ଚୋରି ସମ୍ପର୍କରେ ନ ମାନିବାରୁ ପିଟି ମାରିଦେଇଥିଲେ

ଖୋର୍ଦ୍ଧା ଅଫିସ,୨୭ା୮: ଖୋର୍ଦ୍ଧା ଟାଉନ ଥାନା ଅଧୀନ ପୁବୁସାହିର ବାସୁଦେବ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଶନିବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅଧୀନ ପୁବୁସାହି କପିଳେଶ୍ୱରପୁରର ମୁଖ୍ୟ ଅଭିଯୁକ୍ତ ରବି ଓରଫ ରବୀନ୍ଦ୍ର ମୁଦୁଲି(୪୫), ଡ୍ରାଇଭର ନୟାଗଡ ଜିଲା ଫତେଗଡ ଥାନା ଜଗନ୍ନାଥପୁରର ଆଲୋକ ଓରଫ ଛବି ସାହୁ(୨୫) ଏବଂ ସମ୍ପର୍କୀୟ ଭାଇ ବେଗୁନିଆ ଥାନା ଅଞ୍ଚଳର ମାନସ ମୁଦୁଲି(୪୨)। ଏମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ (ଓଡି-୦୨-ଏଏଚ-୨୭୩୭), ପ୍ଲାଷ୍ଟିକ ପାଇପ୍‌ ଜବତ ହୋଇଛି। ଅପରାହ୍ନରେ ରବୀନ୍ଦ୍ର ହତ୍ୟାକାଣ୍ଡ ଘଟଣାର ଡେମୋ ଦେଖାଇଥିଲେ। ଗୋଦାମ ଗୃହରେ କରାଯାଇଥିବା ଆକ୍ରମଣ, ମଧ୍ୟରାତ୍ରିରେ ବୋଲେରୋରେ କିପରି ନେଇ ବ୍ରିଜ ତଳକୁ ମୃତଦେହ ଫିଙ୍ଗି ଦେଇଥିଲେ, ଘଟଣାର ସମସ୍ତ ସିନ୍‌ କ୍ରିଏଶନ କରିଥିଲେ ଅଭିଯୁକ୍ତ।
ପୋଲିସ ସୂଚନା ମୁତାବକ, ପୁବୁସାହି ଗ୍ରାମର ବାସୁଦେବ ସେହି ଗ୍ରାମର କପିଳେଶ୍ୱରପୁର କାଜୁ ଜଙ୍ଗଲରେ ରହିଥିବା ରବୀନ୍ଦ୍ରଙ୍କ କବାଡିଆ ଗୋଦାମରେ କାମ କରୁଥିଲେ। ଗୋଦାମରୁ କପର୍‌ ଓୟାର ଚୋରି ହୋଇଥିବା ସନ୍ଦେହରେ ବାସୁଦେବ ଏବଂ ଅନ୍ୟ ଜଣେ କର୍ମଚାରୀ ପ୍ରଦୀପ ପ୍ରଧାନଙ୍କୁ ରବୀନ୍ଦ୍ର ଗୋଦାମରେ ଅଟକ ରଖିଥିଲେ। ପ୍ରଦୀପ ନିଜ ଦୋଷ ସ୍ବୀକାର କରିଥିବା ବେଳେ ବାସୁଦେବ ଏହାକୁ ଅସ୍ବୀକାର କରିଥିଲେ। ଏନେଇ ରବୀନ୍ଦ୍ର ଓ ମାନସ ମିଶି ଗୋଦାମରେ ବାସୁଦେବଙ୍କୁ ଅଟକ ରଖି ପ୍ଲାଷ୍ଟିକ ପାଇପ୍‌ରେ ନିସ୍ତୁକ ମାଡ଼ ମାରିଥିଲେ। ରବୀନ୍ଦ୍ର ଗତ ୨୨ତାରିଖରେ ବାସୁଦେବଙ୍କ ସ୍ତ୍ରୀ ଅମିୟବାଳାଙ୍କୁ ଫୋନ କରି ଗୋଦାମକୁ ଡାକି ଚୋରି ସାମଗ୍ରୀ ବାବଦକୁ ଅର୍ଥ ଦାବି କରିଥିଲେ। ଅମିୟବାଳା ମନା କରିବା ସହ ଟଙ୍କା ସୁଝିବା ପର୍ଯ୍ୟନ୍ତ ତାଙ୍କୁ ଏଠାରେ ରଖି କାମ କରାନ୍ତୁ କିମ୍ବା ବାସୁଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତୁ କହି ପଳାଇ ଆସିଥିଲେ। ରବୀନ୍ଦ୍ର ଓ ମାନସଙ୍କ କଥାରେ ବାସୁଦେବ ରାଜି ନ ହେବାରୁ ଉଭୟେ ସେହିଦିନ ପୁଣି ତାଙ୍କୁ ଅକଥନୀୟ ମାଡ଼ ମାରିଥିଲେ। ଫଳରେ ବାସୁଦେବଙ୍କ ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ବିଳମ୍ବିତ ରାତିରେ ରବୀନ୍ଦ୍ର ବୋଲେରୋରେ ମୃତଦେହ ଧରି ନୟାଗଡ ମହାନଦୀ ସିଧାମୂଳା ବ୍ରିଜ ତଳକୁ ଫୋପାଡି ଦେଇଥିଲେ। ଏଥିରେ ତାଙ୍କ ଡ୍ରାଇଭର ଆଲୋକ ସହଯୋଗ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଅମିୟବାଳା ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଦଫା ୩୬୫/୩୦୭ରେ ଏକ ମାମଲା(ନଂ.୪୦୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ରବୀନ୍ଦ୍ରଙ୍କୁ ଥାନାକୁ ଆଣି ପଚରାଉଚରା ବେଳେ ମୃତଦେହକୁ ସିଧାମୂଳା ବ୍ରିଜ ତଳକୁ ଫୋପାଡି ଦେଇଥିବା ସ୍ବୀକାର କରିଥିଲେ। ରବୀନ୍ଦ୍ରଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କ ଡ୍ରାଇଭର ଏବଂ ମାନସଙ୍କୁ ଥାନାରେ ଅଟକ ରଖିଥିଲା। ପରଦିନ ପୋଲିସ ଓଡ୍ରାଫ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ମଧ୍ୟ ମୃତଦେହ ପାଇ ନ ଥିଲେ। ଏନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ସୁଶିଲ ମିଶ୍ର, ଟାଉନ ଥାନାଧିକାରୀ ଡିଏସପି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶୁକ୍ରବାର କଟକର ଜଗତ୍‌ପୁର ପୋଲିସ ମହାନଦୀରୁ ବାସୁଦେବଙ୍କ ମୃତଦେହ ଜବତ କରିଥିଲା। ଏନେଇ ଜଗତ୍‌ପୁର ଥାନାରେ ଅପମୃତ୍ୟୁ ମାମଲା(୫୩/୨୨) ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧାରେ ପହଞ୍ଚି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଅମିୟବାଳାଙ୍କ ଅଭିଯୋଗକ୍ରମେ ଦଫା ୩୪୨/୩୦୨/୨୦୧/୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ଏହି ଟିମ୍‌ରେ ଇନ୍‌ସ୍ପେକ୍ଟର କାହ୍ନୁ ଚରଣ ସ୍ବାଇଁ, ଆଡିଶନାଲ ଆଇଆଇସି ଚନ୍ଦ୍ରଶେଖର ଜେନା, ଏସ୍‌ଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ସୁନିତା ବେହେରା, ସସ୍ମିତା ବେହେରା, ଏଏସ୍‌ଆଇ ପ୍ରଦୀପ ପ୍ରଧାନ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ, ଅବଦୁଲ ମାସି ଖାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri