ସ୍ବାମୀଙ୍କୁ ମାଡ଼, ସ୍ତ୍ରୀଙ୍କୁ ଗଣବଳାତ୍କାର

ବାଲେଶ୍ୱର ଅଫିସ, ୨୨।୯: ବାଲେଶ୍ୱର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳରେ ୧୮ ତାରିଖ ବିଳମ୍ବିତ ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୬ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ମାଡ଼ ମାରି କଟୁରିରେ ହାଣି କ୍ଷତାକ୍ତ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ଜବରଦସ୍ତ ଏକ ପଡ଼ିଆକୁ ନେଇ ଗଣବଳାତ୍କାର କରିଛନ୍ତି। ଏନେଇ ପୀଡିତା ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୩୯୪, ୩୦୭, ୩୭୬(ଡି), ୩୪ ଏବଂ ଆର୍‌/ଡବ୍ଲ୍ୟୁ ସେକ୍‌ସନ ୩(୨)(ଭି) ଏସ୍‌ସି/ଏସ୍‌ଟି (ପିଓଏ) ଆକ୍ଟ ଅନୁଯାୟୀ ମାମଲା (ନଂ. ୩୦୦/୨୨) ରୁଜୁ କରି ୬ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ନାବାଳକ ଥିବାରୁ ଅନ୍ୟ ୪ଜଣଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି ବୋଲି ସହଦେବଖୁଣ୍ଟା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ମାନସ ଦେଓ ସୂଚନା ଦେଇଛନ୍ତି।

ଅରଡ଼ବଜାର ଅଞ୍ଚଳରେ ଭଡ଼ାରେ ରହୁଥିବା ଉକ୍ତ ଦମ୍ପତି ରେଲଓ୍ବେ ମାଲଗୋଦାମରେ କାମ କରନ୍ତି। ଗତ ରବିବାର ରାତିରେ କେତେଜଣ ଶ୍ରମିକଙ୍କୁ ସେମାନେ ଟ୍ରେନ୍‌ରେ ଚଢ଼ାଇ ରାତି ପ୍ରାୟ ୨ଟା ବେଳେ ଘରକୁ ଫେରୁଥିବା ବେଳେ ଆନନ୍ଦବଜାର ଛକ ନିକଟରେ ୬ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ମାରପିଟ୍‌ କରିବା ସହ ତାଙ୍କ ପାଖରେ ଥିବା ଜିନିଷପତ୍ର ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଏହାଦେଖି ଉଭୟେ ଅରଡ଼ବଜାରସ୍ଥିତ ଭଡ଼ା ଘର ଆଡ଼କୁ ଦୌଡ଼ି ପଳାଉଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ସ୍ବାମୀଙ୍କୁ ମାଡ଼ ମାରିବା ସହ କଟୁରିରେ ତାଙ୍କ ହାତକୁ ହାଣି କ୍ଷତାକ୍ତ କରିଥିଲେ। ଏଥିରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଥିବା ବେଳେ ତାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା ନେଇଯାଇଥିଲେ।

ପରେ ତାଙ୍କ ସ୍ତ୍ରୀଙ୍କୁ ଏକ ସ୍କୁଟିରେ ବସାଇ ଦୁର୍ବୃତ୍ତମାନେ ନିକଟରେ ଥିବା ଗୋଧିବସା ପଡ଼ିଆକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। କୌଶଳକ୍ରମେ ମହିଳା ଜଣକ ସେଠାରୁ ପଳାଇ ଆସି ସ୍ବାମୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସହ ନିଜେ ଚିକିତ୍ସିତ ହୋଇଥିଲେ। ଏହାପରେ ପୀଡ଼ିତା ଗତ ସୋମବାର ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ସ୍ବାମୀଙ୍କୁ ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସହଦେବଖୁଣ୍ଟା ଥାନା ଅଧୀନ ଗୋଧିବସା ଅଞ୍ଚଳର ଦେବେନ୍ଦ୍ର ସିଂ (୨୮) ବୋଲି ସ୍ବାମୀ ଚିହ୍ନଟ କରିଥିଲେ। ପରେ ପୋଲିସ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା। ତାଙ୍କ ବୟାନକୁ ଭିତ୍ତି କରି ପୋଲିସ ଦେବେନ୍ଦ୍ରଙ୍କ ସହଯୋଗୀ କଙ୍କ ସିଂ (୨୫), ବୁଲା ସାହୁ (୨୬) ଓ ସାଲଖା ମୁର୍ମୁ (୨୭)ଙ୍କୁ ଗିରଫ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୨୫ଶହ ଟଙ୍କା, ବ୍ୟବହୃତ ସ୍କୁଟି, କଟୁରି, ଦେଶୀ ବନ୍ଧୁକ, ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସାଲ୍‌ଖା ମୁର୍ମୁଙ୍କ ନାମରେ ପୂର୍ବରୁ ସହଦେବଖୁଣ୍ଟା ଥାନାରେ ୫ଟି ବିଭିନ୍ନ ପ୍ରକାର ମାମଲା ଥିବା ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri