ଆମ ଜିଲା ଖବର

ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଡକାଇ ତାଙ୍କଠାରୁ ୨ ଲକ୍ଷ ଝାମ୍ପି ନେଇଛନ୍ତି ଲୁଟେରା। ଏହି ମାମଲାରେ ଜଗତ୍‌ସିଂହପୁର…

ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୧୮ା୪(ଡି.ଏନ.ଏ.): କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ସମ୍ପୂର୍ଣ୍ଣ ବୈତରଣୀ ନଦୀବନ୍ଧ କଡ଼ରେ ଅବସ୍ଥିତ। ତେବେ ବାଲିଗାଡ଼ି ଚଳାଚଳ ଫଳରେ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗିବାର ସୁଯୋଗ ସୃଷ୍ଟି ହେଉଛି। ଧନତ୍ରୀ ବାଲିଘାଟ ପାଇଁ ନଦୀବନ୍ଧରେ ବାଲି ପରିବହନକୁ ଅନୁମତି ମିଳିଛି।…

ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଅଫିସ,୧୮।୪: କିଛି ଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ପୁଣି ରକ୍ତ ଛିଟା ପଡ଼ିଛି। ରବିବାର ଭୋର ସମୟରେ ପୁରୀ ଦଇତାପଡ଼ା ସାହିର ଜଣେ ଯୁବକ ଟିକନ ଶତପଥୀ(୪୬)ଙ୍କ ଘରେ ପଶି କେତେଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଟିକନ…

ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଜାଗା ମିଶନର ସରକାରୀ ସୁବିଧା…

ଆଜିଠୁ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା ଅଫିସ,୧୮ା୪: ଦୁଇବର୍ଷ ପରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ। ସୋମବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ହେବ। ଏଣିକି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ସରକାରୀ ଅଧିକାରୀ। ଏନେଇ ରାଜ୍ୟ ସାଧାରଣ…

ପଞ୍ଜିକାକୁ ନେଇ ବିବାଦ

ପୁରୀ ଅଫିସ, ୧୮ା୪: ଚଳିତ ବର୍ଷ ପୁଣିଥରେ ପଞ୍ଜିକାକୁ ନେଇ ବିବାଦ ଦେଖିବାକୁ ମିଳିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି କେତେଜଣ ପଞ୍ଜିକା ସମୀକ୍ଷକ ରବିବାର ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ…

ତଦନ୍ତ ଶିଥିଳ, ଜମାକାରୀ ଚିନ୍ତାରେ

ଖୋର୍ଦ୍ଧା ଅଫିସ,୧୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ ସମେତ ଦୁଇଟି ସାଂଘାତିକ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତଦନ୍ତରେ ଶିଥିଳତା ଯୋଗୁ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ…

ରେଲଓ୍ବେ ଓଭରବ୍ରିଜ ରାସ୍ତା ନିମ୍ନମାନର

ବୋଲଗଡ଼,୧୮ା୪(ଡି.ଏନ୍‌.ଏ.): କେନ୍ଦ୍ର ସରକାର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ କାର୍ଯ୍ୟାଦେଶ ପାଇଥିବା ଠିକାସଂସ୍ଥାମାନେ ନିମ୍ନମାନର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମ…

ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଦିଆଯାଇଛି। ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ…

ମାଓବାଦୀ ପୋଷ୍ଟରରେ ରାସ୍ତା ନିର୍ମାଣ ଦୁର୍ନୀତିକୁ ବିରୋଧ

ଅମ୍ବାଭୋନା,୧୭।୪(ଡି.ଏନ.ଏ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକରେ ମାଓବାଦୀମାନେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି। ଦୀର୍ଘଦିନର ନିରବତା ପରେ ରବିବାର ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ନିକଟସ୍ଥ ଚକ୍ରାମାଳ-ବାବେବିରା ମୁଖ୍ୟରାସ୍ତାର ଚକ୍ରାମାଳ ପୋଲ ନିକଟରେ ମାଓବାଦୀଙ୍କ ଏକ ପୋଷ୍ଟର ଟଙ୍ଗାଯାଇଥିବା ରବିବାର ଦେଖିବାକୁ…

ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଫଳରେ ଦିନକୁ କୋଟି କୋଟି ଟଙ୍କାର ଅନଲାଇନ୍‌ ବେଟିଂ ଚାଲୁଛି। ଏହି ଅପରାଧିକ…

ମାହାଙ୍ଗା ମର୍ଡର ଘଟଣା: ରିମାଣ୍ଡ ପରେ ଶିଶୁଆ ଜେଲ୍‌କୁ ଫେରିଲେ ଶିବ

ନିଶ୍ଚିନ୍ତକୋଇଲି,୧୭ା୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ହୋଇଥିବା ନରସଂହାର ଘଟଣାରେ ପୋଲିସ ୩ ଦିନ ମୁଖ୍ୟ ଅଭିଯୁକ୍ତ ଶିବଙ୍କୁ ରିମାଣ୍ଡରେ ନେଇଥିଲା। ତେବେ ଶିବଙ୍କ ସିନ୍‌ ରିକ୍ରିଏଶନ କରିବା ପରେ ରବିବାର ପୂର୍ବାହ୍ନରେ ତାଙ୍କୁ ସାଲେପୁର ଜେଏମ୍‌ଫ୍‌ସି କୋର୍ଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri