ହାତୀ ପାଇଁ ସାରା ରାତି ଅଟକ: ୧୪ଘଣ୍ଟା ପରେ ମୁକୁଳିଲେ ଫରେଷ୍ଟର, ବନ କର୍ମଚାରୀ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୨ା୯(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀ ଭୟରେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି ଲୋକେ। ଘର ଦ୍ୱାର ଭାଙ୍ଗୁଛି। ଫସଲ ଉଜୁଡ଼ୁଛି। କ୍ଷତି ପୂରଣ ମିଳୁନି କିମ୍ବା ହାତୀ ଘଉଡ଼ାଇବା ବ୍ୟବସ୍ଥା କରୁନାହିଁ ବନ ବିଭାଗ। ଏଭଳି ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ପୁରୁଣା ଦେଓଗଁା ଅଞ୍ଚଳବାସୀ। ହାତୀ ଗତିବିଧି ଅନୁଧ୍ୟାନ କରିବାକୁ ଯାଇଥିବା ଫରେଷ୍ଟର ଓ ବନ କର୍ମଚାରୀମାନଙ୍କୁ ସାରା ରାତି ଅଟକ ରଖି ସେମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ଖବରପାଇ ଡିଏଫ୍‌ଓ ଶ୍ରୀକାନ୍ତ ନାୟକ, ରେଞ୍ଜର ପ୍ରଦୀପ ପୃଷ୍ଟି, ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ ଓ କରଞ୍ଜିଆ ଥାନାଧିକାରୀ ରଞ୍ଜନ ସେଠୀ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ମଙ୍ଗଳବାର ରାତିରୁ ଅଟକ ଥିବା ବନ କର୍ମଚାରୀମାନଙ୍କୁ ୧୪ ଘଣ୍ଟା ପରେ ବୁଧବାର ପୂର୍ବାହ୍ନରେ ଲୋକେ ଛାଡ଼ିଥିଲେ।

ସୂଚନା ଅନୁଯାୟୀ, କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘଦିନ ହେଲା ଆତଙ୍କ ଖେଳାଇ ଚାଲିଛନ୍ତି ା ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ପ୍ରାଣହାନି ଘଟୁଛି। ହାତୀ ଭୟରେ ଲୋକେ ରାତିରେ ଘର ଆଗରେ ନିଅଁା ଜାଳି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମଙ୍ଗଳବାର ରାତିରେ ପୁରୁଣା ଦେଓଗଁା ନିକଟସ୍ଥ ହଳଦିଆପୋଷି ଗ୍ରାମରେ ହାତୀ ପଶିଥିବା ଖବରପାଇ ଦରି ଫରେଷ୍ଟର ଫାଗୁରାମ ବେଶ୍ରାଙ୍କ ସହ ୧୦ଜଣ ବନ କର୍ମଚାରୀ ସେଠାରେ ପହଞ୍ଚିିଥିଲେ। ବନ କର୍ମଚାରୀମାନଙ୍କୁ ଦେଖି ଗ୍ରାମବାସୀ ହାତୀର ଗତିବିଧି ଉପରେ ବନ ବିଭାଗ ଦୃଷ୍ଟି ଦେଉ ନ ଥିବା କହିବାରୁ କଥା କଟାକଟି ହୋଇଥିଲା। ଶତାଧିକ ଗ୍ରାମବାସୀ ରାତି ୩ଟାରୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪ଘଣ୍ଟା ଧରି ଫରେଷ୍ଟରଙ୍କ ସହ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ।

ସୂଚନାଯୋଗ୍ୟ, ଏହି ରେଞ୍ଜରେ ୨୮ଟି ହାତୀ ଓ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ୩ଟି ହାତୀ ରହି ଉପତ୍ାତ ଚଳାଇଛନ୍ତି। ମଙ୍ଗଳବାର ଦୁଧିଆଣୀ ରେଞ୍ଜ ଅଧୀନ ବାର୍ହାପାଣପଶି ଗ୍ରାମରେ ହାତୀ ଘର ଭାଙ୍ଗିବା ଦ୍ୱାରା କାନ୍ଥ ପଡ଼ି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ପ୍ରାୟ ୧୦୦ଏକରରୁ ଊର୍ଦ୍ଧ୍ୱ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ୭୦ରୁ ଅଧିକ ଘର ହାତୀ ଭାଙ୍ଗିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର ପୃଷ୍ଟି କୁହନ୍ତି, ୩୦ଏକର ଜମିରେ ଧାନ ଓ ପରିବା ଫସଲ ହାତୀପଲ ନଷ୍ଟ କରିଥିବା ବେଳେ ପାଖାପାଖି ୨୫ଟି ଘର ଭାଙ୍ଗିଛନ୍ତି। ଖୁବ୍‌ ଶୀଘ୍ର ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?