ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡ଼ା ଅଫିସ,୧୨ା୯: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁରେ କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଶୋକ ଦିବସ ରବିବାର ପାଳନ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ସହର ପୁରୁଣା ବସ୍‌ଷ୍ଟାଣ୍ଡ ଡାଇମଣ୍ଡ ଜୁବିଲି ଲାଇବ୍ରେରିରେ ସଭାପତି ସରୋଜ ରାଜ ସିଂଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସେ କହିଛନ୍ତି, ଏହି ଲାଇବ୍ରେରିର ଇଂଲଣ୍ଡ ରାଣୀଙ୍କ ସହ ସମ୍ପର୍କ ରହିଛି। ଇଂଲଣ୍ଡ ରାଣୀ ଭିକ୍‌ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତ ରାଜ୍ୟର ପ୍ରଥମ ପବ୍ଲିକ ଲାଇବ୍ରେରି ଗୃହ ଏବେ ନବୀକରଣ ପାଇଁ ଅପେକ୍ଷା କରିଛି। ସେହିପରି ରାଣୀଙ୍କ ଜୟନ୍ତୀ ଉପଲକ୍ଷେ ନିର୍ମିତ ସୂର୍ଯ୍ୟଘଡ଼ିକୁ ଅବହେଳା କରାଯାଉଥିବା ବେଳେ ରାଜ୍ୟର ପ୍ରଥମ ବାଳିକା ବିଦ୍ୟାଳୟ ଗୃହକୁ ଗତ ୫ ବର୍ଷ ପୂର୍ବେ ଭଙ୍ଗାଯାଇଛି।
ଏ ସମ୍ପର୍କରେ ଲାଇବ୍ରେରି ସଭାପତି ସିଂ କହିଛନ୍ତି, ରାଣୀ ଭିକ୍ଟୋରିଆଙ୍କ ୬୦ ବର୍ଷ ଶାସନକାଳରେ ଏହି ପବ୍ଲିକ ଲାଇବ୍ରେରି ୧୮୯୭ ମେ’ ୧୨ରେ ସ୍ଥାପନ କରାଯାଇଥିଲା। ସେହିବର୍ଷ ଜୁନ୍‌ ୬ରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଭାବେ ନାମିତ ହୋଇଥିଲା। ଏହାର ୧୦ ବର୍ଷ ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ୫୦ତମ ଶାସନ ବର୍ଷରେ ଅର୍ଥାତ ୧୮୮୭ରେ ଏହି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ୪ ଫୁଟ୍‌ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧର ପଥରର ଗୋଲେଇ ସୂର୍ଯ୍ୟଘଡ଼ି ନିର୍ମାଣ ହୋଇଥିଲା। ସେହିବର୍ଷ ଲେଡି ଫ୍ରେଜରଙ୍କ ନାମରେ ଅଳ୍ପ ବ୍ୟବଧାନରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଲାଯାଇଥିଲା। ଇଂରେଜ ଶାସନ ସମୟର ଏହି ସ୍ମାରକୀ ଏବେ ଅବହେଳାର ଶିକାର ହୋଇଛି। ୨୦୧୭ରେ ବାଳିକା ବିଦ୍ୟାଳୟର ମୂଳ ଗୃହ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ ହୋଇଛି। ସେହିପରି ସୂର୍ଯ୍ୟଘଡ଼ିର ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡ଼େ ଲଟାବୁଦା ମାଡ଼ିଯାଇଛି। ଲାଇବ୍ରେରିରେ ଅତ୍ୟଧିକ ପାଠ୍ୟପୁସ୍ତକ ରଖିବାକୁ ସ୍ଥାନ ନାହିଁ। ୨୦୧୨ରେ ରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କ ହୀରକ ଜୁବିଲି ଅବସରରେ ବ୍ରିଟିଶ ସରକାର ଇଂଲଣ୍ଡ ସହ ଅନ୍ୟ ଦେଶରେ ଥିବା ପୂର୍ବ ସ୍ମାରକୀକୁ ଉନ୍ନତୀକରଣ କରିଥିବା ବେଳେ ଏହି ଲାଇବ୍ରେରି ପାଇଁ କୌଣସି ଅନୁଦାନ ଆସିନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲାଇବ୍ରେରି ଗୃହ ଉପରେ ଅନ୍ୟ ଏକ ମହଲା ନିର୍ମାଣ ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀ କହିଛନ୍ତି, ଲାଇବ୍ରେରିରେ ଏବେ ଇଂଲିଶ, ଓଡ଼ିଆ, ହିନ୍ଦୀ, ବଙ୍ଗଳା ଆଦି ଭାଷାର ୧୫ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ବିଶେଷକରି ବଙ୍ଗଳା ଓ ଇଂଲିଶ ଭାଷାର ଅନେକ ପୁରାତନ ଓ ଉତ୍କୃଷ୍ଟ ପୁସ୍ତକ ରହିଛି ା ଭାରତର ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ଲାଇବ୍ରେରି ଗୃହର ଅନେକ ଭୂମିକା ଅଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ଗିରଫ ପାଇଁ ତତ୍କାଳୀନ ପୋଲିସ ଖୋଜୁଥିଲା ବେଳେ ଏଠାରେ ଆସି ସେମାନେ ରହିଯାଉଥିଲେ। ଏଠାରେ ଥିବା ଭିଜିଟର ବୁକ୍‌ରେ ବରିଷ୍ଠ କବି ରାଧାନାଥ ରାୟ ୧୮୯୭ରେ ଦସ୍ତଖତ କରିଛନ୍ତି। ସେହିପରି ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନ, ରାଧାନାଥ ରଥ, ସେକ୍‌ ମତଲୁବ ଅଲ୍ଲୀ, ଶରତ କର, ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ପ୍ରାଣବନ୍ଧୁ କର, ବିଭୂତି ପଟ୍ଟନାୟକ ପ୍ରମୁଖ ପ୍ରତିଭାବାନ୍‌ ବ୍ୟକ୍ତି ଏଠାକୁ ଆସିଥିବା ସ୍ମାରକୀ ଅଛି। ପ୍ଲବିକ ଲାଇବ୍ରେରିର ସଦୁପଯୋଗ ପାଇଁ ନୂତନ ଗୃହ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଏଠାରେ ଥିବା ବହୁ ମୂଲ୍ୟବାନ୍‌ ପୁସ୍ତକ ଉତ୍ତରପିଢ଼ିଙ୍କ ପାଇଁ ପଥ ପ୍ରଦର୍ଶକ। ଜିଲାର ଏହି ଶିକ୍ଷାକେନ୍ଦ୍ରକୁ ସ୍ମାରକ ଭାବେ ଚିହ୍ନଟ କରିବା ସହିତ ସହର ଓ ଆଖପାଖ ଅଞ୍ଚଳର ଐତିହ୍ୟକୁ ସୁରକ୍ଷିତ କରିବା ଦ୍ୱାରା ସାମାଜିକ ଓ ସାଂସ୍କୃତିକ ବିଭବର ମୂଲ୍ୟାୟନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri