ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ବସନ୍ତପୁର ନିକଟ ଉକୁଚାବେଡ଼ାଠାରେ ଏକ ୧୧ ଟିକିଆ ହାତୀ ମଙ୍ଗଳବାର ରାତିରେ ଜଙ୍ଗଲରୁ ଆସି ଭୋର୍‌ ସମୟରେ ଜଙ୍ଗଲକୁ ଫେରି ନ ପାରି ଉକୁଚାବେଡ଼ା ଅଟକି ରହିଛନ୍ତି। ଏହି ୧୧ ଟିକିଆ ଦଳରେ ୩ଟି ଦନ୍ତା ହାତୀ, ୨ଟି ଶିଶୁ ହାତୀ ଏବଂ ୬ଟି ମାଈ ହାତୀ ରହିଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ବିଲ ମଧ୍ୟରେ ଅଟକି ରହିଥିବା ଜଣାପଡ଼ିଛି। ହାତୀ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିବାବେଳେ ରାତିରେ କୌଣସି ଅଘଟଣ ଘଟାଇବା ଆଶଙ୍କା କରି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରେ ମୋବାଇଲ ସ୍କ୍ବାଡ ରେଞ୍ଜର ବିଦ୍ୟାଧର ସାହୁ,ସଦର ରେଞ୍ଜ ଅଫିସର ବିଜୟ କୁମାର ମହାନ୍ତ, ଫରେଷ୍ଟର ସଦର ପ୍ରଦୀପ କୁମାର ବାରିକ, ଜଙ୍ଗିରା ଫରେଷ୍ଟର ଶରତ ପଟ୍ଟନାୟକ,ନରଣପୁର ଫରେଷ୍ଟର ଶ୍ରୀମନ୍ତ ବେହେରା, ଟାଉନ ଫରେଷ୍ଟଗାର୍ଡ ମିତ୍ରଭାନୁ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ହାତୀପଲକୁ ଟେକାପଥର ନ ମାରିବା ଏବଂ ଭିଡ଼ ନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଜନଜୀବନ ଯେପରି କ୍ଷତି ନ ହେବ ତାହା ଉପରେ ବନବିଭାଗ ନଜର ରଖିଛି। ନାଳ ଅପର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଥିବାରୁ ଏହା ଉପରେ ବନବିଭାଗ ସତର୍କ ନଜର ରଖିଛି। କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ହାତୀମାନେ ସମଗ୍ର ଜିଲାରେ ଦଳ ଦଳ ହୋଇ ଏଣେ ତେଣେ ବୁଲୁଥିବାରୁ ଲୋକମାନେ ଭୟଭୀତ ରହୁଛନ୍ତି। ହାତୀମାନେ ବ୍ୟାପକ ଧାନଫସଲ, ପନିପରିବା ନଷ୍ଟ କରିବା ସହିତ ଘରବାଡ଼ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ବନ ବିଭାଗ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁନାହିଁ। ବିଶେଷକରି ହାତୀମାନେ ପଥଭ୍ରଷ୍ଟ ହୋଇ ଏଣେ ତେଣେ ପଳାଉ ଥିବା ବେଳେ ନିଜର ସୁରକ୍ଷା ଦୃଷ୍ଟିରୁ ଲୋକମାନେ ସେମାନଙ୍କୁ ଘେରାଉ କରି ଯିବା ଆସିବାରେ ବାଧା ସୃଷ୍ଟି କରୁଛନ୍ତି। ହାତୀମାନେ ଜଙ୍ଗଲକୁ ସୁରକ୍ଷିତ ଭାବେ ଯାଇ ନ ପାରି ନାଳକଡ଼ ବିଲବାଡ଼ି ଏବଂ ରାସ୍ତାପାର୍ଶ୍ୱରେ ଅଟକି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri