୧୫ ମଣ୍ଡପରେ ପୂଜା ପାଇବେ ମା’ ଦଶଭୁଜା

କାମାକ୍ଷାନଗର, ୧୨।୯(ଡି.ଏନ୍‌.ଏ.):ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ନିମଗ୍ନ ଶିଳ୍ପୀ। ପ୍ରତିଯୋଗିତାମୂଳକ ପୂଜାରେ ସର୍ବାଗ୍ରେ ରହିବାକୁ ତିଆରି ଚାଲିଛି ସୃଦୃଶ୍ୟ ତୋରଣ। କେଉଁଠି ମୂର୍ତ୍ତିକୁ ତ ଆଉ କେଉଁଠି ସାଜସଜ୍ଜା ଓ ଉଜ୍ଜ୍ୱଳ ଆଲୋକମାଳାକୁ ଦିଆଯାଉଛି ଗୁରୁତ୍ୱ। କରୋନା ପ୍ରଭାବିତ ବିଶ୍ୱରେ ଦୁଇବର୍ଷ ପରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଉଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର। ଚଳିତବର୍ଷ ୧୫ ମଣ୍ଡପରେ ପୂଜା ଆୟୋଜନ ହେଉଥିବାବେଳେ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ ଓ ଉଦ୍ଦୀପନା।
କରୋନା ମାଡ଼ରେ ସମଗ୍ର ବିଶ୍ୱ ସନ୍ତୁଳି ହେଉଥିବାବେଳେ ଦୁଇବର୍ଷ ଧରି ପ୍ରଭାବିତ ହୋଇଥିଲା ପର୍ବପର୍ବାଣି, ସାଂସ୍କୃତିକ କାର୍ଯ୍ୟକ୍ରମ। ଚଳିତବର୍ଷ ଭୂତାଣୁ ପ୍ରକୋପ ହ୍ରାସ ପାଇଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ପରିବେଶ। କାମାକ୍ଷାନଗରର ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣ ବଜାର, ଲକ୍ଷ୍ମୀ ବଜାର, ଗୋପବନ୍ଧୁ ବଜାର, ହନୁମାନ ବଜାର, କଲେଜ ଛକ, ତ୍ରିନାଥ ବଜାର, ମେନ୍‌ ରୋଡ, ବାବା ବଜାର, ମହାବୀର ବଜାର, ଜିରିଡ଼ାମାଳି, ଗଣେଶ ବଜାର, ରାଧାକୃଷ୍ଣ ବଜାର, ତାରିଣୀ ବଜାରରେ ଚଳିତବର୍ଷ ଦୁର୍ଗାପୂଜାର ଆୟୋଜନ କରାଯାଉଛି। ଗଣପର୍ବକୁ ଆଡମ୍ବର ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବଜାର କମିଟି କର୍ମକର୍ତ୍ତା, ପୋଲିସ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି ଏଥିରେ ସବିଶେଷ ଆଲୋଚନା ହୋଇଛି। ଅକ୍ଟୋବର ୨ ମହାସପ୍ତମୀରୁ ମା’ଙ୍କ ଆବାହନ ଆରମ୍ଭ ହେବ। ୬ରେ ଭସାଣି ସହ ପୂଜା ଉଦ୍‌ଯାପିତ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସେହିପରି ରାବଣପୋଡ଼ି ଏବଂ ମେଳଣ ଯାତ୍ରା ସ୍ଥାନ ପରିବର୍ତ୍ତନ କରାଯାଇଛି। ସବୁବର୍ଷ ସାରଙ୍ଗଧର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। କିନ୍ତୁ ଚଳିତବର୍ଷ ଷ୍ଟାଡିୟମ ଉନ୍ନତୀକରଣ କାମ ଜାରି ରହିଥିବାରୁ ରେଙ୍ଗାଳି ପଡ଼ିଆରେ ଏହାର ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ସହମତି ପ୍ରକାଶ ପାଇଛି। କାମାକ୍ଷାନଗର ଦୁର୍ଗାପୂଜା ଦେଖିବା ଲାଗି ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳଯୋଗାଣ, ରାସ୍ତାଘାଟ ମରାମତି, ପାର୍କିଂ ଆଦି ବ୍ୟବସ୍ଥିତ କରିବା ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଲାଗି କମିଟି କର୍ମକର୍ତ୍ତାମାନେ ଜୋର୍‌ ଦେଇଥିବାବେଳେ ତଦନୁଯାୟୀ ଜୋର୍‌ଦାର ପ୍ରସ୍ତୁତି ଚାଲିଛି।

ଚଳିତବର୍ଷ ନୂଆ ଜାଗାରେ ମେଳଣ
ଶାରଦୀୟ ଦୁର୍ଗାପୂଜାର ସମସ୍ତ କାର୍ଯ୍ୟକ୍ରମକୁ ଦାୟିତ୍ୱର ସହ ତୁଲାଇବା ଚାଲେଞ୍ଜ। ଚଳିତବର୍ଷ ନୂଆ ସ୍ଥାନରେ ମେଳଣ ହେଉଥିବାରୁ ପଡ଼ିଆ ସଫେଇ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ସହଯୋଗରେ ଶୃଙ୍ଖଳାର ସହ ପର୍ବ ସମ୍ପନ୍ନ ହେବ।
-ଧର୍ମାନନ୍ଦ ପରିଡ଼ା, ନଗରପାଳ
ପୋଲିସ ପ୍ରଶାସନ ସଜାଗ
ଗଣପର୍ବ ଦଶହରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏହା ଜନସାଧାରଣଙ୍କ ପର୍ବ। ତେଣୁ ସମସ୍ତେ ସହଯୋଗ କରିବା ଜରୁରୀ। ପୋଲିସ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବ।
-ରଞ୍ଜନ କୁମାର ଦେଓ, ଏସ୍‌ଡିପିଓ
ସମସ୍ତଙ୍କ ସହଯୋଗ ଲୋଡ଼ା
କାମାକ୍ଷାନଗର ଦଶହରା ଉତ୍ସବ ଭାଇଚାରାର ପର୍ବ। ସବୁ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ମା’ଙ୍କ ପୂଜା କରିଥାଆନ୍ତି। ସମସ୍ତଙ୍କ ସହଯୋଗ ରହିଲେ ଶାନ୍ତିଶୃଙ୍ଖଳାର ସହ ମହୋତ୍ସବ ସମ୍ପନ୍ନ ହେବ।
-ଜ୍ୟୋତିଶଙ୍କର ସାହୁ, ଉପଜିଲାପାଳ
ପ୍ରଚାର ପ୍ରସାର ଲୋଡ଼ା
କାମାକ୍ଷାନଗରର ଦଶହରା ପର୍ବ ସବୁଠୁ ନିଆରା। ଛୋଟ ସହରରେ ପାଖାପାଖି ମେଢ଼ ହେଉଥିବାରୁ ପୂଜାବଜାର ବୁଲିବାରେ ମଜା ଥାଏ। ସାମାଜିକ ଗଣମାଧ୍ୟମରେ ଅଧିକ ପ୍ରଚାର ପ୍ରସାର କରାଗଲେ ଏହି ପର୍ବ ସୁଦୂର ପ୍ରସାରୀ ହୋଇପାରିବ।
-ହିମାଦ୍ରୀ ଦାଶ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?