କ୍ଷତି ଆଶଙ୍କାରେ ଧାନଚାଷୀ ହତାଶ

ଲେଫ୍ରିପଡ଼ା,୧୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅଞ୍ଚଳରେ ହତାଶରେ ଧାନ ଚାଷୀ ରହିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ଖରିଫ ଚାଷ ଆରମ୍ଭରେ ଖରଡ଼ି ଧାନ ବୁଣା ସାଙ୍ଗକୁ ରୁଆ ପାଇଁ ତଳି ପକାଇଥିଲେ। କିନ୍ତୁ ଜୁଲାଇ ଏବଂ ଅଗଷ୍ଟରେ ନିୟଣ୍ଟିଆ ବର୍ଷା ଯୋଗୁ ଚାଷ ପ୍ରଭାବିତ ହୋଇଛି। ଧାନରୁଆ ଏବଂ ବିହୁଡା କାର୍ଯ୍ୟ ଜୁଲାଇ ଏବଂ ଅଗଷ୍ଟରେ କରାଯାଉଥିବାବେଳେ ପାଣି ଅଭାବରୁ ଚାଷୀ ଚାଷ କାର୍ଯ୍ୟ କରି ପାରିନାହିଁ। ଅଗଷ୍ଟ ଶେଷ ଆଡ଼କୁ କିଛି ବର୍ଷା ହେବାରୁ ଚାଷୀଙ୍କ ମନରେ ଆଶା ଭରସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଚାଷୀମାନେ ବୁଣା ଧାନରେ ବିହୁଡା ଏବଂ ଘାସ ଦମନ ସକାଶେ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କରିଥିଲେ। ଠିକ ସେହିପରି ଭାବେ ରୁଆ ଧାନରେ ମଧ୍ୟ ବିଳମ୍ବରେ ତଳି ରୋପଣ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ବର୍ଷା ଅଭାବରୁ ବିଲରେ ଘାସ ବଡ଼ବଡ଼ ହୋଇଯିବାରୁ ବୁଣା ଧାନରେ ଘାସମରା ସିଞ୍ଚନ ଦ୍ୱାରା ମଧ୍ୟ ଘାସ ନିୟନ୍ତ୍ରଣ ହୋଇପାରୁ ନାହିଁ ବୋଲି କହିଛନ୍ତି। ରୁଆ ଧାନରେ ମଧ୍ୟ ସେହିପରି ପାଣି ଅଭାବରୁ ଘାସ ହୋଇ ପ୍ରଭାବିତ ହୋଇଛି। ଘାସ ନିୟନ୍ତ୍ରଣ ଦିଗରେ ମୂଲିଆ ଏକ ମାତ୍ର ବିକଳ୍ପ ହେଉଥିବାବେଳେ ମୂଲିଆ ଦ୍ୱାରା ଘାସ ନିୟନ୍ତ୍ରଣ ଆୟ ଅପେକ୍ଷା ବ୍ୟୟ ଦ୍ବିଗୁଣିତ ହେବାକୁ ନେଇ ହତାଶରେ ପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିମଧ୍ୟରେ ସରପଗଡ଼ ଜଳସେଚନ ପ୍ରକଳ୍ପ ଗିରିଙ୍ଗକେଲା ପଞ୍ଚାୟତରେ ଜଳସେଚିତ ଭାବେ ରହିଥିବାବେଳେ ଜୁଲାଇ ଏବଂ ଅଗଷ୍ଟରେ ଡ୍ୟାମରେ ପାଣି ଅଭାବରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ରହିଥିଲା। ଫଳରେ ଚାଷ କାର୍ଯ୍ୟର ଉପଯୁକ୍ତ ସମୟରେ ଚାଷ ହୋଇପାରି ନ ଥିବାରୁ ଚାଷୀଙ୍କ ଚାଷ ଅମଳ ହେବା ନେଇ ଆଶଙ୍କାରେ ଚାଷୀ ରହିଛନ୍ତି। ଅନେକ ଚାଷ ଜମିରେ ପାଣି ଅଭାବରୁ ଚାଷ ହୋଇନାହିଁ। ଅନ୍ୟ ପକ୍ଷରେ ଲେଫ୍ରିପଡ଼ା ବ୍ଲକର କୃଷିବିଭାଗର ସୂଚନା ଅନୁଯାୟୀ ଚଳିତ ଖରିଫ ଚାଷରେ ୧୬,୧୭୪ ହେକ୍ଟର ଜମିରେ ଚାଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୦,୨୬୩ହେକ୍ଟର ଜମିରେ ଧାନ ଏବଂ ୫୯୧୧ହେକ୍ଟର ଜମିରେ ଅଣଧାନ ଚାଷ ଏବଂ ଜଳସେଚିତ ଜମିରେ ୮୦୭୩ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅନେକ ଅଞ୍ଚଳରେ ପ୍ରାୟ କିଛି କିଛି ବର୍ଷା ଲାଗି ରହିଥିବାବେଳେ ପ୍ରାୟତଃ ଗିରିଙ୍ଗକେଲା, ଲେଫ୍ରିପଡା, କୁଲାବିରା, ରାଜବାହାଲ, ସରପଗଡ଼, ମଶାବିରା, ଗୁଣ୍ଡିଆଡ଼ିହି, ଅଲାପକା, ହୁର୍ମେଇ ଇତ୍ୟାଦି ପଞ୍ଚାୟତରେ ଚଳିତବର୍ଷ ବହୁ କମ ବର୍ଷା ହୋଇଛି। ବର୍ତ୍ତମାନ ମଧ୍ୟ ବର୍ଷା ନ ହେବାରୁ ଅନେକ ଧାନ ବିଲରେ ଜମି ଫାଟି ଯାଉଥିବାବେଳେ ଅନେକ ଧାନ ବିଲ ହଳଦିଆ ପଡ଼ିଲାଣି। ତେଣୁ ଆଗାମୀ ଦିନରେ ଚାଷୀମାନେ ଧାନ ଚାଷରେ ବ୍ୟାପକ ମାତ୍ରାରେ କ୍ଷତି ହେବା ନେଇ ଆଶଙ୍କା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?