ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୩୦।୮: ଦୀର୍ଘ ୨ବର୍ଷ ପରେ ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମାଗାଦିରେ ଅନୁଷ୍ଠିତ ହୋଇଛି ସାମୂହିକ ନବାନ୍ନ କାର୍ଯ୍ୟକ୍ରମ। ମାଘମେଳା ପରେ ଏହି ଦ୍ୱିତୀୟ ପ୍ରସଦ୍ଧ ଗଣପର୍ବକୁ ନେଇ ମହିମା ଧର୍ମାବଲମ୍ବୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଥିବାବେଳେ ଏଥିରେ ସାମିଲ ହୋଇଥିଲେ ଓଡ଼ିଶା ସମେତ ରାଜ୍ୟ ବାହାରର ସହସ୍ରାଧିକ ସାଧୁସନ୍ଥ।
ନବାନ୍ନ ଉପଲକ୍ଷେ ପ୍ରାତଃ ସମୟରୁ ପୀଠରେ ଆବଶ୍ୟକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ଗୁଡ଼ ନଡ଼ିଆ, କଦଳୀ, କ୍ଷୀର, ଦହି, କାଜୁ, କିସ୍‌ମିସ୍‌, ମହୁ ସମେତ ବିଭିନ୍ନ ପ୍ରକାର ପାଚିଲା ଫଳ ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ନବାନ୍ନ। ୭ଟି ନୂତନ ମାଟିହାଣ୍ଡିରେ ଏହାକୁ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ସାଧୁସନ୍ଥମାନେ ବିଶ୍ୱମଙ୍ଗଳ କାମନା କରିବା ସହ ପୃଥିବୀ ଶସ୍ୟଶ୍ୟାମଳା ହେଉ ବୋଲି ପ୍ରାର୍ଥନା କରିଥିଲେ। ପୂର୍ବାହ୍ନ ୯ଟାରେ ଭିକ୍ଷା ମଣ୍ଡପରେ ସାମୂହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦର ବାବା ନିତ୍ୟାନନ୍ଦ ଦାସ, ବାବା ଅନାମ ଦାସ, ବାବା ନଟବର ଦାସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି କୌପିନଧାରୀ ମହିମା ସମାଜ ପକ୍ଷରୁ ରଘୁନାଥ ବାବାଙ୍କ ତତ୍ତ୍ୱାବଧାନରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କରୁଣାକର ବାବା, ସୁକାନ୍ତ ବାବା, ବୀଣାକାର ବାବା ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ୧୯୪୨ରୁ ପ୍ରତିବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହିମା ଗାଦିରେ ନବାନ୍ନ ମହୋତ୍ସବ ପାଳିତ ହୋଇଆସୁଛି। ଆଠଗଡ ଅଞ୍ଚଳର ଭୋଇ ପରିବାର ପକ୍ଷରୁ ଏଥିପାଇଁ ନୂଆ ଚୂଡ଼ା ଯୋଗାଇ ଦିଆଯାଇଥାଏ। କରୋନା କଟକଣା ପାଇଁ ୨ବର୍ଷ ହେଲା ଏହି ଉତ୍ସବ କେବଳ ବିଧି ପାଳନରେ ସୀମିତ ଥିଲା। ଚଳିତ ବର୍ଷ ଭୂତାଣୁ ଆତଙ୍କ ସେତେଟା ନ ଥିବାରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ଆସାମ ଆଦି ରାଜ୍ୟର ବହୁ ସାଧୁସନ୍ନ୍ୟାସୀଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri