ସଜେଇ ହେଲାଣି ପୂଜାମଣ୍ଡପ

ଜଟଣୀ,୨୮।୮(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା ପାଇବେ। ମଣ୍ଡପରେ ଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ବିଭିନ୍ନ ବ୍ୟବସାୟୀ ସଂଘ, ପୂଜା କମିଟି ପକ୍ଷରୁ ଧୁମ୍‌ଧାମ୍‌ରେ ଏହି ପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଜଟଣୀର ଥାନା ଛକ ବ୍ୟବସାୟୀ ସଂଘ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ଦେଶ ସ୍ବାଧୀନତାର ବହୁ ପୂର୍ବରୁ ଏହି ସ୍ଥାନରେ ଥାନା ପ୍ରତିଷ୍ଠା କରାଯାଇଥିଲା। ଉକ୍ତ ସମୟରେ କେତେଜଣ ବ୍ୟବସାୟୀ ଏହି ସ୍ଥାନରେ ଦୋକାନ କରି ବ୍ୟବସାୟ କରୁଥିଲେ। ସେଥିପାଇଁ ଏହି ସ୍ଥାନକୁ ଥାନା ଛକ କୁହାଯାଇଥାଏ। ଥାନା ଛକରେ ୪୯ ବର୍ଷ ପୂର୍ବେ ଗଣେଶ ପୂଜା ଆରମ୍ଭ ହୋଇଥିବା ବେଳେ ଗୋକୁଳ ସାହୁ, ମହେଶ କାଛୁଓ୍ବାଲ, କାଶୀନାଥ ନାୟକ, ଝୁଲୁ ସୁନ୍ଦରାୟ, ଭାବଗ୍ରାହୀ ପାହାଡ଼ସିଂଙ୍କ ଭଳି କେତେଜଣ ବ୍ୟବସାୟୀ ଏଠାରେ ପୂଜା ଆରମ୍ଭ କରିଥିବା ଲୋକମତରୁ ଜଣାଯାଏ। ଏଥର ପୂଜାରେ ୬ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମଣ୍ଡପରେ ୧୨ ଫୁଟ ଉଚ୍ଚର ଗଜାନନଙ୍କ ସହିତ ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଇବେ। ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ୬୦ ଫୁଟ ଉଚ୍ଚର ଡିଜିଟାଲ ଲାଇଟ ଗେଟ୍‌ ସ୍ଥାନ ପାଇବ। ମଣ୍ଡପରେ ଠାକୁରଙ୍କ ନିକଟରେ ୧୧ ଦିନ ଧରି ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗ ଲାଗି ହୋଇଥାଏ, ଯାହାକୁ କମିଟି ଏବଂ କେତେଜଣ ମାନସିକଧାରୀ ଦେଇଥାନ୍ତି। ସେହିପରି ପ୍ରତିବର୍ଷ ପ୍ରଥମ ଏବଂ ଶେଷଦିବସର ଭୋଗ ଜଟଣୀ ଥାନା ପକ୍ଷରୁ ଆସିଥାଏ ବୋଲି ସମ୍ପାଦକ ଅନନ୍ତ ଶତପଥୀ କହିଛନ୍ତି। ତେଣୁ ପୂଜା ସମୟରେ ଜଟଣୀ ଥାନାକୁ ବ୍ୟବସାୟୀ ସଂଘ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥାଏ। ଭସାଣି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କୁ କମିଟି ପକ୍ଷରୁ ଖେଚୁଡ଼ି ଭୋଗ ବଣ୍ଟାଯାଇଥାଏ।

 

 

ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବର୍ତ୍ତମାନର ପୂଜା ଏବଂ ସାଜସଜ୍ଜାର ମାନ ବଢ଼ିଛି। ସମୟ ସହିତ ତାଳ ଦେଇ ଟଙ୍କା ଖର୍ଚ୍ଚ କରାଯାଉଛି। କରୋନା ପାଇଁ ସବୁ ବ୍ୟବସାୟୀ କ୍ଷତି ସହିଛନ୍ତି। ବ୍ୟବସାୟୀ ଭାଇଙ୍କୁ ନେଇ ଏହି ପୂଜା କରିଥାଉ। ଯିଏ ଯାହା ଚାନ୍ଦା ଦେବେ ସେଥିରେ ଚଳିତ ପୂଜା କରାଯିବା ନେଇ ସ୍ଥିର ହୋଇଛି। ଚଳିତ ପାର୍ବଣ ସୁରୁଖୁରୁରେ ସରିବ ବୋଲି ଆଶା ରହିଛି।
– ରୋହିତାଶ ଅଗ୍ରଓ୍ବାଲ, ସଭାପତି,
ଥାନା ଛକ ବ୍ୟବସାୟୀ ସଂଘ
ଜଟଣୀ ଥାନା ପକ୍ଷରୁ ପୂଜା ସମୟରେ ଠାକୁରଙ୍କ ପାଇଁ ଭୋଗ ଆସିଥାଏ, ଯାହା ପରମ୍ପରାରେ ପରିଣତ ହୋଇଛି। କରୋନା ପାଇଁ ବ୍ୟବସାୟୀଙ୍କ କ୍ଷତି ହୋଇଛି, କିନ୍ତୁ ପୂଜା ଲାଗି ଉତ୍ସାହ ରହିଛି। ସେମାନେ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ୬ରୁ ୮ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କମିଶନରେଟ୍‌ ପୋଲିସ ସହିତ କମିଟି ପକ୍ଷରୁ ଭଲ୍ୟୁଣ୍ଟର ନିୟୋଜିତ ହେବେ।
– ଅନନ୍ତ ଶତପଥୀ, ସମ୍ପାଦକ,
ଥାନା ଛକ ବ୍ୟବସାୟୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri