ଆମ ଜିଲା ଖବର

ଆଲମିରା କାରଖାନାରେ ଅଗ୍ନିକାଣ୍ଡ

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ନିକଟ ଦେଉଳୀ ଛକଠାରେ ଥିବା ଏକ ଆଲମିରା ପ୍ରସ୍ତୁତ କାରଖାନାରେ ଶନିବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଶର୍ଟ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କ ଗଳାକାଟି ହତ୍ୟା

ମାଲକାନଗିରି,୨୭।୮(ସ୍ବ.ପ୍ର.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡ଼କାଗାଓ ଗ୍ରାମର ରାମଲାଲ ପୋଡ଼ାଇ। ବିଳମ୍ବିତ…

ସ୍କୁଲ ସମ୍ମୁଖରେ ଛାତ୍ରଙ୍କ ଚଣା, ମୁଢ଼ି ବିକିବା ଘଟଣା: ଏଣିକି ପଢ଼ିବେ ପାଠ

ପୁରୁଷୋତ୍ତମପୁର,୨୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷିୟତ୍ରୀ ନାମ ଲେଖାଉ ନ ଥିବା ପ୍ରତିବାଦରେ ଛାତ୍ର ଶିବଶଙ୍କର ପଣ୍ଡାଙ୍କ ସହ ପରିବାର ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ଛାତ୍ର ଜଣକ ଚଣା, ମୁଢ଼ି,…

କ୍ୱାର୍ଟର୍ସରୁ ମିଳିଲା ମହିଳା ପୋଲିସ ଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ

ଜି.ଉଦୟଗିରି,୨୭।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ମହିଳା ସବ୍‌ ଇନ୍ସପେକ୍ଟରକ୍‌ଙ୍କ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସ୍ବାଗତିକା ବେହେରା(୩୦)। ତାଙ୍କ ଘର ଖୋର୍ଦ୍ଧା ଜିଲା ନିରାକାରପୁର ବୋଲି ଜଣାପଡିଛି। ସେ କ୍ୱାର୍ଟର୍ସରେ ଏକୁଟିଆ…

ସ୍ଥିତି ଅନୁଧ୍ୟାନ କଲା ଜିଲା ସ୍ବାସ୍ଥ୍ୟ ଟିମ୍‌

କୋକସରା,୨୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟିର୍ଲିଆମ ଗ୍ରାମରେ ୧୮ ଓ ୧୯ ତାରିଖରେ ଝାଡ଼ାବାନ୍ତିରେ ୬ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିଲେ। ଶୁକ୍ରବାର କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଟିର୍ଲିଆମ ଗ୍ରାମ ପରିଦର୍ଶନ…

ମୁନିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଏଚ୍‌ଏଚ୍‌ଏମ୍‌ର ଉଚ୍ଚସ୍ତରୀୟ ଟିମ୍‌

ମୁନିଗୁଡ଼ା,୨୭।୮(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌)ର ଏକ ଉଚ୍ଚ ସ୍ତରୀୟ ଟିମ୍‌ ଶୁକ୍ରବାର ରାୟଗଡ଼ା ଜିଲା ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ମୁନିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା, ସ୍ବଚ୍ଛତା ଆଦି…

ମହାନଦୀକୁ ଡେଇଁ ଯୁବକ ନିଖୋଜ

କଟକ ଅଫିସ,୨୭।୮: ମହାନଦୀକୁ ଡେଇଁ ଯୁବକ ନିଖୋଜ। କଟକ ମୁଣ୍ଡଳି ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବକ ଡେଇଁ ପଡିଥିବା ଜଣାପଡିଛି। ତେବେ ଯୁବକ ଜଣଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ଯୁବକଙ୍କ ଡିଏଲ୍‌ ଓ ପ୍ୟାନ୍‌ କାର୍ଡ…

ବର୍ଷା ହେଲେ ପାଠପଢ଼ା ବନ୍ଦ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ଖଣ୍ଡିଆଗୁଡ଼ା ଗ୍ରାମ ମାତ୍ର ବ୍ଲକଠାରୁ ୩ରୁ ୪କି.ମି. ମଧ୍ୟରେ ରହିଛି। ଆଖପାଖ ଅଞ୍ଚଳରୁ ୫ରୁ ୬ ଗ୍ରାମକୁ ନେଇ ରାଜସ୍ବ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। ଗ୍ରାମରେ ଏକ…

ନୂଆଁଖାଇ ପାଇଁ ଗାଁଠାରୁ ସହର ଚଳଚଞ୍ଚଳ

ନୂଆପଡ଼ା ଅଫିସ,୨୭।୮: ପଶ୍ଚିମ ଓଡିଶାର ନୂଆଁଖାଇ ଆଉ ୫ ଦିନ ବାକି ରହିଥିବା ବେଳେ ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇଉଠୁଛି। ଗତ ୨ ବର୍ଷ କରୋନା ଯୋଗୁ କେବଳ ନୂଆଁଖାଇ ନୁହେଁ ଅନ୍ୟ ପର୍ବ ମଧ୍ୟ ଫିକା ପଡିଥିଲା।…

ସହରର ଉନ୍ନତି ପାଇଁ ମତ ଲୋଡ଼ିଲେ ଜିଲାପାଳ

ଅନୁଗୋଳ ଅଫିସ,୨୭।୮: ଅନୁଗୋଳ ପୌରପାଳିକାର କାଉନସିଲ୍‌ ହଲଠାରେ ଶୁକ୍ରବାର ସ୍ପେଶାଲ କାଉନସିଲ ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ନଗରପାଳ ଅକ୍ଷୟ କୁମାର ସାମନ୍ତ,…

ମୁଖ୍ୟ ସମସ୍ୟା ମାଟି

ଅନୁଗୋଳ ଅଫିସ, ୨୭।୮: ପାଖେଇ ଆସିଲାଣି ପାର୍ବଣ। ଜୋର୍‌ ଧରିଲାଣି ମୂର୍ତ୍ତି ଗଢ଼ା। ଦିନରାତି କାର୍ଯ୍ୟରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ହେଲେ ମୁଖ୍ୟ ସମସ୍ୟା କରୁଛି ମାଟି। ନିଖୁଣ କାରିଗରି ପାଇଁ ଭଲ ମାଟି ଜରୁରୀ ହୋଇଥିଲେ…

ନୂଆଁଖାଇ ଛୁଟି ୩ ଦିନ ଦାବି ତେଜିଲା

ବରଗଡ଼ ଅଫିସ୍‌,୨୭।୮: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୧ରେ ପାଳନ ହେବ। ରାଜ୍ୟ ସରକାର ଏଥିପାଇଁ ସେପ୍ଟେମ୍ବର ୧ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?