ଦେବାନମୁଣ୍ଡା ପୋଖରୀରେ ପଶୁଛି ଏନ୍‌ଏଚ୍‌ ବିଭାଗ ଡ୍ରେନ୍‌ପାଣି

କୋଟପାଡ଼,୨୮ା୮(ଡି.ଏନ.ଏ.): କୋରାପୁଟ ଜ଼ିଲା କୋଟପାଡ଼ ସହରରେ ଥିବା ଦେବାନମୁଣ୍ଡା ପୋଖରୀରେ ଜାତୀୟ ରାଜପଥ(ଏନ୍‌ଏଚ୍‌) ବିଭାଗ ଡ୍ରେନ୍‌ପାଣି ସଂଯୋଗ କରିଥିବାରୁ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି। ଏହି ପୋଖରୀ ଉପରେ ସହରର ୪ଟି ୱାର୍ଡର ଜନସାଧାରଣ ନିର୍ଭର କରନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ପୋଖରୀକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାଛଚାଷ ସକାଶେ ନିଲାମକରି ଅର୍ଥ ଆଦାୟ କରୁଥିଲା। ପୋଖରୀର ରକ୍ଷଣାବେକ୍ଷଣ ମଧ୍ୟ କରୁଥିଲା। ଗତ କିଛି ବର୍ଷ ହେବ ଉକ୍ତ ପୋଖରୀକୁ ଜାତୀୟ ରାଜପଥ ପାର୍ଶ୍ୱର ଡ୍ରେନ୍‌ ସହ ସହରର ଡ୍ରେନ୍‌ ପାଣି ସଂଯୋଗ ହୋଇ ପୋଖରୀ ମଧ୍ୟକୁ ପଶୁଛି। ଫଳରେ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି। ଏନେଇ ଜନସାଧାରଣ ପରିଷଦର ଦୃଷ୍ଟି ଆକର୍ଷଣ କରିବା ସହ ଜାତୀୟ ରାଜପଥ ଅଧିକାରୀଙ୍କୁ ଜଣାଇଥିଲେ। ଜାତୀୟ ରାଜପଥ ବିଭାଗ ପୋଖରୀରେ ଡ୍ରେନ୍‌ ପାଣି ନ ପଶିବା ଲାଗି ଏକ ନାଳ କରିଥିଲେ ମଧ୍ୟ ଏହା ଠିକ୍‌ ରୂପେ ହୋଇ ନ ଥିବାରୁ ସହରର ଡ୍ରେନ୍‌ ପାଣି ପୂର୍ବପରି ପୋଖରୀ ମଧ୍ୟରେ ପଶୁଛି। ଏବେ ପୋଖରୀ ପଙ୍କରେ ପୋତି ହୋଇଗଲାଣି। ଏହାର ପୁନରୁଦ୍ଧାର ସକାଶେ ଲୋକେ ବାରମ୍ବାର ପରିଷଦ ଓ ଜିଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। କେବଳ ମାଷ୍ଟର ପ୍ଲାନ୍‌ ହୋଇଛି କହି ପ୍ରଶାସନ ଭୁଆଁ ବୁଲାଉଛି। ଅନ୍ୟପକ୍ଷରେ ପ୍ରଶାସନ ନ ଶୁଣିବାରୁ କୋଟପାଡ଼ ବିଜୁ ଯୁବବାହିନୀ ଓ ଯୁବ ଛାତ୍ର ଏକତ୍ରିତ ହୋଇ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଛନ୍ତି। ୪ ଦିନ ହେଲା ପୋଖରୀରୁ ପଙ୍କ କାଢ଼ି ଏହାର ଚାରିପାର୍ଶ୍ୱ ସଫା କରୁଛନ୍ତି। କୋଟପାଡ଼ ବିଜୁ ଜନତା ଦଳର ନଗର ସଭାପତି ସୁଧୀର ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଶିବ ପଟ୍ଟନାୟକ, ସୁରେନ୍ଦ୍ର ପାଢ଼ୀ, ବିକ୍ରମ ମାଝି, ଓମ୍‌ପ୍ରକାଶ ଦଳେଇ, ସାଗର ପାତ୍ର, ଅନିଲ ପରିଡ଼ା, ତପନ ମହାନ୍ତି, ଅଜୟ ମାଦଳା ପ୍ରମୁଖ ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?