କୋଇଲା ପରିବହନ ଯୋଗୁ ରାସ୍ତା ଜାମ୍‌

ସୁନ୍ଦରଗଡ଼,୩୦।୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏମ୍‌ସିଏଲଠାରୁ ସୁନ୍ଦରଗଡ଼ ଓ କନିକା ସାଇଡିଂ ପର୍ଯ୍ୟନ୍ତ ବିଭିନ୍ନ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ପ୍ରତିଦିନ ଏମ୍‌ସିଏଲ୍‌ରୁ ହଜାର ହଜାର ଟ୍ରକ ଲାଇନ କରି ବିଭିନ୍ନ କଳକାରଖାନାକୁ କୋଇଲା ପରିବହନ କରୁଛନ୍ତି। ଏହି କୋଇଲା ବୋଝେଇ ଟ୍ରକ ଏତେ ମାତ୍ରାରେ ହେଉଛି ଏହାର କୌଣସି ଟ୍ରାଫିକ ନିୟମ ନ ହେବାରୁ ଘଣ୍ଟା ଘଣ୍ଟା ରାସ୍ତା ଉପରେ ଟ୍ରକଗୁଡିକ ଲମ୍ବା ଧାଡିକରି ଠିଆ ହେଉଛି। ଫଳରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆମ୍ବୁଲାନ୍ସ ଯିବାକୁ ମଧ୍ୟ ରାସ୍ତା ମିଳୁନାହିଁ। ଏପରିକି ସୋମବାର ସାରେ ଗର୍ଜନବାହାଲଠାରେ ଦୀର୍ଘ ସaମୟ ରାସ୍ତା ଜାମ ହୋଇଥିଲା। ଫଳରେ ସେହି ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରାସ୍ତା ଉପରେ ଠିଆ ହୋଇ ରାସ୍ତା ଜାମ ଖାଲି କରେଇଥିଲେ। କିଛି ଦିନ ପୂର୍ବରୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପ୍ରଶାସନ, ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ ଏହି ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଗୋଟିଏ ପଟେ ଜନସାଧାରଣ ଓ ଅନ୍ୟ ପଟଟି କୋଇଲା ବୋଝେଇ ଟ୍ରକ ଚଳାଚଳ ବ୍ୟବହାର କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଉ ନ ଥିବାରୁ ଯଥାପୂର୍ବଂ ତଥା ପରଂ ପରିସ୍ଥିତି ଲାଗି ରହିଛି। ଏହାର ଶୀଘ୍ର ସମାଧାନ ପାଇଁ ଜନସାଧାରଣ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ...

ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର...

ଆକାଉଣ୍ଟକୁ ଫେରିଲା ୮.୬୦ ଲକ୍ଷ ଟଙ୍କା

ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍‌. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ...

କରୋନା ବଦଳାଇ ଦେଲା ବେଉସା: କବାଡ଼ି ବ୍ୟବସାୟୀ ବିକିଲେ ପରିବା

ରସୁଲପୁର,୯।୪(ଡିଏନଏ)- କରୋନା ପ୍ରଭାବରେ ସବୁକିଛି ଠପ୍‌ ହୋଇଯାଇଛି। ଛୋଟମୋଟ ବ୍ୟବସାୟରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଦିନ...

ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍‌ ଟେଷ୍ଟ

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି...

ଜିଲାପାଳ ଡାକିଲେ ବୈଠକ: ଗଞ୍ଜାମରେ ସ୍ବଳ୍ପ ବୃଷ୍ଟି, ଆଶଙ୍କାରେ ଚାଷୀ

ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ...

ବାଲି ଲିଜ୍‌ଧାରୀଙ୍କ ନାଁରେ ଏନ୍‌ଜିଟି ମାମଲା

ବାରିପଦା ଅଫିସ,୧ା୫: ସଦର ଉପଜିଲାପାଳ ଅନନ୍ୟା ଦାସଙ୍କ ଅଭିଯୋଗ କ୍ରମେ ବଡ଼ସାହି ତହସିଲ ଅଧୀନ ପୃଥକ୍‌ ବାଲି ସୈରାତ ପାଇଁ ୨ଟି ମାମଲା ରୁଜୁ ହୋଇଛି।...

ବାଲିଗୁଡ଼ା ଏନ୍‌ଏସି: ହୋଇପାରିଲାନି ଅନାସ୍ଥା, କାଏମ ରହିଲା ୨ ପଦବୀ

ବାଲିଗୁଡ଼ା,୧୬।୧୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ବିଜେଡିର ୭ କାଉନସିଲର ଅନାସ୍ଥା ପ୍ରସ୍ତାବ...

Advertisement
Archives

Model This Week