ସାଇକେଲ ମରାମତି କରି ପରିବାର ଚଳାଉଛନ୍ତି ମଙ୍ଗଳୁ

ଦଶମନ୍ତପୁର, ୨୮ା୮( ଡି.ଏନ.ଏ.): ଶାରୀରିକ ଭିନ୍ନକ୍ଷମ ହୋଇ ମଧ୍ୟ ସେ ହାର ମାନିଯାଇନାହାନ୍ତି। କୌଣସି ସରକାରୀ ସହାୟତା ନ ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆହେବାକୁ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ଏ. ମାଲକାନଗିରି ପଞ୍ଚାୟତର ମଙ୍ଗଳୁ ପାଇକ (୪୦)। ସ୍ତ୍ରୀ ତିଳୋତ୍ତମା, ଝିଅ ହେମଲତାଙ୍କୁ ନେଇ ତାଙ୍କ ସଂସାର। ରହିବା ପାଇଁ ଭଲ ଘରଟିଏ ନାହିଁ। କୌଣସି ସରକାରୀ ସହାୟତା ପାଇନାହାନ୍ତି ମଙ୍ଗଳୁ। ପରିବାର ଚଳାଇବା ଲାଗି ପଞ୍ଚାୟତ ସମ୍ମୁଖ ରାସ୍ତାକଡ଼ରେ ବସି ସାଇକେଲ ମରାମତି ଓ ବାଇକର ଟାୟାର ପଙ୍କଚର କାମ କରୁଛନ୍ତି। ଜନ୍ମରୁ ଭିନ୍ନକ୍ଷମ ମଙ୍ଗଳୁଙ୍କ ଅଣ୍ଟାରୁ ତଳକୁ ଶକ୍ତିହୀନ ହୋଇପଡ଼ିଛିି। ଛିଡ଼ାହେବା ମାତ୍ରେ ତାଙ୍କ ଶରୀର ଥରି ଉଠୁଛି। ୮ ମାସ ତଳେ ଦଶମନ୍ତପୁର ବ୍ଲକରେ ଚାଲିଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ସେ ହୁଇଲ ଚେୟାରଟିଏ ସହାୟତା ପାଇଥିଲେ। ସେହି ହୁଇଲ ଚେୟାର ୫ ମାସ ନ ହେଉଣୁ ଅଚଳ ହୋଇପଡ଼ିଛି। କ୍ରମେ ମଙ୍ଗଳୁ ଘର ସମ୍ମୁଖରେ ବସି ଲୋକଙ୍କ ସାଇକେଲ ମରାମତି କରିବା ଆରମ୍ଭ କଲେ। କୋରାପୁଟ ଯାଇ ବାଇକ୍‌ ପଙ୍କଚର ମରାମତି କରିବା ଶିଖି ମଙ୍ଗଳୁ ଏହି କାର୍ଯ୍ୟ ମଧ୍ୟ କରୁଛନ୍ତି। ଏବେ ସେଥିରୁ ହେଉଥିବା ରୋଜଗାରରେ ପରିବାର ଚଳାଉଛନ୍ତି ସେ। ପୂର୍ବରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୭ଶହ ଟଙ୍କା ଲାଞ୍ଚ ଦେଇ ମଧ୍ୟ ଏଯାଏ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଏସ୍‌ଏସ୍‌ଓ ଗୌତମ ଖୋସ୍‌ଲାଙ୍କୁ ପଚାରିବାରୁ ସେ କହିଲେ, ଏହାର ଅନୁଧ୍ୟାନକରି କିଛି ସହାୟତା ବ୍ୟବସ୍ଥା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri