ଆମ ଜିଲା ଖବର

ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନକୁ ପାଳନ କରାଯିବା ଜରୁରୀ। ଏନେଇ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ…

ଜମି ସମସ୍ୟା ନାହିଁ, ଖୁବ୍‌ଶୀଘ୍ର କାମ

ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ ଉକ୍ତ ଅତ୍ୟାଧୁନିକ ଧର୍ମଶାଳାରେ ରହିବା ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଏଥିଲାଗି ‘ଅବଢ଼ା’…

ଜେଲ ଫେରିଲେ ଗୋବିନ୍ଦ ସାହୁ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୩।୭(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ୧୪ ଦିନିଆ ଜାମିନ ଅବଧି ସାରି ଶୁକ୍ରବାର କଣ୍ଟାବାଞ୍ଜି ଉପକାରାଗାରକୁ ଫେରିଛନ୍ତି। ଅଭିଯୁକ୍ତ ସାହୁ ନିଜ ସ୍ତ୍ରୀ ଏବଂ ପୁଅ ଅସୁସ୍ଥ ଥିତ୍ବା ଦର୍ଶାଇ ସେମାନଙ୍କ…

ଲାଞ୍ଚ ନେଇ ଆୟୁଷ ଡାକ୍ତର ଗିରଫ

କୁତ୍ରା, ୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି। ସରକାରୀ କ୍ବାର୍ଟର୍ସରେ ଜଣେ ଅଟୋ ଚାଳକ ଅରବିନ୍ଦ ଖାଲଖୋଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଚିନି ଭାବି ୟୁରିଆ ଖାଇ ୪ଗୁରୁତର

ଦେବଗଡ଼,୨୩ା୭(ଡି.ଏନ୍‌.ଏ): ଚିନି ଭାବି ୟୁରିଆ ସାର ଖାଇଦେବାରୁ ୩ ଶିଶୁ ଓ ଜଣେ ବୃଦ୍ଧା ଗୁରୁତର ଅସୁସ୍ଥ ହୋଇଛନ୍ତି। ଶୁକ୍ରବାର ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ। ଗୁରୁତର ୪ଜଣ ଦେବଗଡ଼ ଜିଲା ମୁଖ୍ୟ…

ଝାଡ଼ାବାନ୍ତି ପ୍ରଭାବିତ ଗ୍ରାମରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦଶମନ୍ତପୁର, ୨୩ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ଝାଡ଼ାବାନ୍ତି ବ୍ୟାପୀ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି। ଏହି ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ଗୁରୁବାର ଏହି…

ପରିତ୍ୟକ୍ତ ଖାଦାନକୁ ନେଇ ବଢୁଛି ଚିନ୍ତା

ଉତ୍କଳବନ୍ଧୁ ପଣ୍ଡା ଖଇରା, ୨୩।୭: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ରହିଥିବା ଜଳଭର୍ତ୍ତି ପରିତ୍ୟକ୍ତ ମୋରମ ଓ ମାଙ୍କଡା ଖାଦାନରେ ପଡ଼ି ୧୦ବର୍ଷରେ ୩୦ ଜଣଙ୍କ ପ୍ରାଣ ଗଲାଣି। କେବଳ ମଣିଷ ନୁହେଁ,…

ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ ଆସିଥିବା…

ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି।…

ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଚେଇଁଛି ଜିଲା ପ୍ରଶାସନ। ଶୁକ୍ରବାର ଧର୍ମଗଡ ଉପ ଜିଲାପାଳଙ୍କ…

ପିଲାଙ୍କୁ ପଢ଼ାଇଲେ ବିଧାୟକ

ପାଟଣା,୨୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଶୁକ୍ରବାର ପିଲାଙ୍କୁ ପାଠ ପଢାଇଥିଲେ। ବିଧକ ନାଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ନବମ…

ଗିରଫ ହେଲେ ୪ ଲୁଟେରା: ୫ ବାଇକ୍‌ ସହ ଟଙ୍କା ଜବତ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ଟି ମାମଲାରେ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଚୋରି ବାଇକ୍‌ ଓ ନଗଦ ଟଙ୍କା ଜବତ କରାଯାଇଥିବା ଶୁକ୍ରବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ପ୍ରଭାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?