ଆମ ଜିଲା ଖବର

ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ

ଚୌଦ୍ୱାର,୨୨ା୭(ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ବର୍ଗତ ଗୌରମୋହନ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଶୁକ୍ରବାର…

ଝାରସୁଗୁଡ଼ାରେ କଡାକଡି ହେଲା କଟକଣା

ଝାରସୁଗୁଡ଼ା ଅଫିସ,୨୨ା୭- କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଜୁଲାଇ ୨୧ରୁ ଆଗାମୀ ଏକମାସ ବ୍ୟାପୀ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।…

ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର

ବ୍ରହ୍ମପୁର ଅଫିସ, ୨୨।୭: ବ୍ରହ୍ମପୁର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ଏଥିରେ ଆହତ ହୋଇଥିବା ଦୁଇଜଣଙ୍କୁ ଚିକିତ୍ସା ପାଇଁ…

୭ ଶ୍ରେଣୀକୁ ୨ ଶିକ୍ଷକ

ପରଜଙ୍ଗ, ୨୨।୭(ଡି.ଏନ୍‌.ଏ.) ସାତଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ଜଣ ଶିକ୍ଷକ। ସେଥିରେ ଜଣଙ୍କ କାନ୍ଧରେ ଲଦି ଦିଆଯାଇଛି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ସ୍କୁଲର ନଥିପତ୍ର, ମଧ୍ୟାହ୍ନ ଭୋଜନ, ଉପସ୍ଥାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଝିବାରେ ବିତିଯାଉଛି ତାଙ୍କର ଦିନ।…

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜକୁ ସ୍ଥାନିତ କରିଛି ଉତ୍ତରପ୍ରଦେଶର ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେଶନ। ଏହି…

ଭୁଶୁଡ଼ିଲା ବିଦ୍ୟାଳୟ ଛାତ

ଭୋଗରାଇ, ୨୨।୭(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୧୨୫ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ବାରଣ୍ଡାର ଛାତ ହଠାତ୍‌ ଭୁଶୁଡ଼ିବାରୁ ଆତଙ୍କର ବାତାବରଣ ଖେଳିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ…

କୋଣାର୍କ-ଭୁବନେଶ୍ୱର,କାକଟପୁରକୁ ବସ୍‌ ସେବା ବନ୍ଦ

ପୁରୀ ଅଫିସ,୨୨।୭: କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି। କୋଣାର୍କ ଓ ନିମାପଡା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍‌ ସେବା ବନ୍ଦ…

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଅଟୋ ଚାଳକ ଅରବିନ୍ଦ…

ବିପଦସଙ୍କୁଳ କେନ୍ଦ୍ରରେ ଅଙ୍ଗନୱାଡି ଶିଶୁ

ନୟାଗଡ଼ ଅଫିସ,୨୨।୭: ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା। ହେଲେ ଏଥିପ୍ରତି ପ୍ରଶାସନର ନଜର ନାହିଁ ।ଏଭଳି ଅଭିଯୋଗ ନୟାଗଡ଼ ଜିଲାରେ ଗତ ୨୦ ବର୍ଷ ହେଲା ହୋଇ ଆସୁଛି। ତଥାପି ଧିମେଇ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ରର…

ଦଶମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଶିକ୍ଷକ ଫେରାର, ଟେର୍‌ ପାଉନି ପୋଲିସ

ମହାକାଳପଡ଼ା,୨୨ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଶ୍ରେଣୀଗୃହରେ ପରୀକ୍ଷା ଚାଲିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଗଣିତ ଶିକ୍ଷକ ଅସଦାଚରଣ କରିଥିଲେ। ଏହି ଘଟଣାକୁ ନେଇ ପୀଡିତା ନିଜ…

ଆର୍‌ଆଇ ଅଫିସ୍‌ ଆଜବେଷ୍ଟସ୍‌ରୁ ପାଣି ଗଳୁଛି

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେଲେ କାନ୍ଥ ବାଡଠାରୁ ଆରମ୍ଭ କରି ଆଜବେଷ୍ଟସରୁ ପାଣି ଝରୁଛି। ଏଥିସହ ଗୃହର ଚାରିଆଡ ବିରାଟକାୟ ହୁଙ୍କା ରହିଛି। କିଛି…

୪ ବର୍ଷ ହେଲା ସ୍ଥାୟୀ ଉପନିବନ୍ଧକ ନାହାନ୍ତି

ନାଉଗାଁ , ୨୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ ପଦବୀ ଦୀର୍ଘ ୪ ବର୍ଷ ହେବ ଖାଲି ପଡିଛି। ୨୦୧୮ ସେପ୍ଟେମ୍ବରରେ ମହେଶ୍ୱର ବେହେରା ଉପନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅନ୍ୟତ୍ର ବଦଳି ପରେ ପଦବୀଟି ଖାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?