ଦାମୀ କାର୍‌ରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ, ଧରିଲା ଅବକାରୀ

ବ୍ରହ୍ମପୁର ଅଫିସ,୨୧ା୯: ଅବକାରୀ ଗୋଇନ୍ଦା ପୋଲିସ ବୁଧବାର ଭୋର୍‌ରୁ ୧୫ ଲକ୍ଷର ଦାମୀ କାର୍‌ ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ପୋଲିସ ଓ ସ୍ଥାନୀୟ ଲୋକେ ପିଛା କରୁଥିବା ଦେଖି ଗଞ୍ଜେଇ ଚାଲାଣକାରୀ ଜଣଙ୍କ ରାସ୍ତା ଉପରେ କାର୍‌ ଛାଡ଼ି ଚମ୍ପଟ ମାରିଥିଲା ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ପୋଲିସ ଉକ୍ତ କାର୍‌ଟିରେ ଲାଗିଥିବା ନମ୍ବରଟି ନକଲି ଥିବା କହିଛି। ତେବେ କାର୍‌ର ଇଞ୍ଜିନ ନମ୍ବରକୁ ଟ୍ରାକିଂ କରି ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲଷ ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେବାକୁ ଥିବା ବେଳେ ବୁଧବାର ଅବକାରୀ ପୋଲିସ ଜଗନ୍ନାଥପ୍ରସାଦ ଗୋଛାପଢ଼ା ଗାଁ’ରୁ ଜବତ କରିଛି। ମଙ୍ଗଳବାର ରାତିରେ ଏକ କାର୍‌ରେ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ନେଇ ଡେପୁଟି କମିଶନର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାଙ୍କର ନିର୍ଦ୍ଦେଶରେ ଉପ-ଅଧୀକ୍ଷକ କୁବେର ସେଠୀ ଓ ଇନ୍ସପେକ୍ଟର ସାମନ୍ତଙ୍କୁ ନେଇ ଦୁଇଟି ଟିମ୍‌ ଗଠନ ହୋଇଥିଲା। ବୁଧବାର ଭୋର୍‌ରୁ ପ୍ରାୟ ୩ଟା ସମୟରେ ଏକ କାର୍‌ ଓଆର ୦୨ ବିକ୍ୟୁ ୭୮୫୮ ଜଗନ୍ନାଥପ୍ରସାଦ ଦେଇ ଆସୁଥିବା ବେଳେ ପୋଲିସ ଅଟକାଇଥିଲା। ହେଲେ ଉକ୍ତ କାର୍‌ ଚାଳକ ଜଣଙ୍କ ପୋଲିସ ଗାଡ଼ି ଧକ୍କା ଦେଇ ଆଗକୁ ଚାଲିଯାଇଥିଲା। ପୋଲିସ ଉକ୍ତ କାର୍‌ଟିକୁ ପିଛା କରିଥିଲା। ପୋଲିସକୁ ଦେଖି କାର୍‌ ଚାଳକ ଜଣଙ୍କ ଗୋଛାପଢ଼ା ଜଙ୍ଗଲିଆ ରାସ୍ତା ପଟେ ଗାଡ଼ି ନେଇଥିଲେ। ହେଲେ ସ୍ଥାନୀୟ ଲୋକ ମଧ୍ୟ ଉକ୍ତ କାର୍‌ଟିର ପିଛା କରିଥିଲେ। ପୋଲିସ ଓ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଯିବା ଭୟରେ ଗଞ୍ଜେଇ ଚାଲାଣକାରୀମାନେ ରାସ୍ତାକଡ଼ରେ କାର୍‌ ଛାଡ଼ି ଜଙ୍ଗଲ ଭିତର ଦେଇ ଖସି ପଳାଇଥିଲେ। ପରେ ପୋଲିସ ଉକ୍ତ କାର ଜବତ କରି ଯାଞ୍ଚ ବେଳେ ସେଥିରୁ ୧୨୦ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। କାର୍‌ ସହ ଗଞ୍ଜେଇ ଜବତ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?