୧୫ ମଣ୍ଡପରେ ପୂଜା ପାଇବେ ମା’ ଦଶଭୁଜା

କାମାକ୍ଷାନଗର, ୧୨।୯(ଡି.ଏନ୍‌.ଏ.):ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ନିମଗ୍ନ ଶିଳ୍ପୀ। ପ୍ରତିଯୋଗିତାମୂଳକ ପୂଜାରେ ସର୍ବାଗ୍ରେ ରହିବାକୁ ତିଆରି ଚାଲିଛି ସୃଦୃଶ୍ୟ ତୋରଣ। କେଉଁଠି ମୂର୍ତ୍ତିକୁ ତ ଆଉ କେଉଁଠି ସାଜସଜ୍ଜା ଓ ଉଜ୍ଜ୍ୱଳ ଆଲୋକମାଳାକୁ ଦିଆଯାଉଛି ଗୁରୁତ୍ୱ। କରୋନା ପ୍ରଭାବିତ ବିଶ୍ୱରେ ଦୁଇବର୍ଷ ପରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଉଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର। ଚଳିତବର୍ଷ ୧୫ ମଣ୍ଡପରେ ପୂଜା ଆୟୋଜନ ହେଉଥିବାବେଳେ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ ଓ ଉଦ୍ଦୀପନା।
କରୋନା ମାଡ଼ରେ ସମଗ୍ର ବିଶ୍ୱ ସନ୍ତୁଳି ହେଉଥିବାବେଳେ ଦୁଇବର୍ଷ ଧରି ପ୍ରଭାବିତ ହୋଇଥିଲା ପର୍ବପର୍ବାଣି, ସାଂସ୍କୃତିକ କାର୍ଯ୍ୟକ୍ରମ। ଚଳିତବର୍ଷ ଭୂତାଣୁ ପ୍ରକୋପ ହ୍ରାସ ପାଇଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ପରିବେଶ। କାମାକ୍ଷାନଗରର ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣ ବଜାର, ଲକ୍ଷ୍ମୀ ବଜାର, ଗୋପବନ୍ଧୁ ବଜାର, ହନୁମାନ ବଜାର, କଲେଜ ଛକ, ତ୍ରିନାଥ ବଜାର, ମେନ୍‌ ରୋଡ, ବାବା ବଜାର, ମହାବୀର ବଜାର, ଜିରିଡ଼ାମାଳି, ଗଣେଶ ବଜାର, ରାଧାକୃଷ୍ଣ ବଜାର, ତାରିଣୀ ବଜାରରେ ଚଳିତବର୍ଷ ଦୁର୍ଗାପୂଜାର ଆୟୋଜନ କରାଯାଉଛି। ଗଣପର୍ବକୁ ଆଡମ୍ବର ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବଜାର କମିଟି କର୍ମକର୍ତ୍ତା, ପୋଲିସ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି ଏଥିରେ ସବିଶେଷ ଆଲୋଚନା ହୋଇଛି। ଅକ୍ଟୋବର ୨ ମହାସପ୍ତମୀରୁ ମା’ଙ୍କ ଆବାହନ ଆରମ୍ଭ ହେବ। ୬ରେ ଭସାଣି ସହ ପୂଜା ଉଦ୍‌ଯାପିତ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସେହିପରି ରାବଣପୋଡ଼ି ଏବଂ ମେଳଣ ଯାତ୍ରା ସ୍ଥାନ ପରିବର୍ତ୍ତନ କରାଯାଇଛି। ସବୁବର୍ଷ ସାରଙ୍ଗଧର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। କିନ୍ତୁ ଚଳିତବର୍ଷ ଷ୍ଟାଡିୟମ ଉନ୍ନତୀକରଣ କାମ ଜାରି ରହିଥିବାରୁ ରେଙ୍ଗାଳି ପଡ଼ିଆରେ ଏହାର ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ସହମତି ପ୍ରକାଶ ପାଇଛି। କାମାକ୍ଷାନଗର ଦୁର୍ଗାପୂଜା ଦେଖିବା ଲାଗି ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳଯୋଗାଣ, ରାସ୍ତାଘାଟ ମରାମତି, ପାର୍କିଂ ଆଦି ବ୍ୟବସ୍ଥିତ କରିବା ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଲାଗି କମିଟି କର୍ମକର୍ତ୍ତାମାନେ ଜୋର୍‌ ଦେଇଥିବାବେଳେ ତଦନୁଯାୟୀ ଜୋର୍‌ଦାର ପ୍ରସ୍ତୁତି ଚାଲିଛି।

ଚଳିତବର୍ଷ ନୂଆ ଜାଗାରେ ମେଳଣ
ଶାରଦୀୟ ଦୁର୍ଗାପୂଜାର ସମସ୍ତ କାର୍ଯ୍ୟକ୍ରମକୁ ଦାୟିତ୍ୱର ସହ ତୁଲାଇବା ଚାଲେଞ୍ଜ। ଚଳିତବର୍ଷ ନୂଆ ସ୍ଥାନରେ ମେଳଣ ହେଉଥିବାରୁ ପଡ଼ିଆ ସଫେଇ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ସହଯୋଗରେ ଶୃଙ୍ଖଳାର ସହ ପର୍ବ ସମ୍ପନ୍ନ ହେବ।
-ଧର୍ମାନନ୍ଦ ପରିଡ଼ା, ନଗରପାଳ
ପୋଲିସ ପ୍ରଶାସନ ସଜାଗ
ଗଣପର୍ବ ଦଶହରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏହା ଜନସାଧାରଣଙ୍କ ପର୍ବ। ତେଣୁ ସମସ୍ତେ ସହଯୋଗ କରିବା ଜରୁରୀ। ପୋଲିସ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବ।
-ରଞ୍ଜନ କୁମାର ଦେଓ, ଏସ୍‌ଡିପିଓ
ସମସ୍ତଙ୍କ ସହଯୋଗ ଲୋଡ଼ା
କାମାକ୍ଷାନଗର ଦଶହରା ଉତ୍ସବ ଭାଇଚାରାର ପର୍ବ। ସବୁ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ମା’ଙ୍କ ପୂଜା କରିଥାଆନ୍ତି। ସମସ୍ତଙ୍କ ସହଯୋଗ ରହିଲେ ଶାନ୍ତିଶୃଙ୍ଖଳାର ସହ ମହୋତ୍ସବ ସମ୍ପନ୍ନ ହେବ।
-ଜ୍ୟୋତିଶଙ୍କର ସାହୁ, ଉପଜିଲାପାଳ
ପ୍ରଚାର ପ୍ରସାର ଲୋଡ଼ା
କାମାକ୍ଷାନଗରର ଦଶହରା ପର୍ବ ସବୁଠୁ ନିଆରା। ଛୋଟ ସହରରେ ପାଖାପାଖି ମେଢ଼ ହେଉଥିବାରୁ ପୂଜାବଜାର ବୁଲିବାରେ ମଜା ଥାଏ। ସାମାଜିକ ଗଣମାଧ୍ୟମରେ ଅଧିକ ପ୍ରଚାର ପ୍ରସାର କରାଗଲେ ଏହି ପର୍ବ ସୁଦୂର ପ୍ରସାରୀ ହୋଇପାରିବ।
-ହିମାଦ୍ରୀ ଦାଶ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri