ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଏହି ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପୂଜା ପ୍ରତିଷ୍ଠାନର ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ରାତି ସାଢ଼େ ୮ଟାରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂଜା ଭଣ୍ଡୁର କରିବା ପାଇଁ ଏହା ହୀନ ଚକ୍ରାନ୍ତ। ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସଭାପତି ମିଶ୍ର ଦାବି କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ସୋମବାର ରାତି ୧୧ଟା ସୁଦ୍ଧା କାରିଗରମାନେ ଗୋଟିଏ ସଖୀ ଏବଂ ୨ଟି ଦ୍ୱାରପାଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରି ଯାଇଥିଲେ। ସକାଳେ ଉକ୍ତ ମୂର୍ତ୍ତିଗୁଡ଼ିକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। କମିଟିର ୬୪ବର୍ଷ ପୂଜା ଇତିହାସରେ ଏଭଳି ଘଟଣା କେବେ ଘଟି ନ ଥିବା କର୍ମକର୍ତ୍ତାମାନେ କହିଛନ୍ତି। ଏକ ଗୋଷ୍ଠୀ ଅନ୍ୟ ଏକ ଅନୁଷ୍ଠାନ କରି ପୂଜା କରିବେ ବୋଲି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏହା ସେମାନଙ୍କ କାର୍ଯ୍ୟ ହୋଇଥିବା କମିଟି ସଦସ୍ୟ ସନ୍ଦେହ କରୁଛନ୍ତି।
ଏ ସମ୍ପର୍କରେ ସଭାପତି ମିଶ୍ର କୁହନ୍ତି, ୧୯୫୮ରୁ କାଠଗଡ଼ା, ଆନନ୍ଦନଗର, ଶ୍ୟାମାଚରଣପୁର ଏବଂ କଲେଜରୋଡ୍‌ ଅଞ୍ଚଳକୁ ନେଇ ଏହି ପୂଜା ଅନୁଷ୍ଠିତ ହେଉଛି। ୫-୧୦ ବର୍ଷ ହେଲା କେତେଜଣ ଲୋକ ଅଞ୍ଚଳରେ ସରକାରୀ ଜାଗା ଦଖଲ କରି ଆଉ ଏକ ପୂଜା କରିବା ପାଇଁ ଲୋକମାନଙ୍କୁ ବିଭ୍ରାନ୍ତି କରୁଥିଲେ। ସେମାନଙ୍କୁ ପ୍ରଶାସନ, ମିଳିତ ବଜାର ପୂଜା କମିଟି ଏବଂ ପୋଲିସ ବାରଣ କରିଥିଲା। ଏହାକୁ ନ ମାନିବାରୁ ପୋଲିସ ପୂଜା ବନ୍ଦ କରିବା ସହ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି ହୋଇଥିଲା। ଚଳିତବର୍ଷ ମିଳିତବଜାର ପୂଜା କମିଟି ବୈଠକରେ ସହରରେ ୩୮ ମଣ୍ଡପରେ ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି। ତଥାପି ସେମାନେ କାଠ ବାଉଁଶ ପୋତୁଥିବା ଜାଣି ପୋଲିସ ସେମାନଙ୍କୁ ବାରଣ କରିଛି। କିଛି ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବେଳେ ସେମାନେ ଏଭଳି କାମ କରିଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ପୋଲିସ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟିକୁ ଅବଗତ କରାଯାଇଛି। ଉଭୟ କମିଟି କର୍ମକର୍ତ୍ତା ଘଟଣାସ୍ଥଳ ପରିଦର୍ଶନ କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri