ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡ଼ା ଅଫିସ,୧୨ା୯: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁରେ କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଶୋକ ଦିବସ ରବିବାର ପାଳନ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ସହର ପୁରୁଣା ବସ୍‌ଷ୍ଟାଣ୍ଡ ଡାଇମଣ୍ଡ ଜୁବିଲି ଲାଇବ୍ରେରିରେ ସଭାପତି ସରୋଜ ରାଜ ସିଂଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସେ କହିଛନ୍ତି, ଏହି ଲାଇବ୍ରେରିର ଇଂଲଣ୍ଡ ରାଣୀଙ୍କ ସହ ସମ୍ପର୍କ ରହିଛି। ଇଂଲଣ୍ଡ ରାଣୀ ଭିକ୍‌ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତ ରାଜ୍ୟର ପ୍ରଥମ ପବ୍ଲିକ ଲାଇବ୍ରେରି ଗୃହ ଏବେ ନବୀକରଣ ପାଇଁ ଅପେକ୍ଷା କରିଛି। ସେହିପରି ରାଣୀଙ୍କ ଜୟନ୍ତୀ ଉପଲକ୍ଷେ ନିର୍ମିତ ସୂର୍ଯ୍ୟଘଡ଼ିକୁ ଅବହେଳା କରାଯାଉଥିବା ବେଳେ ରାଜ୍ୟର ପ୍ରଥମ ବାଳିକା ବିଦ୍ୟାଳୟ ଗୃହକୁ ଗତ ୫ ବର୍ଷ ପୂର୍ବେ ଭଙ୍ଗାଯାଇଛି।
ଏ ସମ୍ପର୍କରେ ଲାଇବ୍ରେରି ସଭାପତି ସିଂ କହିଛନ୍ତି, ରାଣୀ ଭିକ୍ଟୋରିଆଙ୍କ ୬୦ ବର୍ଷ ଶାସନକାଳରେ ଏହି ପବ୍ଲିକ ଲାଇବ୍ରେରି ୧୮୯୭ ମେ’ ୧୨ରେ ସ୍ଥାପନ କରାଯାଇଥିଲା। ସେହିବର୍ଷ ଜୁନ୍‌ ୬ରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଭାବେ ନାମିତ ହୋଇଥିଲା। ଏହାର ୧୦ ବର୍ଷ ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ୫୦ତମ ଶାସନ ବର୍ଷରେ ଅର୍ଥାତ ୧୮୮୭ରେ ଏହି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ୪ ଫୁଟ୍‌ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧର ପଥରର ଗୋଲେଇ ସୂର୍ଯ୍ୟଘଡ଼ି ନିର୍ମାଣ ହୋଇଥିଲା। ସେହିବର୍ଷ ଲେଡି ଫ୍ରେଜରଙ୍କ ନାମରେ ଅଳ୍ପ ବ୍ୟବଧାନରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଲାଯାଇଥିଲା। ଇଂରେଜ ଶାସନ ସମୟର ଏହି ସ୍ମାରକୀ ଏବେ ଅବହେଳାର ଶିକାର ହୋଇଛି। ୨୦୧୭ରେ ବାଳିକା ବିଦ୍ୟାଳୟର ମୂଳ ଗୃହ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ ହୋଇଛି। ସେହିପରି ସୂର୍ଯ୍ୟଘଡ଼ିର ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡ଼େ ଲଟାବୁଦା ମାଡ଼ିଯାଇଛି। ଲାଇବ୍ରେରିରେ ଅତ୍ୟଧିକ ପାଠ୍ୟପୁସ୍ତକ ରଖିବାକୁ ସ୍ଥାନ ନାହିଁ। ୨୦୧୨ରେ ରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କ ହୀରକ ଜୁବିଲି ଅବସରରେ ବ୍ରିଟିଶ ସରକାର ଇଂଲଣ୍ଡ ସହ ଅନ୍ୟ ଦେଶରେ ଥିବା ପୂର୍ବ ସ୍ମାରକୀକୁ ଉନ୍ନତୀକରଣ କରିଥିବା ବେଳେ ଏହି ଲାଇବ୍ରେରି ପାଇଁ କୌଣସି ଅନୁଦାନ ଆସିନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲାଇବ୍ରେରି ଗୃହ ଉପରେ ଅନ୍ୟ ଏକ ମହଲା ନିର୍ମାଣ ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀ କହିଛନ୍ତି, ଲାଇବ୍ରେରିରେ ଏବେ ଇଂଲିଶ, ଓଡ଼ିଆ, ହିନ୍ଦୀ, ବଙ୍ଗଳା ଆଦି ଭାଷାର ୧୫ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ବିଶେଷକରି ବଙ୍ଗଳା ଓ ଇଂଲିଶ ଭାଷାର ଅନେକ ପୁରାତନ ଓ ଉତ୍କୃଷ୍ଟ ପୁସ୍ତକ ରହିଛି ା ଭାରତର ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ଲାଇବ୍ରେରି ଗୃହର ଅନେକ ଭୂମିକା ଅଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ଗିରଫ ପାଇଁ ତତ୍କାଳୀନ ପୋଲିସ ଖୋଜୁଥିଲା ବେଳେ ଏଠାରେ ଆସି ସେମାନେ ରହିଯାଉଥିଲେ। ଏଠାରେ ଥିବା ଭିଜିଟର ବୁକ୍‌ରେ ବରିଷ୍ଠ କବି ରାଧାନାଥ ରାୟ ୧୮୯୭ରେ ଦସ୍ତଖତ କରିଛନ୍ତି। ସେହିପରି ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନ, ରାଧାନାଥ ରଥ, ସେକ୍‌ ମତଲୁବ ଅଲ୍ଲୀ, ଶରତ କର, ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ପ୍ରାଣବନ୍ଧୁ କର, ବିଭୂତି ପଟ୍ଟନାୟକ ପ୍ରମୁଖ ପ୍ରତିଭାବାନ୍‌ ବ୍ୟକ୍ତି ଏଠାକୁ ଆସିଥିବା ସ୍ମାରକୀ ଅଛି। ପ୍ଲବିକ ଲାଇବ୍ରେରିର ସଦୁପଯୋଗ ପାଇଁ ନୂତନ ଗୃହ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଏଠାରେ ଥିବା ବହୁ ମୂଲ୍ୟବାନ୍‌ ପୁସ୍ତକ ଉତ୍ତରପିଢ଼ିଙ୍କ ପାଇଁ ପଥ ପ୍ରଦର୍ଶକ। ଜିଲାର ଏହି ଶିକ୍ଷାକେନ୍ଦ୍ରକୁ ସ୍ମାରକ ଭାବେ ଚିହ୍ନଟ କରିବା ସହିତ ସହର ଓ ଆଖପାଖ ଅଞ୍ଚଳର ଐତିହ୍ୟକୁ ସୁରକ୍ଷିତ କରିବା ଦ୍ୱାରା ସାମାଜିକ ଓ ସାଂସ୍କୃତିକ ବିଭବର ମୂଲ୍ୟାୟନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri