ଉଠାଜଳସେଚନ ପ୍ରକଳ୍ପର ୨ ଅଧିକାରୀଙ୍କୁ ଅଟକ ରଖିଲେ ଚାଷୀ

କୋକସରା,୨୧ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ ଅଭିଯୋଗ କରିଥିଲେ। ବୁଧବାର ଉଠା ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ବାଗ ଓ ଇଞ୍ଜିନିୟର ଏସ୍‌. ପଲେଇ ମୂଷାପାଲି ପଞ୍ଚାୟତ ଖପ୍ରାମାଲ ଗାଁ ନିକଟରେ ଚାଷୀଙ୍କ ଅଭିଯୋଗ ପରେ ସ୍ଥିତି ପରିଦର୍ଶନ କରିବାକୁ ଯାଇଥିବା ବେଳେ ଉତ୍ତେଜିତ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ।

ସୂଚନାନୁସାରେ ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଦୁଇ ଚାଷୀ ପ୍ରମୋଦ ପାତ୍ର ଓ ଭରତ ଗୋପାଳଙ୍କ ଚାଷଜମିରେ ଉଠା ଜଳସେଚନ ଭୂତଳ ପଏଣ୍ଟ ପୋତି ହେବାରୁ ତଳ ଅଞ୍ଚଳରେ ଥିବା ଚାଷୀଙ୍କ ଜମିକୁ ଜଳସେଚନରେ ବାଧାପ୍ରାପ୍ତ ହେଉଥିଲା। ଏହି ପଏଣ୍ଟକୁ ମରାମତି କରିବାକୁ ହେଲେ ଦୁଇ ଚାଷୀଙ୍କ ଚାଷ ନଷ୍ଟ ହେବା ନେଇ ଦୁଇ ଚାଷୀ କ୍ଷତିପୂରଣ ଦାବି କରିଥିଲେ। ହେଲେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଦୁଇ ଅଧିକାରୀ ଅମଙ୍ଗ ହେବାରୁ ଖପ୍ରାମାଲ ଗ୍ରାମର ଚାଷୀ ଗଣପତି ଠାକୁର, ଧନଞ୍ଜୟ ରାଉତ, ଜୟଲାଲ ଠାକୁର, ସଦାନନ୍ଦ ରାଉତ, ଯାଦବ ନାଏକ, କ୍ଷୀର ନାଏକ, ପରମେଶ୍ବର ଛାତ୍ରୀଆ, କୌଶିକ ବାଗ ସମେତ ଅନ୍ୟ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ ଓ କାହିଁକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳସେଚନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଳି ସମାଧାନ ନ ହେବା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ତହସିଲଦାର ରାକେଶ କୁମାର ପାରୁଆ ଓ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଭୂତଳ ପଏଣ୍ଟ ରହିଥିବା ଦୁଇ ଚାଷୀଙ୍କୁ ଚାଷ ନଷ୍ଟ ନେଇ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦୁଇ ଅଟକ ଅଧିକାରୀଙ୍କୁ ଚାଷୀମାନେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇଙ୍କ ପ୍ରତିକ୍ରିୟା ନେବାରୁ କିଛି ସ୍ଥାନରେ ପଏଣ୍ଟ ପୋତି ହେବା କାରଣରୁ ତଳମୁଣ୍ଡକୁ ଜଳସେଚନ ହୋଇ ପାରୁନାହିଁ, ମରାମତି କରିବାକୁ କର୍ମଚାରୀ ଗଲେ ଯାହା ଚାଷଜମିରେ ପଏଣ୍ଟ ରହିଛି ସେହି ଚାଷୀମାନେ କାମ କରିବାକୁ ଦେଉନାହାନ୍ତି, ଏଣୁ ଏହିପରି ସମସ୍ୟା ଉପୁଜିଛି, ଚାଷୀମାନେ ସହଯୋଗ କଲେ ଜଳସେଚନର ସମାଧାନ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ରୁ ବୈଶାଖୀ ବାଣିଜ୍ୟ ମେଳା: ସ୍ଥାନ ପାଇବ ୪୯୦ ଷ୍ଟଲ

କଟକ ଅଫିସ,୯।୩,: କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ବୈଶାଖୀ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଏହାକୁ ମିନି ବାଲିଯାତ୍ରା...

ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନି

ଅନୁଗୋଳ ଅଫିସ,୧୬।୧୧: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାଶର୍‌ବିକ ଗ୍ରାମଗୁଡ଼ିକର ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିର ଏକ...

କାଲିଠୁ କଟକରେ ଅନଲାଇନରେ ମିଳିବ ମଦ

କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର...

ଘରେ ହେଲା ନମାଜ ପାଠ

ବାଙ୍ଗିରିପୋଷି,୨୬ା୫(ଡି.ଏନ.ଏ): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା...

ଜିଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡିର ଗଙ୍ଗାଧର ପୁଆଲା

ରାୟଗଡ଼ା ଅଫିସ,୧୯।୨: ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ୧୩ଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି। ବିଜେଡିର ୭ ଜଣ...

ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା: ୫ ଗିରଫ

ଧାମନଗର, ୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଖପରପଦା ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୋଲିସ...

ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି

ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ...

ଧାନ ଉତ୍ପାଦନରେ କେନ୍ଦ୍ରାପଡ଼ା ପଛୁଆ

କେନ୍ଦ୍ରାପଡ଼ା ଅଫିସ, ୩୦ା୭: କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୀତିରେ ପରିଚାଳିତ। ଧାନ ହେଉଛି ମୁଖ୍ୟ ଫସଲ। ତେବେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଲାର ଦୁର୍ବଳ...

Advertisement
Archives

Model This Week