ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୭୩ ମି.ମି. ବର୍ଷିଲା

କାମାକ୍ଷାନଗର,୧୨।୯(ଡି.ଏନ୍‌.ଏ.): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ନରୁ ରବିବାର ସକାଳ ପର୍ଯ୍ୟନ୍ତ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଜୀବନଯାତ୍ରା। ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା କେବଳ ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ୧୫୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବ୍ଲକଓ୍ବାରି ଦେଖିଲେ ଭୁବନରେ ସର୍ବାଧିକ ୧୦୨ ମି.ମି. ଏବଂ ପରଜଙ୍ଗରେ ସର୍ବନିମ୍ନ ୧୩ ମି.ମି. ବର୍ଷା ହୋଇଛି। ସେହିପରି ସଦର ବ୍ଲକରେ ୭୨.୨, ଗଁଦିଆ ବ୍ଲକରେ ୭୫, ଓଡ଼ାପଡ଼ାରେ ୧୬, ହିନ୍ଦୋଳରେ ୪୪, କାମାକ୍ଷାନଗରରେ ୨୫.୩ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୨୧.୪ ମିଲିମିଟର ବର୍ଷିଛି। ଅପରପକ୍ଷେ, ଲଘୁଚାପଜନିତ ବର୍ଷା ଯୋଗୁ ବ୍ରାହ୍ମଣୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ଜିଲାରେ ମୋଟ ୩୭୩.୯ ମିଲିମିଟର ବର୍ଷା ହୋଇଛି। ବ୍ରାହ୍ମଣୀରେ ପାଣି ଆସିଛି ା ଅଦ୍ୟାବଧି ଚାଷୀ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଅନୁଧ୍ୟାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା...

ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା

ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୬ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ...

୩ ଶହ ଟପିଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର, ୧୩୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ଆଉ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ...

କର୍ଲାପାଟରେ ପୁଣି ହାତୀ ମୃତ୍ୟୁ

ଭବାନୀପାଟଣା,୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାକମରୁ ୧୦୦ ମିଟର କୁକୁରଘାଟିର...

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଆସିକା,୧୨ା୪(ଡି.ଏନ୍‌.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି...

ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ...

ଗଞ୍ଜାମକୁ ଫେରିଲେଣି ୨୮,୯୦୩ ପ୍ରବାସୀ

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧...

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା...

Advertisement
Archives

Model This Week