ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି

ପାରଳାଖେମୁଣ୍ଡି,୨୨।୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା ଆସିବା କରୁଛନ୍ତି ।
୧୧ ଜାନୁୟାରୀ ୨୦୦୧ରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦ଶଯ୍ୟାବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ କୋଠାଗୃହ ଉଦ୍‌ଘାଟିତ ହୋଇଥିଲା। ନିର୍ମାଣ ହୋଇ ୨୨ବର୍ଷ ହୋଇଥିଲେ ହେଁ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ କୋଠାଗୃହର ଉପର ଛାତ ଜରାଜୀର୍ଣ୍ଣ ହୋଇପଡିଛି। ଚିକିତ୍ସାଳୟର ଗୃହଗୁଡିକ ମଧ୍ୟରେ ରକ୍ଷଣାବେକ୍ଷଣ ନାମରେ ଚୂନ କିମ୍ବା ଡିସ୍ଟେମ୍ପର ମରାଯାଉଛି। ଫଳରେ ଭିତରିଆ ଗୃହଗୁଡିକ ଚକାଚକ ଦେଖା ଦେଉଥିଲେ ମଧ୍ୟ ଛାତ ପଟୁ ପାଣି ଗଳୁଛି । ବିଶେଷ କରି ବର୍ଷା ଜାରି ରହିଥିବାରୁ ପାଣି ଛାତ ମଧ୍ୟ ଦେଇ କକ୍ଷ ବା ଯାତାୟାତ କରୁଥିବା ବାରଣ୍ଡାରେ ଗଳୁଛି । ଏ ନେଇ ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ଜଣାପଡିଛି। ଏପରି ଭାବେ ପାଣି ଗଳୁଥିବା ଯୋଗୁ ଛାତର ଭିତରପଟ ପଲସ୍ତରା ଖସିପଡିବା ସମ୍ଭବନା ମଧ୍ୟ ଦେଖାଦେଇଛି । ତେବେ ପାଣି ଗଳୁଥିବା ସ୍ଥାନରେ କର୍ମଚାରୀମାନେ ଅନ୍ୟ କୌଣସି ଉପାୟ ନ ପାଇ ପ୍ଲାଷ୍ଟିକ ବାଲ୍‌ଟି ରଖି ବିକଳ୍ପ ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଛି। ହେଲେ ଏଠାକୁ ଆସୁଥିବା ରୋଗୀମାନଙ୍କ ଆଖି ସମସ୍ୟା ଯୋଗୁ ନ ଦେଖିପାରି କେହି କେହି ପଡି ଯାଉଥିବାର ଅଭିଯୋଗ ହୋଇଛ। ସେହିପରି ଉକ୍ତ ଚିକିତ୍ସାଳୟର କେତେକ କାନ୍ଥରୁ ପାଣି ନିର୍ଗତ ହେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?