ଆମ ଜିଲା ଖବର

ଚୋରି ବାଇକ ଉଦ୍ଧାର: ଅଭିଯୁକ୍ତ ଗିରଫ

ସୋର, ୩ା୯(ଡି.ଏନ.ଏ.): ସୋର ପୋଲିସ୍‌ ଜଣେ ବାଇକ୍‌ ଚୋରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ବାଇକକୁ ଜବତ କରିଛି। ସୋର ଷ୍ଟେଶନ ଛକରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଖଇରା ଥାନା ଜଳଦା ଗ୍ରାମର ଗଜେନ୍ଦ୍ର ପୃଷ୍ଟି…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଋଷିକୁଲ୍ୟାରେ ବୁଡିଗଲେ ଯୁବକ

ପୁରୁଷୋତ୍ତମପୁର,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଋଷିକୁଲ୍ୟା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଲାଡିଗାଁର ଗଣେଶ ମିଶ୍ରଙ୍କ ଏକମାତ୍ର…

ମେସର୍ସ କେସିଏସ୍‌ କ୍ୟାମ୍ପ ଭାଙ୍ଗିଲେ, ମେଶିନ ପୋଡ଼ିଦେଲେ

କେନ୍ଦୁଝର, ୩ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ କାଦକଳା ଗ୍ରାମ ନିକଟ ଜମ୍ଭିରିପଶିଠାରେ ସ୍ଲରି ପାଇପ୍‌ ଲାଇନ ବିଛାଇବା କାମ କରୁଥିବା ମେସର୍ସ କେସିଏସ୍‌ ପ୍ରୋଜେକ୍ଟ କ୍ୟାମ୍ପକୁ ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ମେଶିନ ପୋଡ଼ିଦେଇଛନ୍ତି।…

ଗଣେଶ ପୂଜା ଭୋଜି ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ

ନୀଳଗିରି,୩ା୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜା ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ଲାଗି ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପୂଜା ଦିନ ସ୍କୁଲରେ ଭୋଜି…

ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ନ ଥିବା…

ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ

ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ। ପରିବାର ଲୋକେ…

କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି

କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି…

ପଡ଼ିଆ ପଡ଼ିଛି ଚାଷଜମି

ବନ୍ତ, ୩ା୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ…

୯ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ

ବୈଶିଙ୍ଗା,୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୁଇଁ ଓରଫ ଫକୀର ଖଁାଙ୍କୁ ୯ ବର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ସୂଚନା…

ତଦନ୍ତ ପାଇଁ ପହଞ୍ଚିଲା ମେଡିକାଲ ଟିମ୍‌

ଅମରପାଲି,୩ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ସୁରଧାପାଲି (ହୋତାପାଲି )ଗ୍ରାମରେ ସପ୍ତାହକ ମଧ୍ୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗତ ୨୨ତାରିଖ ଧରିତ୍ରୀରେ ‘କିଡନୀ ଆକ୍ରାନ୍ତ…

ନିଆରା ନୂଆଁଖାଇ: ୧୮୦ ପରିବାରର ୮୦୦ ସଦସ୍ୟ ସାମିଲ

ରେଙ୍ଗାଲି,୩ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଅବସରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମ। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସହିତ ନୂଆଁ ଖାଇବାର ପରମ୍ପରା ରହିଛି। ହେଲେ…

ଅବସର ପରେ ଖୋଲିଲେ ମାଗଣା କ୍ଲିନିକ୍‌

ସମ୍ବଲପୁର,୩ା୯(ବ୍ୟୁରୋ): ସରକାରୀ ଚାକିରି କରୁଥିବା ଅନେକ ବ୍ୟକ୍ତି ଅବସର ପରେ କିଭଳି ସମୟ ଅତିବାହିତ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ହେଲେ ସମ୍ବଲପୁରର ଜଣେ ଡାକ୍ତର ଅବସର ପରେ ଲୋକଙ୍କୁ ମାଗଣା ସେବା ଯୋଗାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?