୬ ମାସ ହେଲା ଉତ୍ପାତ ଚଳାଇଛି ଦନ୍ତା, ଲୋକେ ଭୟଭୀତ

ରୂପସା, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ୬ ମାସ ଧରି ଉତ୍ପାତ ଚଳାଇଛି। ବ୍ଲକ ଅଧୀନ ପଣିସାପଡ଼ା, ବଡ଼ଚରଣେଶ୍ୱରପୁର, ହଦମୌଦ, ଚାଷୀପଡ଼ା ଆଦି ଗ୍ରାମରେ ହାତୀ ପଶି ବ୍ୟାପକ ଭଙ୍ଗାରୁଜା କରୁଥିବା ନଜରକୁ ଆସିଛି। ଜୁନ୍‌ରେ ପଣିସାପଡ଼ା ଗ୍ରାମର ସାପ୍ତାହିକ ହାଟ, ଗତ ମାସ ବଡ଼ଚରଣେଶ୍ୱରପୁରର ସୀତାରାମ ଦଳେଇଙ୍କ ମାଟି ଘର କାନ୍ଥକୁ ଭାଙ୍ଗିଥିବା ବେଳେ ସୋମବାର ରାତିରେ ନଟାକଟା ପଞ୍ଚାୟତ ଅଧୀନ ଚାଷୀପଡ଼ା, ହଦମୌଦ, ନରଣପୁର ଆଦି ଗ୍ରାମକୁ ପଶିଥିଲା। ହାତୀକୁ ଘଉଡ଼ାଇବା ପାଇଁ ଗାଁ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ତେବେ ଉକ୍ତ ହାତୀ ପଡ଼ୋଶୀ ମୟୂରଭଞ୍ଜ ଜିଲାର ଜଙ୍ଗଲ ଦେଇ ପ୍ରଥମେ ଚାଷୀପଡ଼ା ବଜାର, ହଦମୌଦ ଗ୍ରାମରେ ପଶି ଗୌରହରି ପୁରୀଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀ ନିଆଁ ଦେଖାଇ ହାତୀକୁ ଗ୍ରାମ ମଧ୍ୟରୁ ଘଉଡାଇବାକୁ ସକ୍ଷମ ହୋଇଥିଲେ। ଏହା ପରେ ସନ୍ଧ୍ୟାରେ ହାତୀ ଅମର୍ଦ୍ଦାରୋଡ଼ ବାରିପଦା ଦେଇ ଯାଇଥିବା ମୁଖ୍ୟ ରାସ୍ତା ଦେଇ ଗେଟ୍‌ ବଜାର ପର୍ଯ୍ୟନ୍ତ ପହଞ୍ଚତ୍ ରେଳଧାରଣା ଅତିକ୍ରମ କରିଥିଲା। ଗ୍ରାମବାସୀ କୌଶଳ କ୍ରମେ ହାତୀକୁ କାନପୁର ଜଙ୍ଗଲ ମୁହାଁ ଲେଉଟାଇବାକୁ ସକ୍ଷମ ହୋଇଥିଲେ। ବନ ବିଭାଗ କର୍ମଚାରୀ ବାଇକ ଯୋଗେ ଆସି ପଇଁତରା ମାରିଥିଲେ। ତେବେ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜଘାଟ ବିଦ୍ୟୁତ ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ହାତୀ ଭୟ ସହ ବିଦ୍ୟୁତ କାଟ୍‌ ପାଇଁ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି। ୬ ମାସ ଧରି ଉକ୍ତ ହାତୀ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବେଳେ ବନବିଭାଗ ହାତୀ ଘଉଡ଼ାଇବାରେ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?