ଋଷିକୁଲ୍ୟାରେ ହେବ ପିପଳପଙ୍କା ଡ୍ୟାମ୍‌: ବ୍ୟୟ ଅଟକଳ ହୋଇପାରେ ୧୦୦୦ କୋଟି

ବ୍ରହ୍ମପୁର ଅଫିସ,୨୨ା୯: ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରବାହିତ ଋଷିକୁଲ୍ୟା ନଦୀକୁ ନେଇ ନିର୍ମାଣ ହେବ ପିପଳପଙ୍କା ଜଳଭଣ୍ଡାର। ଦୀର୍ଘବର୍ଷରୁ ପ୍ରସ୍ତାବିତ ଏହି ଡ୍ୟାମ୍‌ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସ୍ଥାନ ଚିହ୍ନଟ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୧ହଜାର କୋଟି ଟଙ୍କା ବ୍ୟୟ ହେବାର ପ୍ରାକ୍‌ ଅଟକଳ କରାଯାଇଛି। ସେଠାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏହି ସୂଚନା ଦେଇଛନ୍ତି ା ଯୋଜନା ସମ୍ପୂର୍ଣ୍ଣ ହେଲେ ବ୍ୟାପକ ଅଞ୍ଚଳରେ କୃଷି କାର୍ଯ୍ୟକ୍ରମ ନିମନ୍ତେ ସୁବିଧାରେ ସେଚ ବ୍ୟବସ୍ଥା ସହ ଅନେକ ଗ୍ରାମାଞ୍ଚଳକୁ ପିଇବା ପାଣି ଯୋଗାଣ ହୋଇପାରିବାର ସେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ୯୦ ଦଶକର ଦ୍ୱିତୀୟ ଭାଗରେ ଜିଲାରେ ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ କାରଖାନା ଟାଟା କମ୍ପାନୀ ପକ୍ଷରୁ ହେବାର ଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୬ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଭୋଟ ରାଜନୀତି ପାଇଁ ସେ ଟାଟାକୁ ଚାପ ପକାଇ ସଫଳ ହୋଇଥିଲେ। ନିର୍ବାଚନ ପୂର୍ବରୁ ୧୯୯୫ ଡିସେମ୍ବର ଶେଷରେ ରାଓ କାରଖାନା ପାଇଁ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀ ମୁଖ୍ୟ ରତନ ଟାଟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଇସ୍ପାତ ପ୍ରକଳ୍ପକୁ ଜଳଯୋଗାଣ ନିମନ୍ତେ ପିପଳପଙ୍କା ଯୋଜନା କରାଯିବାର ପ୍ରସ୍ତାବ ରଖାଗଲା। ପ୍ରଶାସନ ପକ୍ଷରୁ ମଧ୍ୟ ସବୁପ୍ରକାର ସହଯୋଗ ମିଳିଲା। ପିପଳପଙ୍କାରୁ ମୋଟା ପାଇପ ଯୋଗେ କାରଖାନା ପାଇଁ ପାଣି ଅଣାଯିବାର ନକ୍ସା ପ୍ରସ୍ତୁତ ହୋଇଥିଲା।

ଅପରପକ୍ଷରେ ଇସ୍ପାତ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରାଯାଇଥିଲା। ପ୍ରତିବାଦ ଆନ୍ଦୋଳନ ଜୋରଦାର କରାଗଲା। ଏହାସହ ପିପଳପଙ୍କା ଡ୍ୟାମ୍‌ ନିର୍ମାଣକୁ ମଧ୍ୟ ତୀବ୍ର ବିରୋଧ ହେଲା। ଯଦି ନିର୍ମାଣ ହେବ ସେହି ପାଣି କୃଷି କାର୍ଯ୍ୟକ୍ରମରେ ବିନିଯୋଗ ପାଇଁ ସ୍ବର ଉଠିଲା। ତେଣୁ ଜଳଭଣ୍ଡାର ବିବାଦୀୟ ହୋଇଯାଇଥିଲା। ଟାଟା କମ୍ପାନୀ କାରଖାନା ନାଁରେ ହଜାର ହଜାର