ସାଇକେଲ ମରାମତି କରି ପରିବାର ଚଳାଉଛନ୍ତି ମଙ୍ଗଳୁ

ଦଶମନ୍ତପୁର, ୨୮ା୮( ଡି.ଏନ.ଏ.): ଶାରୀରିକ ଭିନ୍ନକ୍ଷମ ହୋଇ ମଧ୍ୟ ସେ ହାର ମାନିଯାଇନାହାନ୍ତି। କୌଣସି ସରକାରୀ ସହାୟତା ନ ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆହେବାକୁ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ଏ. ମାଲକାନଗିରି ପଞ୍ଚାୟତର ମଙ୍ଗଳୁ ପାଇକ (୪୦)। ସ୍ତ୍ରୀ ତିଳୋତ୍ତମା, ଝିଅ ହେମଲତାଙ୍କୁ ନେଇ ତାଙ୍କ ସଂସାର। ରହିବା ପାଇଁ ଭଲ ଘରଟିଏ ନାହିଁ। କୌଣସି ସରକାରୀ ସହାୟତା ପାଇନାହାନ୍ତି ମଙ୍ଗଳୁ। ପରିବାର ଚଳାଇବା ଲାଗି ପଞ୍ଚାୟତ ସମ୍ମୁଖ ରାସ୍ତାକଡ଼ରେ ବସି ସାଇକେଲ ମରାମତି ଓ ବାଇକର ଟାୟାର ପଙ୍କଚର କାମ କରୁଛନ୍ତି। ଜନ୍ମରୁ ଭିନ୍ନକ୍ଷମ ମଙ୍ଗଳୁଙ୍କ ଅଣ୍ଟାରୁ ତଳକୁ ଶକ୍ତିହୀନ ହୋଇପଡ଼ିଛିି। ଛିଡ଼ାହେବା ମାତ୍ରେ ତାଙ୍କ ଶରୀର ଥରି ଉଠୁଛି। ୮ ମାସ ତଳେ ଦଶମନ୍ତପୁର ବ୍ଲକରେ ଚାଲିଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ସେ ହୁଇଲ ଚେୟାରଟିଏ ସହାୟତା ପାଇଥିଲେ। ସେହି ହୁଇଲ ଚେୟାର ୫ ମାସ ନ ହେଉଣୁ ଅଚଳ ହୋଇପଡ଼ିଛି। କ୍ରମେ ମଙ୍ଗଳୁ ଘର ସମ୍ମୁଖରେ ବସି ଲୋକଙ୍କ ସାଇକେଲ ମରାମତି କରିବା ଆରମ୍ଭ କଲେ। କୋରାପୁଟ ଯାଇ ବାଇକ୍‌ ପଙ୍କଚର ମରାମତି କରିବା ଶିଖି ମଙ୍ଗଳୁ ଏହି କାର୍ଯ୍ୟ ମଧ୍ୟ କରୁଛନ୍ତି। ଏବେ ସେଥିରୁ ହେଉଥିବା ରୋଜଗାରରେ ପରିବାର ଚଳାଉଛନ୍ତି ସେ। ପୂର୍ବରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୭ଶହ ଟଙ୍କା ଲାଞ୍ଚ ଦେଇ ମଧ୍ୟ ଏଯାଏ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଏସ୍‌ଏସ୍‌ଓ ଗୌତମ ଖୋସ୍‌ଲାଙ୍କୁ ପଚାରିବାରୁ ସେ କହିଲେ, ଏହାର ଅନୁଧ୍ୟାନକରି କିଛି ସହାୟତା ବ୍ୟବସ୍ଥା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri