ବଦଳିଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୩୦ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିଥିଲେ। ପ୍ରାଥମିକ ରିପୋର୍ଟରେ ସମ୍ବଲପୁର ଜିଲା ମାନେଶ୍ୱର ତହସିଲର ଆଂଶିକ ଓ ସଦର ତହସିଲ ଅଧୀନ ଧନକଉଡ଼ା ବ୍ଲକର ଚିପିଲିମା ଓ ଗୋଶାଳା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚାଷୀମାନଙ୍କ ଅଭିଯୋଗ କ୍ରମେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରିପୋର୍ଟରେ ପ୍ରାୟ ୩୬ ହେକ୍ଟର ଅର୍ଥାତ୍‌ ପ୍ରାୟ ୧୦୦ ଏକର ଜମି ପ୍ରଭାବିତ ହୋଇଥିବା କୁହାଯାଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଦର୍ଶାଯାଇଛି। ସରକାରଙ୍କଠାରେ କୃଷି ଓ ରାଜସ୍ବ ବିଭାଗର ତଦନ୍ତକାରୀ ଟିମ୍‌ ସହିତ ବିଭାଗୀୟ ଅଧିକାରୀଙ୍କ ସ୍ବାକ୍ଷର ଥିବା ରିପୋର୍ଟ ଦାଖଲ କରାଯାଇଥିଲା। ହେଲେ କାହା ଚାପରେ ଓ କାହିଁକି ଚୂଡ଼ାନ୍ତ ରିପୋର୍ଟ ଦେବା ସମୟରେ ପରିବର୍ତ୍ତନ କରାଗଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସଦର ତହସିଲଦାର ଲକ୍ଷ୍ମଣ ଅମାତ କହିଛନ୍ତି, ସମ୍ବଲପୁର ସହରରେ ବନ୍ୟାରେ ଚାଷଜମି କ୍ଷତି ହୋଇନାହିଁ। ହେଲେ ଲୋକମାନଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ନଷ୍ଟ ହୋଇଥିବା ନେଇ ରିପୋର୍ଟ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ପ୍ରଭାବିତ ପରିବାରକୁ ଆର୍ଥତ୍କ ସାହାଯ୍ୟ ଦିଆଯିବ ବୋଲି ସେ କହିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ, ମହାନଦୀ ପାଣି ଆସିବା ପରେ ଧନକଉଡ଼ା ବ୍ଲକର ବସନ୍ତପୁର, ଚିପିଲିମା, ଗୋଶାଳା, କରଡୋଲା ଆଦି ଗ୍ରାମରେ ଧାନ ଫସଲ ନଷ୍ଟ ହୋଇଥିଲା। ଏହାସହ ମାନେଶ୍ୱର ତହସିଲ ଅଧୀନ ମହାନଦୀ ତଟରେ ଥିବା ଚାଷଜମି ମଧ୍ୟ ନଷ୍ଟ ହୋଇଥିଲା। କୃଷି ବିଭାଗ ଓ ରାଜସ୍ବ ବିଭାଗ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ହେଲେ ଚୂଡ଼ାନ୍ତ ରିପୋର୍ଟରେ ଧାନ ଫସଲ ନଷ୍ଟ ହୋଇ ନ ଥିବା ଚାଷୀ ଜାଣିବାକୁ ପାଉଛନ୍ତି, ଯାହା ପରିତାପର ବିଷୟ। କେଉଁ ଆଧାରରେ ପ୍ରାଥମିକ ରିପୋର୍ଟ ପରିବର୍ତ୍ତନ କରାଯାଇଛି। ଅନ୍ୟପକ୍ଷେ ପ୍ରଭାବିତ ଚାଷୀମାନଙ୍କୁ କ୍ଷତିପୂରଣ ଦେବାର ସ୍ବତନ୍ତ୍ର ଅନୁଦାନ ମଧ୍ୟ ରହିଛି। ହେଲେ ଚାଷୀଙ୍କ ପ୍ରତି ସମବେଦନା ନ ଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?