାନ୍ସମେଲ୍‌ ଋତିକ୍‌ ଜେନା (ଜନ୍ମିତ ନାମ ଋତୁପର୍ଣ୍ଣା ଜେନା) ଝିଅଟିଏ ହୋଇ ଜନ୍ମ ହୋଇଥିବା ବେଳେ ପରେ ତାଙ୍କଠାରେ ପୁଅ ପିଲାଙ୍କ ସ୍ବଭାବ ଦେଖାଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଘୃଣା କରିବା ସହ ଜଣେ ଝିଅ ଭଳି ବ୍ୟବହାର ଓ ଚାଲିଚଳନ ରଖିବାକୁ ବାଧ୍ୟ କରୁଥିଲେ। ଏହାପରେ ଋତିକ୍‌ ସାଥୀ(ସପୋର୍ଟ ଫର୍‌ ମାର୍ଜିନାଲାଇଜ୍‌ଡ ଇନଡିଭିଜୁଆଲ ଫର୍‌ ଲାଇଭ୍‌ଲିହୁଡ୍‌ ଆଣ୍ଡ ଏଣ୍ଟରପ୍ରାଇଜ୍‌) ଅନୁଷ୍ଠାନର ହେଲ୍ପଲାଇନ୍‌ ନମ୍ବର ସହ ଯୋଗାଯୋଗ କରି ତାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ନିବେଦନକ୍ରମେ ସାଥୀ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପୁରୀସ୍ଥିତ ଜଣେ କର୍ମଚାରୀଙ୍କ ଘରେ ରଖିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ପରିବାର ଲୋକେ ଥାନାରେ ଅଭିଯୋଗ କଲେ ଓ ଝିଅକୁ ଖୋଜି ଆଣିବା ପାଇଁ ପୋଲିସ ଉପରେ ଚାପ ପକାଇଲେ। ବ୍ରହ୍ମଗିରି ପୋଲିସ ପୁରୀ ସହରର କୁମ୍ଭାରପଡ଼ା ପୋଲିସ ସହାୟତାରେ ଋତିକ୍‌ଙ୍କୁ ଖୋଜିଥିଲେ। ପୁରୀରେ ଥିବା ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନା ପୋଲିସ ଋତିକଙ୍କୁ ଉଠାଇ ଆଣିଥିଲେ। ଶୁକ୍ରବାର ରାତିରେ ଋତିକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ଏହାପରେ ସାଥୀ ଟିମ୍‌ ବ୍ରହ୍ମଗିରି ଥାନା ଓ ସାତପଡ଼ାଗଡ଼ ଫାଣ୍ଡିରେ ପହଞ୍ଚି ଋତିକ୍‌ଙ୍କ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପରେ ଋତିକ୍‌ ଥାନାକୁ ଆସିଥିଲେ। ଋତିକ୍‌ ଥାନା ଅଧିକାରୀଙ୍କ ନିକଟରେ ନିଜର ଇଚ୍ଛା କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଓଲଟା ଟ୍ରାନ୍ସମେଲ୍‌ ହୋଇଥିବା କାରଣରୁ ଅସଭ୍ୟ ଭାଷାରେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ପୋଲିସ ଟ୍ରେନ୍ସମେଲ୍‌ ଭଳି ଏକ ଶ୍ରେଣୀକୁ ମାନସିକ ସ୍ତରରେ ଗ୍ରହଣ କରିପାରି ନ ଥିଲା। ଓଲଟା ସାଥୀ କର୍ମଚାରୀଙ୍କ ସହ ବୁଝାମଣା କରି ଋତିକ୍‌ଙ୍କ ଇଚ୍ଛା ବିରୋଧରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସାଥୀ କର୍ମଚାରୀମାନେ ପରିବାର ଲୋକଙ୍କୁ ବାଧ୍ୟ ହୋଇ ଋତିକ୍‌ଙ୍କ ଦାୟିତ୍ୱ ହସ୍ତାନ୍ତର କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଥିଲେ। ଋତିକ୍‌ଙ୍କର ସାଥୀ ଅନୁଷ୍ଠାନ ସହ କ୍ରମାଗତ ଯୋଗାଯୋଗ ରହିବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବ ନାହିଁ ବୋଲି ସାଥୀ କର୍ମଚାରୀମାନେ ଦାବି କରିଥିଲେ। ପୋଲିସ ସମ୍ପୃକ୍ତ ସର୍ତ୍ତକୁ ମାନି ଋତିକ୍‌ଙ୍କ ଦାୟିତ୍ୱ ପରିବାର ଲୋକଙ୍କୁ ଦେଇଛି। ଅନ୍ୟପକ୍ଷେ ଋତିକ୍‌ଙ୍କର କହିବା ଅନୁଯାୟୀ ଲିଙ୍ଗ ଦୃଷ୍ଟିକୋଣରୁ ସେ ଜଣେ ଝିଅ ହୋଇଥିବା ପରିବାର ଲୋକେ ମାନି ନେଇଛନ୍ତି। ମାତ୍ର ମୋର ଭାବପ୍ରବଣତା ଓ ଅନୁଭବକୁ ଧ୍ୟାନ ଦିଆଯାଉନାହିଁ। ମୁଁ ଜଣେ ପୁଅ ହୋଇ ରହିବାକୁ ଚାହେଁ। ଏପରିକି ମୁଁ ଏ ନେଇ କୋର୍ଟରେ ସତ୍ୟପାଠ ମଧ୍ୟ କରାଇନେଇଛି। ମୁଁ ସାବାଳକ ହୋଇଥିବା ହେତୁ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହେଁ। ଏହା ମୋର ଜନ୍ମସିଦ୍ଧ ଅଧିକାର। ମାତ୍ର ପରିବାର ଲୋକେ ଜବରଦସ୍ତ ମୋ ବାହାଘର କରାଇବା ସହ ଜଣେ ଝିଅ ଭଳି ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି। ସେମାନଙ୍କ ବ୍ୟବହାର ମୋ ପାଇଁ କ୍ରମାଗତ ଅସହ୍ୟ ହେଉଛି। ଏଭଳି ସ୍ଥିତିରେ ମୋତେ ସ୍ବାଧୀନତା ଦରକାର ବୋଲି ସେ କହୁଛନ୍ତି। ଅନ୍ୟପଟେ କୁମ୍ଭାରପଡ଼ା ଥାନା ଆଇଆଇସି ଦିଲୀପ ସ୍ବାଇଁ କହିଛନ୍ତି, ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। କୁମ୍ଭାରପଡ଼ା ଥାନାକୁ ଏଭଳି ମାମଲା ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?