ଆମ ଜିଲା ଖବର

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ: ୧୫ ଦିନ ତଳେ କରିଥିଲେ ବିବାହ

ଆରଡି,୨୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେନ୍ଦ୍ର ମଲିକ(୨୮)। ମିଳିଥିବା ସୂଚନା ମୁତାବକ, ରାଜେନ୍ଦ୍ର ବିଲରେ କାମ କରୁଥିଲେ। ସେତିକିବେଳେ ଘଡ଼ଘଡି ସହ ବର୍ଷା…

ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ବମ୍ପରଡା ଗ୍ରାମରେ। ସୂଚନା ଅନୁଯାୟୀ, ବମ୍ପରଡା…

ପୁଣି ମହକିବ କଳାହାଣ୍ଡି କଫି

ଭବାନୀପାଟଣା,୨୨।୭(ସ୍ବ.ପ୍ର.): ପୁଣି ନିଜ ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି। ଜିଲାରେ ମହକିବ କଫି ଚାଷ। ୧୯୮୦ରେ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିିଥିଲା। କିନ୍ତୁ ତତ୍କାଳୀନ ସରକାରୀ…

ଶ୍ରାବଣରେ ଜମି ଶୁଖିଲା, ଚିନ୍ତାରେ ଚାଷୀ

କୋଲାବିରା,୨୨ା୭(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆଗେଇପାରୁ ନାହିଁ। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଥିଲା। ଏହାକୁ ନେଇ…

ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ

ଚୌଦ୍ୱାର,୨୨ା୭(ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ବର୍ଗତ ଗୌରମୋହନ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଶୁକ୍ରବାର…

ଝାରସୁଗୁଡ଼ାରେ କଡାକଡି ହେଲା କଟକଣା

ଝାରସୁଗୁଡ଼ା ଅଫିସ,୨୨ା୭- କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଜୁଲାଇ ୨୧ରୁ ଆଗାମୀ ଏକମାସ ବ୍ୟାପୀ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।…

ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର

ବ୍ରହ୍ମପୁର ଅଫିସ, ୨୨।୭: ବ୍ରହ୍ମପୁର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ଏଥିରେ ଆହତ ହୋଇଥିବା ଦୁଇଜଣଙ୍କୁ ଚିକିତ୍ସା ପାଇଁ…

୭ ଶ୍ରେଣୀକୁ ୨ ଶିକ୍ଷକ

ପରଜଙ୍ଗ, ୨୨।୭(ଡି.ଏନ୍‌.ଏ.) ସାତଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ଜଣ ଶିକ୍ଷକ। ସେଥିରେ ଜଣଙ୍କ କାନ୍ଧରେ ଲଦି ଦିଆଯାଇଛି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ସ୍କୁଲର ନଥିପତ୍ର, ମଧ୍ୟାହ୍ନ ଭୋଜନ, ଉପସ୍ଥାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଝିବାରେ ବିତିଯାଉଛି ତାଙ୍କର ଦିନ।…

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜକୁ ସ୍ଥାନିତ କରିଛି ଉତ୍ତରପ୍ରଦେଶର ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେଶନ। ଏହି…

ଭୁଶୁଡ଼ିଲା ବିଦ୍ୟାଳୟ ଛାତ

ଭୋଗରାଇ, ୨୨।୭(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୧୨୫ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ବାରଣ୍ଡାର ଛାତ ହଠାତ୍‌ ଭୁଶୁଡ଼ିବାରୁ ଆତଙ୍କର ବାତାବରଣ ଖେଳିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ…

କୋଣାର୍କ-ଭୁବନେଶ୍ୱର,କାକଟପୁରକୁ ବସ୍‌ ସେବା ବନ୍ଦ

ପୁରୀ ଅଫିସ,୨୨।୭: କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି। କୋଣାର୍କ ଓ ନିମାପଡା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍‌ ସେବା ବନ୍ଦ…

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଅଟୋ ଚାଳକ ଅରବିନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?