ଆମ ଜିଲା ଖବର

କ୍ଷତି ଆଶଙ୍କାରେ ଧାନଚାଷୀ ହତାଶ

ଲେଫ୍ରିପଡ଼ା,୧୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅଞ୍ଚଳରେ ହତାଶରେ ଧାନ ଚାଷୀ ରହିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ଖରିଫ ଚାଷ ଆରମ୍ଭରେ ଖରଡ଼ି ଧାନ ବୁଣା ସାଙ୍ଗକୁ ରୁଆ ପାଇଁ ତଳି ପକାଇଥିଲେ। କିନ୍ତୁ ଜୁଲାଇ ଏବଂ…

ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୭୩ ମି.ମି. ବର୍ଷିଲା

କାମାକ୍ଷାନଗର,୧୨।୯(ଡି.ଏନ୍‌.ଏ.): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ନରୁ ରବିବାର ସକାଳ ପର୍ଯ୍ୟନ୍ତ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଜୀବନଯାତ୍ରା। ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ…

୧୫ ମଣ୍ଡପରେ ପୂଜା ପାଇବେ ମା’ ଦଶଭୁଜା

କାମାକ୍ଷାନଗର, ୧୨।୯(ଡି.ଏନ୍‌.ଏ.):ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ନିମଗ୍ନ ଶିଳ୍ପୀ। ପ୍ରତିଯୋଗିତାମୂଳକ ପୂଜାରେ ସର୍ବାଗ୍ରେ ରହିବାକୁ ତିଆରି ଚାଲିଛି ସୃଦୃଶ୍ୟ ତୋରଣ। କେଉଁଠି ମୂର୍ତ୍ତିକୁ ତ ଆଉ କେଉଁଠି ସାଜସଜ୍ଜା ଓ ଉଜ୍ଜ୍ୱଳ ଆଲୋକମାଳାକୁ ଦିଆଯାଉଛି ଗୁରୁତ୍ୱ। କରୋନା ପ୍ରଭାବିତ ବିଶ୍ୱରେ…

ବନ୍ୟା ପାଣିରେ ବଗି ନଦୀ କେନାଲ ଭାଙ୍ଗିଲା

ପାତ୍ରପୁର,୧୨ା୯(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଲକ ଭୀମପୁର ଗ୍ରାମ ନିକଟ ବଗି ନଦୀ କେନାଲ ଭାଙ୍ଗିଯାଇଛି। ଉପର…

ଗଞ୍ଜାମରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ

ଛତ୍ରପୁର,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ହୋଇଥିବା ରିପୋର୍ଟରୁ ଜଣାପଡିଛି। ୨ ଦିନ ପୂର୍ବେ ଛତ୍ରପୁରରେ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏ…

ଜଳବନ୍ଦୀରେ ଗଣିଆସାହି, ଗତିପଥ ବଦଳାଉଛି ବାହୁଦା

ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକ ସି.ଏଚ୍‌ ଟିକରପଡା ଗ୍ରାମର ଗଣିଆସାହି ବାସିନ୍ଦା ଗତ ତିନିଦିନ ହେଲା ଜଳବନ୍ଦୀରେ କାଳାତିପାତ କରୁଛନ୍ତି। ସାହି ମଝିରେ ତିନିଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ…

୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।…

ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ ରବିବାର ବୃଦ୍ଧି ପାଇଛି। ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ…

ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡ଼ା ଅଫିସ,୧୨ା୯: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁରେ କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଶୋକ ଦିବସ ରବିବାର ପାଳନ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ସହର ପୁରୁଣା ବସ୍‌ଷ୍ଟାଣ୍ଡ ଡାଇମଣ୍ଡ ଜୁବିଲି ଲାଇବ୍ରେରିରେ ସଭାପତି ସରୋଜ ରାଜ…

କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି ରବିବାର…

ମଦ, ବିଷାକ୍ତ ଖାଦ୍ୟ ନେଉଛି ଜୀବନ

ମାଥିଲି,୧୨ା୯ (ଡି.ଏନ.ଏ):ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗର କାରଣ ଏବେ ସ୍ପଷ୍ଟ ହୋଇଛି। ମଦ ଓ ବିଷାକ୍ତ ଖାଦ୍ୟ ଖାଇ ଲୋକେ ପ୍ରାଣ ହରାଉଥିବା ମାଥିଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏନେଇ…

ବଦଳିଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?