ମଦ ଦୋକାନ ପୋଡ଼ିଦେଲେ

ବାହାନଗା,୩୦ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ନଇଛଣପୁର ଗ୍ରାମରେ ଖୋଲାଯାଇଥିବା ବିୟର ବାର୍‌ ଓ ମଦ ଦୋକାନ ସମେତ ମାଲିକଙ୍କ ଏକ କାର୍‌କୁ ରବିବାର ରାତିରେ କେହି ନିଅଁା ଲଗାଇ ପୋଡ଼ି ଦେଇଛି। ଏହି ଘଟଣାରେ ପୋଲିସ ୬ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।
ଅନୁଯାୟୀ, ଗଁା ମୁଣ୍ଡରୁ ମଦ ଦୋକାନ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ କିଛି ଦିନ ତଳେ ବିଭାଗୀୟ ଅଧିକାରୀ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗ୍ରାମସଭା ନ କରି କିମ୍ବା କାହାରି ମତ ନ ନେଇ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଲୋକେ ବିରୋଧ କରିଆସୁଥିଲେ। ଅଭିଯୋଗ ପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗତ ମେ ୨୮ ତାରିଖରେ ଗ୍ରାମବାସୀ ଉକ୍ତ ଦୋକାନରେ ତାଲା ପକାଇ ଦେଇଥିଲେ। ଏପରିସ୍ଥଳରେ ଦୋକାନ ମାଲିକ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଆଦେଶ ନଂ. ୧୬୦୭୬/୨୩ା୮ା୨୦୨୨ରେ ମଦ ଦୋକାନ ଖୋଲିବା ପାଇଁ ୧କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଓ ଖନ୍ତାପଡ଼ା ଥାନା ଅଧିକାରୀ ବିମଳ କୁମାର ନାୟକଙ୍କ ସମେତ ୨ ପ୍ଲାଟୁନ ପୋଲିସ୍‌ ଫୋର୍ସ ସହାୟତାରେ ତାଲା ଭାଙ୍ଗି ଦୋକାନ ଖୋଲା ଯାଇଥିଲା। ତେବେ ରବିବାର ଗ୍ରାମର ଶତାଧିକ ମହିଳା ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଖୋଲା ଥିବା ବାର୍‌ ଓ ମଦ ଦୋକାନକୁ ଯାଇ ସେମାନେ ମଦ ପିଇବା ପାଇଁ ମାଗିଥିଲେ। ଆମକୁ ମଦ ନ ଦେଲେ କାହାରିକୁ ଏଠାକୁ ଛାଡ଼ିବୁ ନାହିଁ ବୋଲି ଯିଦି ଧରିଥିଲେ। ଏହାକୁ ନେଇ ମଦ ଦୋକାନ ଆଗରେ ଉତ୍ତେଜନା ଲାଗି ରହିଥିଲା ା ମାତ୍ର ବିଳମ୍ବିତ ରାତିରେ ମଦ ଦୋକାନ ଓ ବାର୍‌ ସମେତ ଦୋକାନ ସାମ୍ନାରେ ଥିବା ମାଲିକଙ୍କ କାର୍‌କୁ କେହି ନିଅଁା ଲଗାଇ ପୋଡ଼ି ଦେଇଥିଲେ। ଏ ସଂକ୍ରାନ୍ତରେ ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି ଖନ୍ତାପଡ଼ା ପୋଲିସ୍‌ ନଇଛଣପୁର ଗ୍ରାମର ୨ ମହିଳା ଓ ୪ଜଣ ପୁରୁଷଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାର ପ୍ରତିବାଦରେ ମହିଳାମାନେ ସୋମବାର ବ୍ଲକରେ ଚାଲିଥିବା ଜନଶୁୁଣାଣି ଶିବିରରେ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ମଦ ଦୋକାନ ମାଲିକ ଗୁଣ୍ଡା ଆଣି ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ନିଜେ ଦୋକାନରେ ନିଅଁା ଲଗାଇ ଗ୍ରାମବାସୀଙ୍କ ନଁାରେ ମିଥ୍ୟା ଅଭିଯୋଗ କରିଥିବା ମହିଳାମାନେ କହିଛନ୍ତି। ଏହା ବ୍ୟତୀତ ମଦ ଦୋକାନ ମାଲିକ ଗ୍ରାମର ଓ୍ବାର୍ଡସଭ୍ୟଙ୍କୁ ଅପହରଣ କରି ନେଇଥିବା ସମ୍ପର୍କରେ ମହିଳାମାନେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?