ବନ୍ୟା ଧୋଇ ନେଲା ଖରିଫ ଫସଲ

ଅସ୍ତରଙ୍ଗ,(ଡି.ଏନ୍‌.ଏ.)୨୮।୮: ପୁରୀ ଜିଲାରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏବେ ବନ୍ୟାଜଳର ସ୍ତର କମିଯାଇଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେ ବି ଲୋକେ ପାଣିଘେରରେ ରହୁଥିବା ବେଳେ ଗ୍ରାମକୁ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ସହ ବନ୍ୟାଜଳରେ ଚାଷ ଜମି ନଷ୍ଟ ହେବା ସହ ଖାଇବାକୁ ମଧ୍ୟ ମୁଠେ ଦାନା ଠିକ୍‌ ଭାବେ ମିଳିପାରୁନି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନର ଯଥେଷ୍ଟ ସହାୟତା ଓ ଚାଷୀମାନେ କରିଥିବା ଋଣ ପାଇଁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି। ଅସ୍ତରଙ୍ଗ ଅଞ୍ଚଳର ୫ଟି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମିରେ ବନ୍ୟାଜଳ ଜମି ରହି ଫସଲ, ପନିପରିବା ନଷ୍ଟ ହୋଇଗଲା। ଅସ୍ତରଙ୍ଗ ବ୍ଲକର ନଗର, ଆଳସାହି, ନଈଗୁଆଁ, ତାଳଦା, ଆଳଙ୍ଗପୁର ପଞ୍ଚାୟତର ଶହ ଶହ ଚାଷୀଙ୍କର ସମାନ ଅବସ୍ଥା। ଧାନ ଏବଂ ପରିବା ଚାଷ ନଷ୍ଟ ହେବା କାରଣରୁ ୬୦୦ରୁ ଊର୍ଦ୍ଧ୍ୱ ଚାଷୀ ସମବାୟ ବ୍ୟାଙ୍କରୁ ଋଣ କରି ଆଣିଥିବା ବେଳେ ଅନ୍ୟ କିଛି ଚାଷୀ ଘରୋଇ ଋଣ ଆଣି ହଜାର ହଜାର ଟଙ୍କା ଖର୍ଚ୍ଚ କରିିଥିବା ଚାଷ ଏବେ ନଷ୍ଟ ହେଇଯାଇଛି। ଫଳରେ ଚାଷୀଙ୍କ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ିଯାଇଛି। ବିଶେଷ ଭାବେ ନଗର ପଞ୍ଚାୟତର ୩ ହଜାର ଏକର ଚାଷ ଜମିରୁ ପ୍ରାୟ ୨ହଜାର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତଲଦା, ନଗର, ଆଳସାହି ଓ ଆଲଙ୍ଗପୁର ପଞ୍ଚାୟତକୁ ତୁରନ୍ତ ସର୍ଭେ କରି ରିପୋର୍ଟ ଦେବାକୁ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ ପ୍ରଶାସନକୁ କ୍ଷୟକ୍ଷତି ଆକଳନ କରିବା ପାଇଁ କୁହାଯାଇଛି। କୃଷି ବିଭାଗ ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ମଧ୍ୟ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସମସ୍ୟାକୁ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଏବଂ ପ୍ରଶାସନ ଗୁରୁତ୍ୱ ସହ ନେଇ କିପରି ଚାଷୀଙ୍କ କ୍ଷତି ଭରଣା କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସମଗ୍ର ଚାଷୀଙ୍କ ପାଇଁ ଋଣ ଛାଡ କରିବାକୁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସାଧାରଣରେ ଦାବି ହେଉଛି। ଚାଷୀମାନଙ୍କ ସ୍ବାର୍ଥ ଆଉ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସ୍ଥାନୀୟ ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri