କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି ରବିବାର କନିକାର ପ୍ରଜା ଆନ୍ଦୋଳନ ସେଥିରେ ସାମିଲ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କହିଛନ୍ତି। ଆଜାଦୀ କି ଅମୃତ ମହୋତ୍ସବରେ ସମଗ୍ର ଭାରତବର୍ଷରେ ଜାରି ରହିଥିବା ସଂଗ୍ରାମର ପୃଷ୍ଠଭୂମିର ଅନାବରଣ ସହ ସମସ୍ତ ଐତିହାସିକ ପୀଠ ଓ ସଂଗ୍ରାମକୁ ଇତିହାସରେ ସ୍ଥାନ ଦେବାକୁ ଜାରି ରହିଥିବା ପ୍ରୟାସକ୍ରମରେ ନେତାଜୀଙ୍କ ପ୍ରତିକୃତିର ଅନାବରଣ ସାରା ଦେଶରେ ଜାତୀୟତାବୋଧକୁ ଊର୍ଦ୍ଧ୍ୱରେ ତୋଳି ଧରିଛି। ଆଜକୁ ଶହେ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଅଞ୍ଚଳରେ ସଂଘଟିତ ହୋଇଥିବା ଐତିହାସିକ ପ୍ରଜା ଅନ୍ଦୋଳନରେ ପ୍ରାଣବଳୀ ଦେଇଥିବା ଶହୀଦ ବାସୁ-ବିଶୁନି ତ୍ୟାଗକୁ ସ୍ମରଣ କରି ଏଭଳି ଏକ ନଦୀନାଳ ଘେରା ପଛୁଆ ଅଞ୍ଚଳରେ ସେ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଦ୍ୱୟଙ୍କୁ ଅଣଦେଖା କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଏହି ଅବସରରେ ଶହୀଦଙ୍କ ସ୍ମୃତିକୁ ଉଦ୍‌ଜୀବିତ କରି ରଖିବାକୁ କନିକା ଶହୀଦ ସ୍ମୃତି ସଂସଦ ପକ୍ଷରୁ ମନ୍ତ୍ରୀଙ୍କୁ କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଥିଲେ। ପରାଧୀନ ଭାରତବର୍ଷର ସମସ୍ତ ନିର୍ଯାତନା, ଅତ୍ୟାଚାରର ବାସ୍ତବ ମୂଲ୍ୟାୟନ ଦେଇ ଦେଶବାସୀଙ୍କୁ ସ୍ବାଧୀନତା ସଂଗ୍ରାମର ଶ୍ରେୟ ଅବଗତ କରାଇବାକୁ ପ୍ରୟାସ ରହିଛି। ଏଭଳି ଶହୀଦଙ୍କୁ କ’ଣ ପାଇଁ ଇତିହାସର ଦୃଷ୍ଟି ଆଢୁଆଳରେ ରଖାଯାଇ ଥିବାରୁ ମନ୍ତ୍ରୀ ବିସ୍ମିତ ହେବା ଏହି ପୂଣ୍ୟ ମହାର୍ଘ ସମୟରେ ଆସନ୍ତୁୁ ଏକ ହୋଇ ଭାରତବର୍ଷର ମହାସଂଗ୍ରାମକୁ ଆହୁରି ବଳିଷ୍ଠ କରିବା ବୋଲି କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କନିକା ଗସ୍ତରେ ଆସି ବାସୁ-ବିସୁନି ଶହୀଦ ପୀଠରେ ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କର ୩ ଦିନିଆ କେନ୍ଦ୍ରାପଡ଼ା ଜିଲାଗସ୍ତ ଓ ପ୍ରବାସ ଅବସରରେ ରବିବାର ଅପରାହ୍ନ ସାଢେ ୧୨ରେ କନିକା ପ୍ରଜା ଆନ୍ଦୋଳନର ପୃଷ୍ଠଭୂମି ଶହୀଦ ବାସୁ-ବିଶୁନିଙ୍କ ସ୍ମୃତିସ୍ଥଳକୁ ମନ୍ତ୍ରୀ ଆସି ଶହୀଦସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନର ପ୍ରଥମ ଶହୀଦ ବାସୁ-ବିଶୁନିଙ୍କ ଆତ୍ମତ୍ୟାଗର ଗୌରବ ଉଜ୍ଜଳ ଭୂମିକାକୁ ପ୍ରଶଂସା କରି ଖୁବ୍‌ଶୀଘ୍ର ଏହି ଅନାଲୋଚିତ ଇତିହାସକୁ ଲୋକଲୋଚନକୁ ଅଣାଯିବ ବୋଲି ମନ୍ତ୍ରୀ ପ୍ରାମାଣିକ କହିଥିଲେ। ତେବେ ଭାଜପାର ସାଙ୍ଗଠନିକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଭୀଷଣ ବର୍ଷା ସତ୍ତ୍ୱେ ଶତାଧିକ ସଂଖ୍ୟାରେ ଦଳୀୟ ନେତୃତ୍ୱ ମନ୍ତ୍ରୀଙ୍କୁ ପତରପୁର ପୋଲ ନିକଟରୁ ଶୋଭାଯାତ୍ରାରେ ଆଣି ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚାଇବା ପରେ ଜିଲା ସଭାପତି କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଶହୀଦ ସ୍ତମ୍ଭ ପରିସରରେ ସଭା କାଯର୍‌ୟ ଅନୁଷ୍ଠିତ ହୋଇଥିଲା। କନିକା ଶହୀଦ ସ୍ମୃତି ସଂସଦର ସଭାପତି ଦାମୋଦର ଧଳ, ସମ୍ପାଦକ ସୁକାନ୍ତ କୁମାର ଦାଶ କେନ୍ଦ୍ରମନ୍ତ୍ରୀଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ପରେ କନିକା ପ୍ରଜା ଅନ୍ଦୋଳନର ଏହି ଗାରିମାମୟ ସଂଗ୍ରାମକୁ ଇତିହାସରେ ସ୍ଥାନ ଦେଇ, ପାଠ୍ୟପୁସ୍ତକରେ ବିଷୟ ଭାବେ ନେବା ସହ କନିକା ପ୍ରଜା ଆନ୍ଦୋଳନର ଅନୁଧ୍ୟାନ ପାଇଁ ରିସର୍ଚ୍ଚ ସେଣ୍ଟର ଓ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶହୀଦ ସ୍ମୃତି ସଂସଦର ସଦସ୍ୟ ହରେକୃଷ୍ଣ ନାୟକ, ସତ୍ୟଜିତ ସ୍ବାଇଁଙ୍କ ସମେତ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରଶ୍ମିରଞ୍ଜନ ବେହୁରା, ବିଷ୍ଣୁ ଦାସ, ଶଶାଙ୍କ ଶେଖର ସେଠୀ, ସଲିମ ଖଁା, ଲଳିତ ବେହେରା, ନିହାର ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରେ ମନ୍ତ୍ରୀ ଶହୀଦ ପୀଠରୁ ପେଗରପଡା ପଞ୍ଚାୟତକୁ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri