କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି ରବିବାର କନିକାର ପ୍ରଜା ଆନ୍ଦୋଳନ ସେଥିରେ ସାମିଲ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କହିଛନ୍ତି। ଆଜାଦୀ କି ଅମୃତ ମହୋତ୍ସବରେ ସମଗ୍ର ଭାରତବର୍ଷରେ ଜାରି ରହିଥିବା ସଂଗ୍ରାମର ପୃଷ୍ଠଭୂମିର ଅନାବରଣ ସହ ସମସ୍ତ ଐତିହାସିକ ପୀଠ ଓ ସଂଗ୍ରାମକୁ ଇତିହାସରେ ସ୍ଥାନ ଦେବାକୁ ଜାରି ରହିଥିବା ପ୍ରୟାସକ୍ରମରେ ନେତାଜୀଙ୍କ ପ୍ରତିକୃତିର ଅନାବରଣ ସାରା ଦେଶରେ ଜାତୀୟତାବୋଧକୁ ଊର୍ଦ୍ଧ୍ୱରେ ତୋଳି ଧରିଛି। ଆଜକୁ ଶହେ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଅଞ୍ଚଳରେ ସଂଘଟିତ ହୋଇଥିବା ଐତିହାସିକ ପ୍ରଜା ଅନ୍ଦୋଳନରେ ପ୍ରାଣବଳୀ ଦେଇଥିବା ଶହୀଦ ବାସୁ-ବିଶୁନି ତ୍ୟାଗକୁ ସ୍ମରଣ କରି ଏଭଳି ଏକ ନଦୀନାଳ ଘେରା ପଛୁଆ ଅଞ୍ଚଳରେ ସେ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଦ୍ୱୟଙ୍କୁ ଅଣଦେଖା କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଏହି ଅବସରରେ ଶହୀଦଙ୍କ ସ୍ମୃତିକୁ ଉଦ୍‌ଜୀବିତ କରି ରଖିବାକୁ କନିକା ଶହୀଦ ସ୍ମୃତି ସଂସଦ ପକ୍ଷରୁ ମନ୍ତ୍ରୀଙ୍କୁ କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଥିଲେ। ପରାଧୀନ ଭାରତବର୍ଷର ସମସ୍ତ ନିର୍ଯାତନା, ଅତ୍ୟାଚାରର ବାସ୍ତବ ମୂଲ୍ୟାୟନ ଦେଇ ଦେଶବାସୀଙ୍କୁ ସ୍ବାଧୀନତା ସଂଗ୍ରାମର ଶ୍ରେୟ ଅବଗତ କରାଇବାକୁ ପ୍ରୟାସ ରହିଛି। ଏଭଳି ଶହୀଦଙ୍କୁ କ’ଣ ପାଇଁ ଇତିହାସର ଦୃଷ୍ଟି ଆଢୁଆଳରେ ରଖାଯାଇ ଥିବାରୁ ମନ୍ତ୍ରୀ ବିସ୍ମିତ ହେବା ଏହି ପୂଣ୍ୟ ମହାର୍ଘ ସମୟରେ ଆସନ୍ତୁୁ ଏକ ହୋଇ ଭାରତବର୍ଷର ମହାସଂଗ୍ରାମକୁ ଆହୁରି ବଳିଷ୍ଠ କରିବା ବୋଲି କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କନିକା ଗସ୍ତରେ ଆସି ବାସୁ-ବିସୁନି ଶହୀଦ ପୀଠରେ ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କର ୩ ଦିନିଆ କେନ୍ଦ୍ରାପଡ଼ା ଜିଲାଗସ୍ତ ଓ ପ୍ରବାସ ଅବସରରେ ରବିବାର ଅପରାହ୍ନ ସାଢେ ୧୨ରେ କନିକା ପ୍ରଜା ଆନ୍ଦୋଳନର ପୃଷ୍ଠଭୂମି ଶହୀଦ ବାସୁ-ବିଶୁନିଙ୍କ ସ୍ମୃତିସ୍ଥଳକୁ ମନ୍ତ୍ରୀ ଆସି ଶହୀଦସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନର ପ୍ରଥମ ଶହୀଦ ବାସୁ-ବିଶୁନିଙ୍କ ଆତ୍ମତ୍ୟାଗର ଗୌରବ ଉଜ୍ଜଳ ଭୂମିକାକୁ ପ୍ରଶଂସା କରି ଖୁବ୍‌ଶୀଘ୍ର ଏହି ଅନାଲୋଚିତ ଇତିହାସକୁ ଲୋକଲୋଚନକୁ ଅଣାଯିବ ବୋଲି ମନ୍ତ୍ରୀ ପ୍ରାମାଣିକ କହିଥିଲେ। ତେବେ ଭାଜପାର ସାଙ୍ଗଠନିକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଭୀଷଣ ବର୍ଷା ସତ୍ତ୍ୱେ ଶତାଧିକ ସଂଖ୍ୟାରେ ଦଳୀୟ ନେତୃତ୍ୱ ମନ୍ତ୍ରୀଙ୍କୁ ପତରପୁର ପୋଲ ନିକଟରୁ ଶୋଭାଯାତ୍ରାରେ ଆଣି ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚାଇବା ପରେ ଜିଲା ସଭାପତି କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଶହୀଦ ସ୍ତମ୍ଭ ପରିସରରେ ସଭା କାଯର୍‌ୟ ଅନୁଷ୍ଠିତ ହୋଇଥିଲା। କନିକା ଶହୀଦ ସ୍ମୃତି ସଂସଦର ସଭାପତି ଦାମୋଦର ଧଳ, ସମ୍ପାଦକ ସୁକାନ୍ତ କୁମାର ଦାଶ କେନ୍ଦ୍ରମନ୍ତ୍ରୀଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ପରେ କନିକା ପ୍ରଜା ଅନ୍ଦୋଳନର ଏହି ଗାରିମାମୟ ସଂଗ୍ରାମକୁ ଇତିହାସରେ ସ୍ଥାନ ଦେଇ, ପାଠ୍ୟପୁସ୍ତକରେ ବିଷୟ ଭାବେ ନେବା ସହ କନିକା ପ୍ରଜା ଆନ୍ଦୋଳନର ଅନୁଧ୍ୟାନ ପାଇଁ ରିସର୍ଚ୍ଚ ସେଣ୍ଟର ଓ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶହୀଦ ସ୍ମୃତି ସଂସଦର ସଦସ୍ୟ ହରେକୃଷ୍ଣ ନାୟକ, ସତ୍ୟଜିତ ସ୍ବାଇଁଙ୍କ ସମେତ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରଶ୍ମିରଞ୍ଜନ ବେହୁରା, ବିଷ୍ଣୁ ଦାସ, ଶଶାଙ୍କ ଶେଖର ସେଠୀ, ସଲିମ ଖଁା, ଲଳିତ ବେହେରା, ନିହାର ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରେ ମନ୍ତ୍ରୀ ଶହୀଦ ପୀଠରୁ ପେଗରପଡା ପଞ୍ଚାୟତକୁ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?