ଟ୍ରକ୍‌ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ

ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍‌ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ କରାଯାଇଥାଏ। ଏହି କୋଇଲା ପରିବହନ ଦ୍ୱାରା ସୁନ୍ଦରଗଡ଼ର ଅନେକ ବ୍ୟକ୍ତି ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ, ସୁନ୍ଦରଗଡ ଟ୍ରକ ମାଲିକ ସଂଘ ଓ ବିସ୍ଥାପିତ ଟ୍ରକ ମାଲିକ ସଂଘ ଏକତ୍ରିତ ହୋଇ ସମସ୍ତ ଟ୍ରକ ମାଲିକଙ୍କ ସ୍ବାର୍ଥ ସାଧନ ପାଇଁ ସମନ୍ବିତ କୋଇଲା ଟ୍ରକ ମାଲିକ ସଂଘ ଗଠନ କରାଯାଇଥିଲା। କୋଇଲା ପରିବହନ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ଏହି ସଂଘ ଦ୍ୱାରା ନେବାକୁ ସ୍ଥିରୀକୃତ ହୋଇଥିଲା। ମାତ୍ର ପ୍ରଶାସନ ଉପସ୍ଥିତିରେ ଦୁଇ ଥର ଭଡା ବୃଦ୍ଧି ପ୍ରସଙ୍ଗରେ ବୈଠକ ହୋଇଥିଲା ା

ଏହି ସମୟରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ଭଡା ବୃଦ୍ଧି ନେଇ ଉଦ୍ୟମ କରି ଥିଲା । ତେବେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘର ଅସହମତି ସତ୍ତ୍ୱେ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଓ ବିସ୍ଥାପିତ ଗାଡ଼ି ମାଲିକ ସଂଘ ଚକାବନ୍ଦର ନିଷ୍ପତ୍ତି ନେଇ କୋଇଲା ପରିବହନକୁ ବନ୍ଦ କରିଦେଇଥିଲେ। ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ ନୈତିକ ଭାବରେ ଭଡା ବୃଦ୍ଧିକୁ ସମର୍ଥନ କରିଥିଲେ ଅଧ୍ୟ ଚକ ବନ୍ଦରୁ ନିଜକୁ ଦୂରେଇ ରଖିଥିଲା। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଓ ଶିଳ୍ପ ପ୍ରତିଷ୍ଠାନ କର୍ତ୍ତୃପକ୍ଷମାନଙ୍କ ସହିତ ଆଲୋଚନା ଜାରି ରହିଥିଲା। ପରିଶେଷରେ ଏହି ପ୍ରତୀକ୍ଷାର ଅନ୍ତ ଘଟି ସୁନ୍ଦରଗଡରୁ ଝାରସୁଗୁଡ଼ା ଓ ସମ୍ବଲପୁର ପାର୍ଶ୍ୱରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକୁ କୋଇଲା ପରିବହନ ଭଡା ଟନ ପିଛା ୬୦ ଟଙ୍କା ବୃଦ୍ଧି କରାଯିବାର ନିଷ୍ପତ୍ତି ମିଳିତ ଭାବରେ ଗ୍ରହଣ କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘର ମତାମତ ବୈଠକରେ ସଂଘର ଅଧ୍ୟକ୍ଷ ସଞ୍ଜୟ ନନ୍ଦ ଘୋଷଣା କରିଥିଲେ। ଏହାଛଡା ସଂଘ କିପରି ଭାବରେ ଆଗକୁ ସଦସ୍ୟମାନଙ୍କୁ ଅନ୍ୟାନ୍ୟ ସୁବିଧା ଦେଇ ପାରିବ ସେହି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ସଂଘର ଅଧ୍ୟକ୍ଷ ନନ୍ଦଙ୍କ ସହିତ ବରିଷ୍ଠ ସଦସ୍ୟ ମନୋରଞ୍ଜନ ବହିଦାର, ହାଜି ଅବଦୁଲ ସଇଦ, ଦିଲୀପ ଷଡ଼ଙ୍ଗୀ,ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ମଞ୍ଚାସୀନ ଥିଲେ ା ବିଶ୍ୱରଞ୍ଜନ ହୋତା ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri