ବେତନଟୀ ତହସିଲରେ ସିଲିଂ ଜମି ଦୁର୍ନୀତି

ବେତନଟୀ, ୨୨ା୯ (ସ୍ବ. ପ୍ର.): ପୂର୍ବରୁ ବାଲି ଓ ମୋରମ କାରବାର ଯୋଗୁ ବିବାଦରେ ରହି ଆସିଥିବା ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ଏବେ ପୁଣି ସିଲିଂ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦଳିତ, ଆଦିବାସୀ ଓ ସାଧାରଣବର୍ଗର ଭୂମିହୀନ ହିତାଧିକାରୀଙ୍କ ଦଖଲରେ ଥିବା ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯିବା ସହ ଉକ୍ତ ଜମିକୁ ଘରବାଡ଼ିରେ ପରିଣତ କରାଯାଇଥିବା ଅଭିଯୋଗ ହୋଇଛି। ଏହି ତହସିଲରେ ବହୁ ଦିନ ଧରି ତହସିଲଦାର ପଦବୀ ଖାଲି ପଡ଼ିଥିବା ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ନାମରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କ ସମେତ ମୟୂରଭଞ୍ଜ ଜିଲାପାଳଙ୍କ ନିକଟରେ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଜିଲାପାଳ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀ ବୈଶିଙ୍ଗା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଦୁର୍ଗାପୁର ଗ୍ରାମର ସ୍ବର୍ଗତ କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ମଧୁସୂଦନ, ସ୍ବର୍ଗତ ଶଙ୍କର ମାଝୀଙ୍କ ପୁଅ ଦାଶରଥି, କ୍ଷେତ୍ରମୋହନ ଦଳେଇଙ୍କ ପୁଅ ଲକ୍ଷ୍ମୀଧର ଓ ବେଣୁଧର, ସ୍ବର୍ଗତ ବଗଲା ସିଂଙ୍କ ପୁଅ ଶୁକ, ବଣୁ ସିଂଙ୍କ ସ୍ତ୍ରୀ ସୋମବାରୀ, ସ୍ବର୍ଗତ ମାଗୁଣି ସିଂଙ୍କ ପୁଅ ଜରା, ଫାତୁ ସିଂଙ୍କ ପୁଅ ପାଣ୍ଡୁ, ସ୍ବର୍ଗତ କଟିଆ ସିଂଙ୍କ ପୁଅ ଦିଲା, ସ୍ବର୍ଗତ ରଘୁନାଥ ଦଳେଇଙ୍କ ପୁଅ ଡୁମା ଓ ରବି ଦଳେଇ ପ୍ରମୁଖ ଦର୍ଶାଇଛନ୍ତି ଯେ, ସେମାନେ ଆଦିବାସୀ, ଦଳିତ ଓ ସାଧାରଣ ବର୍ଗର। ଭୂମିହୀନ ଓ ଗରିବ ପ୍ରଜା ହିସାବରେ ଜିଲା ପ୍ରଶାସନ ପକ୍ଷରୁ ବେତନଟୀ ତହସିଲଦାରଙ୍କ ମାଧ୍ୟମରେ ଓଏଲ୍‌ଆର ମକଦ୍ଦମା (ନଂ. ୧୦/୧୯୭୪) ଅନୁଯାୟୀ ସେମାନେ ସିଲିଂ ଜମି ପାଇଥିଲେ। ଏହି ଜମିରେ ସମସ୍ତେ ଚାଷକରି ପରିବାର ଭରଣପୋଷଣ କରିବା ସହିତ ଭୋଗଦଖଲ କରି ବେତନଟୀ ତହସିଲ କାର୍ଯ୍ୟାଳୟରୁ କେ ଫର୍ମ ପାଇଥିଲେ।

ପରବର୍ତ୍ତୀ ସମୟରେ ସେମାନେ ଦଖଲ କରୁଥିବା ୧୯ଏକର ଜମିକୁ ବାଲେଶ୍ୱର ଜିଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନଙ୍କ ପୁଅ ଜାଏଦ ଅଲ୍ଲୀଙ୍କ ନାମରେ ଏମସି ନଂ. ୧୬୨୯/୨୦ ଆଧାରରେ ଖାତାନଂ. ୨୪୨/୧୬କ୍ରମେ ରେକର୍ଡ କରିଦେଇଥିବା ଅଭିଯୋଗ ହୋଇଛି। ଯାହାକି ବିକ୍ରେତାଙ୍କ ସିଲିଂ ବହିର୍ଭୁତ ଜମିକୁ ସେମାନଙ୍କୁ ଦିଆଯାଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ତହସିଲ କାର୍ଯ୍ୟାଳୟର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଅଭିଯୋଗକାରୀମାନେ ମୟୂରଭଞ୍ଜ ଜିଲା ଗସ୍ତ ସମୟରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି)ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଆରଡିସି ଉତ୍‌କ୍ଷିପ୍ତ ହେବା ସହିତ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ତଦନ୍ତ ଆଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଆରଡିସି ସୂଚନା ଦେଇଥିବା ଅଭିଯୋଗକାରୀଙ୍କ ତରଫରୁ ନିୟୋଜିତ ଓକିଲ ମନୋଜ କୁମାର ପଣ୍ଡା କହିଛନ୍ତି।

ଏନେଇ ଭାରପ୍ରାପ୍ତ ତହସିଲଦାର ନମିତା ଧଳଙ୍କୁ ପଚାରିବାରୁ, ଦୀର୍ଘଦିନ ଧରି ବେତନଟୀରେ କେହି ସ୍ଥାୟୀ ତହସିଲଦାର ନିଯୁକ୍ତ ନ ଥିବାରୁ ସେ ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ବୈଶିଙ୍ଗାର ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅହଲ୍ୟା ବେହେରା ଓ ରେଭିନ୍ୟୁ ସୁପରଭାଇଜର ଜଗନ୍ନାଥ ସିଂଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିଲେ। ତାଙ୍କ ରିପୋର୍ଟ ଅନୁଯାୟୀ ସେ ସମ୍ପୂର୍ଣ୍ଣ କାଗଜପତ୍ର କରିଥିଲେ। ହେଲେ ଏବେ ଉକ୍ତ ସିଲିଂ ଜମିକୁ ନେଇ ଯେଉଁ ଅଭିଯୋଗ ହୋଇଛି ସେ ବୈଶିଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି। ଯଦି ସେତେବେଳର ତାଙ୍କ ଯାଞ୍ଚରେ କିଛି ଭୁଲ ତ୍ରୁଟି ଥାଏ, ତେବେ ତାକୁ ଆଗାମୀ ଦିନରେ ସଂଶୋଧନ କରାଯାଇ ଗରିବ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?