ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି ସମାପ୍ତ

ପୁରୀ ଅଫିସ,୨୨।୯: ସୁପ୍ରିମକୋର୍ଟରେ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ହୋଇଥିବା ମାମଲାର ୨୦ ତାରିଖ(ମଙ୍ଗଳବାର)ଠାରୁ ଶୁଣାଣି ଆରମ୍ଭ ହୋଇ ବୁଧବାର ସମାପ୍ତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଏମ୍‌. ଆର୍‌. ଶାହା ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା।

ପ୍ରଥମେ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ୟମାନ ସୁନ୍ଦରମ ପ୍ରାୟ ୯୦ମିନିଟ ଧରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଜମି ଅଧିଗ୍ରହଣ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସଞ୍ଜୟ ପାରିଖ ମାନ୍ୟବର ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବିଶବିଦ୍ୟାଳୟ ପ୍ରତିଷ୍ଠା ଓ ଏଥିପାଇଁ ହୋଇଥିବା ଜମି ଗ୍ରହଣ ସମ୍ପୂର୍ଣ୍ଣ ବେଆଇନ ବୋଲି ଅନେକ ତଥ୍ୟ ସହ ତର୍କ ରଖିଥିଲେ। ଏଥିପାଇଁ ପ୍ରାୟ ୬ ହଜାର ପରିବାରର ୩୦ହଜାର ଲୋକ ନିଜର ଚାଷ ଜମି ହରାଇବା ସହ ସେମାନଙ୍କ ଜୀବିକା ଉଜୁଡ଼ିଯିବ। ବିଶ୍ୱବିଦ୍ୟାଳୟ ଉଦ୍ଦେଶ୍ୟ ନୁହେଁ, ବରଂ ପୁରୀ- କୋଣାର୍କ ବେଳାଭୂମି ନିକଟରେ ଥିବା ମୂଲ୍ୟବାନ ଜମିକୁ ଭିନ୍ନ ଭାବେ ବ୍ୟବହାର ଓ ବେପାର ହିଁ ଏକମାତ୍ର ଉଦ୍ଦେଶ୍ୟ।

ଏହା ନିକଟରେ ଅଭୟାରଣ୍ୟ, ମୂଲ୍ୟବାନ ବାଲି ଓ ମଧୁର ଜଳର ଉତ୍ସ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଫାଉଣ୍ଡେଶନ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଏକ ଶିକ୍ଷାନୁଷ୍ଠାନ କରିବାର ଦୃଷ୍ଟାନ୍ତ ନ ଥିବା କଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ। ଏଥିସହ ଜମି ଅଧିଗ୍ରହଣ ଆଇନ, ପରିବେଶ ଆଇନ, ଫରେଷ୍ଟ ଆଇନ, କମ୍ପାନୀ ଆଇନ, ମାନବ ଅଧିକାର ଆଇନ ଇତ୍ୟାଦିର କିପରି ଉଲ୍ଲଂଘନ କରାଯାଇଛି, ସେ ସମ୍ପର୍କରେ ମଧ୍ୟ ସେ ଯୁକ୍ତି ରଖିଥିଲେ। ଆଇନଜୀବୀ ଚିନ୍ମୟ ମିଶ୍ର ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସହାୟତା କରିଥିଲେ।

ମାନ୍ୟବର ଖଣ୍ଡପୀଠ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ, ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତି ପକ୍ଷରୁ ଜମି ହରାଇଥିବା ୧୧ଜଣ ଚାଷୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପିଆଇଏଲ(ଜନସ୍ବାର୍ଥ ମାମଲା) ସହ ୯ଟି ପିଟିଶନକୁ ଏକତ୍ର କରି ଶୁଣାଣି ଶେଷ ହୋଇଛି। ପ୍ରକାଶଥାଉକି, ଏହି ମାମଲା ୨୦୧୦ ମସିହାରୁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ଓ ପରେ ଜବାବରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳରେ ଚ୍ୟାଲେଞ୍ଜ କରିଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି, ଜମି ହରାଇଥିବା ଚାଷୀ ଓ ପୂର୍ବତନ ବିଧାୟକ ରଥଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣଙ୍କ ସହ ଓକିଲ ସଞ୍ଜୟ ପାରିଖ ଓ ଚିନ୍ମୟ ମିଶ୍ର ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଟିଟିଲାଗଡ଼,୫।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri