ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳରେ ହାତୀ ଭୟ

ଲାଞ୍ଜିଗଡ଼,୩୦।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଗୋଟିଏ ପରେ ଗୋଟିଏ ଗାଁରେ ପଶି ଗରିବଙ୍କ ଘର ଭାଙ୍ଗିବା ସହ କଷ୍ଟ ଉପାର୍ଜିତ ଫସଲ ନଷ୍ଟ କରୁଛନ୍ତି। ଫଳରେ ଅଞ୍ଚଳବାସୀ ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ଆଦିବାସୀ ସାହିରେ ପୁଣି ଏକ ଘଟଣା ଘଟିଛି। ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବେଡାଗାଁର ଆଦିବାସୀ ସାହିରେ ହାତୀପଲ ପଶି ୪ରୁ ୫ଏକର ମକା ଚାଷ ମାଡି ଚକଟି ନଷ୍ଟ କରିଦେଇଛନ୍ତି। ପରେ ଗାଁର ଧନୁ ମାଝି, ରମେଶ ମାଝି, ଆନ୍ଦୁ ମାଝି ଓ ସାଲୁପୁ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ ବିଳମ୍ବିତ ରାତିରେ ଧନୁ ମାଝିଙ୍କ ବାଡିରେ ପଶି ମକାଚାଷ ନଷ୍ଟ କରିବା ପରେ ହାତୀପଲ ଗର୍ଜନ କରିଥିଲେ। ଗର୍ଜନ ଶୁଣି ଧନୁ ସ୍ତ୍ରୀ ପିଲାଛୁଆଙ୍କୁ ଧରି ବାହାରକୁ ଚାଲିଆସିଥିଲେ। ପଡାର ସମସ୍ତେ ବାହାରକୁ ଚାଲି ଆସି ହାତୀ ଘଉଡେଇବା ପାଇଁ ନିଆଁ ଲଗାଇଥିଲେ। ହେଲେ ହାତୀପଲ କିଛି ବ୍ରୁକ୍ଷେପ ନ କରି ଧନୁଙ୍କ ଘର ଭିତରେ ପଶି ଖାଦ୍ୟଶସ୍ୟ ସବୁ ନଷ୍ଟ କରିବା ସହ ଛେଳି ଗୋଟିଏ ମାଡି ଦେବା ସହ ଘର ଭାଙ୍ଗି ଦେଇଥିଲେ ଏବଂ ରମେଶ ମାଝିଙ୍କ ଗୋଟିଏ ବାଇକ୍‌ ଭାଙ୍ଗି ଦେଇଛନ୍ତି। ପରେ ରମେଶ, ଆଙ୍ଗୁ ମାଝି ଓ ସାଲୁପୁ ମାଝିଙ୍କ ଘର ମଧ୍ୟ ନଷ୍ଟ କରିଦେଲେ। ବର୍ତ୍ତମାନ ଏହି ୪ଟି ପରିବାର ପୋଡଷୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ବିଶ୍ୱନାଥପୁର ରେଞ୍ଜର ନରତ୍ତୋମ ମାଝିଙ୍କ ନେତୃତ୍ୱରେ ଏକ ଟିମ ଯାଇ ତଦାରଖ କରିଥିବା ବେଳେ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି।
ସୁଚନା ଥାଉକି ଗତ ୨୮ତାରିଖରେ ପିଡେଲବାଜୁ ଗାଁର ୪ଟି ଘର ହାତୀପଲ ଭାଙ୍ଗି ଦେଇଛନ୍ତି। ହାତୀ ଯୋଗୁ ଦୁର୍ଗମ ଅଞ୍ଚଳବାସୀ ରାତିରେ ଅନିଦ୍ରା ରହି ପହରା ଦେଉଛନ୍ତି। ବନବିଭାଗ ପକ୍ଷରୁ ହାତୀର ଗତିପଥକୁ ଲକ୍ଷ୍ୟ କରିବା ଓ ହାତୀ ଘଉଡେଇବା ପାଇଁ ଏଲିଫେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଛି, ହେଲେ ଏହା କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି ସତ ହେଲେ ହାତୀ ଘର ଭାଙ୍ଗିବାର ମାସ ମାସ ବିତିଯାଉଥିଲେ ହେଁ କ୍ଷତିପୂରଣ ମିଳିପାରୁନାହିଁ । ଏହାକୁ ନେଇ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?