ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି ସମାପ୍ତ

ପୁରୀ ଅଫିସ,୨୨।୯: ସୁପ୍ରିମକୋର୍ଟରେ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ହୋଇଥିବା ମାମଲାର ୨୦ ତାରିଖ(ମଙ୍ଗଳବାର)ଠାରୁ ଶୁଣାଣି ଆରମ୍ଭ ହୋଇ ବୁଧବାର ସମାପ୍ତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଏମ୍‌. ଆର୍‌. ଶାହା ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା।

ପ୍ରଥମେ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ୟମାନ ସୁନ୍ଦରମ ପ୍ରାୟ ୯୦ମିନିଟ ଧରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଜମି ଅଧିଗ୍ରହଣ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସଞ୍ଜୟ ପାରିଖ ମାନ୍ୟବର ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବିଶବିଦ୍ୟାଳୟ ପ୍ରତିଷ୍ଠା ଓ ଏଥିପାଇଁ ହୋଇଥିବା ଜମି ଗ୍ରହଣ ସମ୍ପୂର୍ଣ୍ଣ ବେଆଇନ ବୋଲି ଅନେକ ତଥ୍ୟ ସହ ତର୍କ ରଖିଥିଲେ। ଏଥିପାଇଁ ପ୍ରାୟ ୬ ହଜାର ପରିବାରର ୩୦ହଜାର ଲୋକ ନିଜର ଚାଷ ଜମି ହରାଇବା ସହ ସେମାନଙ୍କ ଜୀବିକା ଉଜୁଡ଼ିଯିବ। ବିଶ୍ୱବିଦ୍ୟାଳୟ ଉଦ୍ଦେଶ୍ୟ ନୁହେଁ, ବରଂ ପୁରୀ- କୋଣାର୍କ ବେଳାଭୂମି ନିକଟରେ ଥିବା ମୂଲ୍ୟବାନ ଜମିକୁ ଭିନ୍ନ ଭାବେ ବ୍ୟବହାର ଓ ବେପାର ହିଁ ଏକମାତ୍ର ଉଦ୍ଦେଶ୍ୟ।

ଏହା ନିକଟରେ ଅଭୟାରଣ୍ୟ, ମୂଲ୍ୟବାନ ବାଲି ଓ ମଧୁର ଜଳର ଉତ୍ସ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଫାଉଣ୍ଡେଶନ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଏକ ଶିକ୍ଷାନୁଷ୍ଠାନ କରିବାର ଦୃଷ୍ଟାନ୍ତ ନ ଥିବା କଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ। ଏଥିସହ ଜମି ଅଧିଗ୍ରହଣ ଆଇନ, ପରିବେଶ ଆଇନ, ଫରେଷ୍ଟ ଆଇନ, କମ୍ପାନୀ ଆଇନ, ମାନବ ଅଧିକାର ଆଇନ ଇତ୍ୟାଦିର କିପରି ଉଲ୍ଲଂଘନ କରାଯାଇଛି, ସେ ସମ୍ପର୍କରେ ମଧ୍ୟ ସେ ଯୁକ୍ତି ରଖିଥିଲେ। ଆଇନଜୀବୀ ଚିନ୍ମୟ ମିଶ୍ର ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସହାୟତା କରିଥିଲେ।

ମାନ୍ୟବର ଖଣ୍ଡପୀଠ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ, ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତି ପକ୍ଷରୁ ଜମି ହରାଇଥିବା ୧୧ଜଣ ଚାଷୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପିଆଇଏଲ(ଜନସ୍ବାର୍ଥ ମାମଲା) ସହ ୯ଟି ପିଟିଶନକୁ ଏକତ୍ର କରି ଶୁଣାଣି ଶେଷ ହୋଇଛି। ପ୍ରକାଶଥାଉକି, ଏହି ମାମଲା ୨୦୧୦ ମସିହାରୁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ଓ ପରେ ଜବାବରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳରେ ଚ୍ୟାଲେଞ୍ଜ କରିଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି, ଜମି ହରାଇଥିବା ଚାଷୀ ଓ ପୂର୍ବତନ ବିଧାୟକ ରଥଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣଙ୍କ ସହ ଓକିଲ ସଞ୍ଜୟ ପାରିଖ ଓ ଚିନ୍ମୟ ମିଶ୍ର ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?