ଏକର ଜମି ଅଧିଗ୍ରହଣ କରି ପରିଶେଷରେ ଓହରିଗଲା ଏବଂ ପିପଳପଙ୍କା ଯୋଜନା ମଧ୍ୟ ଅଟକି ଯାଇଥିଲା। ଦୀର୍ଘ ୨୬ ବର୍ଷ ପରେ ଏବେ ଡ୍ୟାମ୍‌ ନିର୍ମାଣ ପ୍ରସଙ୍ଗ ଉଠିଛି । ଏହାକୁ କାର୍ଯ୍ୟକରୀ କରିବାକୁ ଶାସକ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୁରୁଣା ତଥ୍ୟାନୁସାରେ ଅତୀତରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବରିଷ୍ଠ କମ୍ୟୁନିଷ୍ଟ ନେତା ଗୋବିନ୍ଦ ପ୍ରଧାନ ଭଞ୍ଜନଗର ବିଧାୟକ ଥିବା ବେଳେ ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ପାଣି କେବଳ ଚାଷ କାର୍ଯ୍ୟରେ ବ୍ୟବହୃତ କରାଯିବାର ସର୍ତ୍ତ ରଖିଥିଲେ। ତେଣୁ ପିପଳପଙ୍କା ବହୁବର୍ଷର ଦାବି ହୋଇଥିବା ସ୍ପଷ୍ଟ ହୋଇଛି।
ଇସ୍ପାତ କାରଖାନା ଓ ପିପଳପଙ୍କା ଯୋଜନାକୁ ମୂଳରୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିବା ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଆଲୋଚନା ପ୍ରସଙ୍ଗରେ କହିଛନ୍ତି, କେବଳ ପିପଳପଙ୍କା ନୁହେଁ ବିଭିନ୍ନ ଡ୍ୟାମ ନିର୍ମାଣ କରାଯିବା ଅନୁଚିତ। ଏହାଦ୍ୱାରା ନଦୀଗୁଡ଼ିକରେ ସ୍ରୋତ କମିଯାଉଛି ଏବଂ ଜଳ ସଙ୍କଟ ଦେଖାଦେଉଛି। ଜାନିବିଲି ଡ୍ୟାମ୍‌ ଯୋଗୁ ଋଷିକୁଲ୍ୟା ଖରା ଓ ଶୀତ ଋତୁରେ ଶୁଖିଯାଉଛି। ଫଳରେ ନଦୀ ସୁରକ୍ଷା ବିପନ୍ନ ହେଉଛି। ନଦୀଗୁଡ଼ିକରୁ ରୀତିମତ ବାଲି କଢ଼ା ଯାଉଥିବାରୁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ବାଲି ଚୋରା ଚାଲାଣକୁ ରୋକାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଜରଉ ଓ ପଦ୍ମା ନଦୀ ଜଳ ରୋକାଯାଇ ବ୍ରିଟିଶ ଶାସନରେ ହୋଇଥିବା ସୋରଡ଼ା ଜଳ ଭଣ୍ଡାର କ୍ରମଶଃ ଅବକ୍ଷୟ ଘଟିବାରେ ଲାଗିଛି। ଏହାର ପୁନରୁଦ୍ଧାର ଦିଗରେ ସରକାର ଅଣଦେଖା କରିଥିବା ବେଳେ ନୂଆ ଯୋଜନା ପିପଳପଙ୍କା ପାଇଁ କାହିଁକି ଆଗ୍ରହ ବୋଲି ସେ ପ୍ରଶ୍ନ କରିଛନ୍ତି। ଋଷିକୁଲ୍ୟାର କଂସାରିଗଣ୍ଡ ପ୍ରକଳ୍ପକୁ ମଧ୍ୟ ସାମନ୍ତରା ବିରୋଧ କରିଛନ୍ତି। ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିବା ପ୍ରକାରେ କୃଷିଜାତ ପଦାର୍ଥର ଉପତ୍ାଦନ ବୃଦ୍ଧି ଓ ପିଇବା ପାଣି ସଙ୍କଟ ଦୂର ଲାଗି ସରକାର ବିଭିନ୍ନ ଡ୍ୟାମ ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ପିପଳପଙ୍କା ଯୋଜନା ସ୍ବାଗତଯୋଗ୍ୟ ହୋଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri