ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ ଥିବା ହେତୁ ସମସ୍ତ ହିତାଧିକାରୀଙ୍କୁ ଚାଉଳ ଯୋଗାଣ କରାଯାଉଛି। ତେବେ ବଡ଼ ଆଶ୍ଚର୍ଯ୍ୟର କଥା ସରକାରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି କି ସୁନ୍ଦର ଓ ସଫା ଚାଉଳ ହିତାଧିକାରୀମାନଙ୍କୁ ଦିଆଯିବ। ନାଲି ଚାଉଳକୁ ନାକଚ କରାଯିବ। ଚଳିତ ମାସରେ ଯାଜପୁର ଜିଲା ଧାନମଣ୍ଡଳ ପଣ୍ୟାଗାରରୁ ନାଲି ଚାଉଳ ଯୋଗାଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏହି ଚାଉଳ ଫିଡ୍‌-୧ ଗ୍ରେଡ୍‌ର ହୋଇଥିବା ବେଳେ ଏହା ଗୋଖାଦ୍ୟ ପାଇଁ ପ୍ରଜୁଯ୍ୟ। ଗୋଖାଦ୍ୟ ପାଇଁ ପ୍ରଜୁଯ୍ୟ ଚାଉଳକୁ କିପରି ହିତାଧିକାରୀମାନଙ୍କୁ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିବା ସହିତ ଧାନମଣ୍ଡଳସ୍ଥିତ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ୧ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏହା ସହିତ ଆସନ୍ତା ୩ମାସ ପାଇଁ ମାଗଣା ଚାଉଳ ଦେବାକୁ ଉଭୟ ସରକାର ଘୋଷଣା କରିଛନ୍ତି। ଏହାର ସୁଯୋଗ ନେଇ ଧାନମଣ୍ଡଳସ୍ଥିତ ପଣ୍ୟାଗାର ନିମ୍ନମାନର ଚାଉଳ ଯୋଗାଣ କରିଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳଠାରେ ଥିବା ରାଜ୍ୟ ପଣ୍ୟାଗାର ନିଗମର ସଂରକ୍ଷଣ କ୍ଷମତା ହେଉଛି ୧୧ହଜାର ମେଟ୍ରିକ୍‌ ଟନ୍‌। ଏଠାରୁ ବଡ଼ଚଣା, ଧର୍ମଶାଳା, ବରୀ ଓ ରସୁଲପୁର ବ୍ଲକକୁ ଚାଉଳ ଯୋଗାଣ ହୋଇଥାଏ। ଏହି ଯୋଗାଣ ପାଇଁ ୩ ଜଣ ଠିକାଦାର ନିଯୁକ୍ତି ହୋଇଛନ୍ତି।
ରବିବାର ଚାଉଳ ଯୋଗାଣ ସମ୍ପର୍କରେ ପଣ୍ୟାଗାରର ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ ଯେ ବର୍ଷ ଶେଷ ସମୟ ହୋଇଥିବାରୁ ରାଇସ୍‌ ମିଲଗୁଡ଼ିକରେ ଗଚ୍ଛିତ ରହିଥିବା ଧାନ ଲାଲ ପଡ଼ିଯାଏ । ସେଥିପାଇଁ ଚାଉଳ ଲାଲ ହୋଇ ଆସୁଛି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଇସ୍‌ ମିଲର ଆବଶ୍ୟକ ଗୋଦାମ ଗୃହ ନ ଥିବାରୁ ସେମାନେ କିଛି ଧାନ ଗୋଦାମ ଗୃହରେ ରଖୁଥିବା ବେଳେ ବହୁପରିମାଣରେ ଧାନ ବାହାରେ ଗଦା କରି ରଖନ୍ତି। ଏହାକୁ ପାଲ ଘୋଡ଼ାଇ ରଖିଥାନ୍ତି। ପାଲ ଘୋଡ଼ାଇ ରଖିଥିବା ଧାନ ଖରାପ ହୁଏ, ସେଥିରୁ ନାଲି ଚାଉଳ ବାହାରେ ା ନାଲି ଚାଉଳର ଦାମ ବହୁତ କମ୍‌ ା ବଜାରରେ ଧଳା ଚାଉଳର ପ୍ରକୃତ ମୂଲ୍ୟ କିଲୋ ପ୍ରତି ୩୦ଟଙ୍କା ହୋଇଥିବା ବେଳେ ନାଲି ଚାଉଳର ଦାମ ମାତ୍ର ୧୭ଟଙ୍କା। ଏହି ନାଲି ଚାଉଳ ଗୋଖାଦ୍ୟ ପ୍ରସ୍ତୁତକାରୀ କାରଖାନାକୁ ଯୋଗାଣ ହୋଇଥାଏ। ସେମାନେ ଏହାକୁ ଗୁଣ୍ଡ କରି ଗୋଖାଦ୍ୟ ସହିତ ମିଶାଇ ବଜାରକୁ ଛାଡ଼ି ଥାନ୍ତି। ଯାହାକୁ ଫିଡ଼୍‌ -୧ ଗ୍ରେଡ଼୍‌ ଚାଉଳ ବୋଲି କୁହାଯାଏ। ପୂର୍ବରୁ ଏହି ଚାଉଳକୁ ଦୁଇ ଦୁଇଥର ପଣ୍ୟାଗାର ତରଫରୁ ନାକଚ କରାଯାଇ ମିଲରମାନଙ୍କୁ ଫେରାଇ ଦିଆଯାଇଛି। ଚଳିତ ଥର କିପରି ଭାବେ ଏହି ଚାଉଳ ସଂଗ୍ରହ କରାଗଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି ା ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି। ଗତ ମାସରେ ପାଖାପାଖି ୪ଗୋଟି ମିଲରୁ ୩ହଜାର ମେଟ୍ରିକ୍‌ ଟନ୍‌ ନାଲି ଚାଉଳ ସଂଗ୍ରହ କରାଯାଇଛି। ଏହାକୁ କିପରି ସଂରକ୍ଷିତ କରିବା ପାଇଁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ପଣ୍ୟାଗାରରେ ୨ଜଣ ଚାଉଳ ନିରୀକ୍ଷକ ଥିବାବେଳେ କିପରି ଏହାକୁ ନାକଚ କଲେ ନାହିଁ ତାହା ସନ୍ଦେହ ଘେରରେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ପଣ୍ୟାଗାର ନିଗମର ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି, ସମସ୍ତଙ୍କ ମତାମତ ନେଇ ଚାଉଳ ରଖିବାକୁ ଅନୁମତି ମିଳିଛି। ତେବେ ମୋ ଶରୀର ଅସୁସ୍ଥ ଥିବା ହେତୁ ଆମ ନିରୀକ୍ଷକମାନେ ପରୀକ୍ଷା କରିଛନ୍ତି କି ନାହିଁ ସେ ସମ୍ପର୍କରେ ମୁଁ ଠିକ୍‌ ଭାବେ କହି ପାରିବି ନାହିଁ। ଜିଲା ଯୋଗାଣ ଅଧିକାରୀ ସଲ୍ଲା ଉଦ୍ଦିନ୍‌ ଖାଁ କୁହନ୍ତି, ମୋ ନିକଟକୁ ଏ ସମ୍ପର୍କରେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri