ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ ଥିବା ହେତୁ ସମସ୍ତ ହିତାଧିକାରୀଙ୍କୁ ଚାଉଳ ଯୋଗାଣ କରାଯାଉଛି। ତେବେ ବଡ଼ ଆଶ୍ଚର୍ଯ୍ୟର କଥା ସରକାରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି କି ସୁନ୍ଦର ଓ ସଫା ଚାଉଳ ହିତାଧିକାରୀମାନଙ୍କୁ ଦିଆଯିବ। ନାଲି ଚାଉଳକୁ ନାକଚ କରାଯିବ। ଚଳିତ ମାସରେ ଯାଜପୁର ଜିଲା ଧାନମଣ୍ଡଳ ପଣ୍ୟାଗାରରୁ ନାଲି ଚାଉଳ ଯୋଗାଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏହି ଚାଉଳ ଫିଡ୍‌-୧ ଗ୍ରେଡ୍‌ର ହୋଇଥିବା ବେଳେ ଏହା ଗୋଖାଦ୍ୟ ପାଇଁ ପ୍ରଜୁଯ୍ୟ। ଗୋଖାଦ୍ୟ ପାଇଁ ପ୍ରଜୁଯ୍ୟ ଚାଉଳକୁ କିପରି ହିତାଧିକାରୀମାନଙ୍କୁ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିବା ସହିତ ଧାନମଣ୍ଡଳସ୍ଥିତ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ୧ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏହା ସହିତ ଆସନ୍ତା ୩ମାସ ପାଇଁ ମାଗଣା ଚାଉଳ ଦେବାକୁ ଉଭୟ ସରକାର ଘୋଷଣା କରିଛନ୍ତି। ଏହାର ସୁଯୋଗ ନେଇ ଧାନମଣ୍ଡଳସ୍ଥିତ ପଣ୍ୟାଗାର ନିମ୍ନମାନର ଚାଉଳ ଯୋଗାଣ କରିଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳଠାରେ ଥିବା ରାଜ୍ୟ ପଣ୍ୟାଗାର ନିଗମର ସଂରକ୍ଷଣ କ୍ଷମତା ହେଉଛି ୧୧ହଜାର ମେଟ୍ରିକ୍‌ ଟନ୍‌। ଏଠାରୁ ବଡ଼ଚଣା, ଧର୍ମଶାଳା, ବରୀ ଓ ରସୁଲପୁର ବ୍ଲକକୁ ଚାଉଳ ଯୋଗାଣ ହୋଇଥାଏ। ଏହି ଯୋଗାଣ ପାଇଁ ୩ ଜଣ ଠିକାଦାର ନିଯୁକ୍ତି ହୋଇଛନ୍ତି।
ରବିବାର ଚାଉଳ ଯୋଗାଣ ସମ୍ପର୍କରେ ପଣ୍ୟାଗାରର ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ ଯେ ବର୍ଷ ଶେଷ ସମୟ ହୋଇଥିବାରୁ ରାଇସ୍‌ ମିଲଗୁଡ଼ିକରେ ଗଚ୍ଛିତ ରହିଥିବା ଧାନ ଲାଲ ପଡ଼ିଯାଏ । ସେଥିପାଇଁ ଚାଉଳ ଲାଲ ହୋଇ ଆସୁଛି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଇସ୍‌ ମିଲର ଆବଶ୍ୟକ ଗୋଦାମ ଗୃହ ନ ଥିବାରୁ ସେମାନେ କିଛି ଧାନ ଗୋଦାମ ଗୃହରେ ରଖୁଥିବା ବେଳେ ବହୁପରିମାଣରେ ଧାନ ବାହାରେ ଗଦା କରି ରଖନ୍ତି। ଏହାକୁ ପାଲ ଘୋଡ଼ାଇ ରଖିଥାନ୍ତି। ପାଲ ଘୋଡ଼ାଇ ରଖିଥିବା ଧାନ ଖରାପ ହୁଏ, ସେଥିରୁ ନାଲି ଚାଉଳ ବାହାରେ ା ନାଲି ଚାଉଳର ଦାମ ବହୁତ କମ୍‌ ା ବଜାରରେ ଧଳା ଚାଉଳର ପ୍ରକୃତ ମୂଲ୍ୟ କିଲୋ ପ୍ରତି ୩୦ଟଙ୍କା ହୋଇଥିବା ବେଳେ ନାଲି ଚାଉଳର ଦାମ ମାତ୍ର ୧୭ଟଙ୍କା। ଏହି ନାଲି ଚାଉଳ ଗୋଖାଦ୍ୟ ପ୍ରସ୍ତୁତକାରୀ କାରଖାନାକୁ ଯୋଗାଣ ହୋଇଥାଏ। ସେମାନେ ଏହାକୁ ଗୁଣ୍ଡ କରି ଗୋଖାଦ୍ୟ ସହିତ ମିଶାଇ ବଜାରକୁ ଛାଡ଼ି ଥାନ୍ତି। ଯାହାକୁ ଫିଡ଼୍‌ -୧ ଗ୍ରେଡ଼୍‌ ଚାଉଳ ବୋଲି କୁହାଯାଏ। ପୂର୍ବରୁ ଏହି ଚାଉଳକୁ ଦୁଇ ଦୁଇଥର ପଣ୍ୟାଗାର ତରଫରୁ ନାକଚ କରାଯାଇ ମିଲରମାନଙ୍କୁ ଫେରାଇ ଦିଆଯାଇଛି। ଚଳିତ ଥର କିପରି ଭାବେ ଏହି ଚାଉଳ ସଂଗ୍ରହ କରାଗଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି ା ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି। ଗତ ମାସରେ ପାଖାପାଖି ୪ଗୋଟି ମିଲରୁ ୩ହଜାର ମେଟ୍ରିକ୍‌ ଟନ୍‌ ନାଲି ଚାଉଳ ସଂଗ୍ରହ କରାଯାଇଛି। ଏହାକୁ କିପରି ସଂରକ୍ଷିତ କରିବା ପାଇଁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ପଣ୍ୟାଗାରରେ ୨ଜଣ ଚାଉଳ ନିରୀକ୍ଷକ ଥିବାବେଳେ କିପରି ଏହାକୁ ନାକଚ କଲେ ନାହିଁ ତାହା ସନ୍ଦେହ ଘେରରେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ପଣ୍ୟାଗାର ନିଗମର ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି, ସମସ୍ତଙ୍କ ମତାମତ ନେଇ ଚାଉଳ ରଖିବାକୁ ଅନୁମତି ମିଳିଛି। ତେବେ ମୋ ଶରୀର ଅସୁସ୍ଥ ଥିବା ହେତୁ ଆମ ନିରୀକ୍ଷକମାନେ ପରୀକ୍ଷା କରିଛନ୍ତି କି ନାହିଁ ସେ ସମ୍ପର୍କରେ ମୁଁ ଠିକ୍‌ ଭାବେ କହି ପାରିବି ନାହିଁ। ଜିଲା ଯୋଗାଣ ଅଧିକାରୀ ସଲ୍ଲା ଉଦ୍ଦିନ୍‌ ଖାଁ କୁହନ୍ତି, ମୋ ନିକଟକୁ ଏ ସମ୍ପର୍କରେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ,ପରିଚୟ ଖୋଜୁଛି ପୋଲିସ

ବରୀ,୧୯।୯(ଡି.ଏନ.ଏ): ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଏକ ମୃତଦେହ ଭାସୁଥିଲା। ରାମଚନ୍ଦ୍ରପୁର ନିକଟସ୍ଥ ରାମେଶ୍ୱର ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତଦେହ...

ସଡ଼କ ସୁରକ୍ଷା ଦିଗରେ ଟାଟାଷ୍ଟିଲର ପଦକ୍ଷେପ

ଢେଙ୍କାନାଳ ଅଫିସ,୩।୫ ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାରଖାନା ଭିତରକୁ ଆସୁଥିବା ଟ୍ରକ୍‌ଗୁଡିକୁ ପାର୍କିଂସ୍ଥାନ ଯୋଗାଇଦେବା ନିମନ୍ତେ...

ପୂର୍ବ ଶତ୍ରୁତାରୁ ସୋଲ କାରିଗରଙ୍କୁ ହତ୍ୟା

ପୁରୀ ଅଫିସ,୨୬।୭: ପୁରୀରେ ଦିନକୁ ଦିନ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରବିବାର ବାସେଳି ସାହି ଥାନା ଅନ୍ତର୍ଗତ ବଡ଼ପୋଖରୀ ଜାଗା ନିକଟରେ ଜଣେ ସୋଲ...

ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ଇଭିଏମ୍‌ ଓ ଅନ୍ୟାନ୍ୟ କାଗଜପତ୍ର ସହ...

ଲୁଚାଯାଉଛି ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୪।୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ ‘ରାଜ୍ୟକୁ ପ୍ରଦୂଷିତ କର ବୋର୍ଡ’ ବୋଲି ଯାହା ଉପହାସ କରାଯାଉଛି, ତାହା ସତ୍ୟ ମନେହେଉଛି। କାରଣ...

ଗହଳି କମାଇବ ଗାଇଡଲାଇନ୍‌

ପରିକ୍ଷିତ ସାହୁ ବଇଣ୍ଡା,୧ା୯(ଡି.ଏନ.ଏ.) – ଏଣିକି ଆଉ ତରବର ହେବେନି ବ୍ୟବସାୟୀ। ବଜାରରେ ଗହଳି ଜମାଇବେନି ଜନସାଧାରଣ। ନାଇଟ୍‌ କର୍ଫ୍ୟୁ ମଧ୍ୟ ସେତେଟା ପ୍ରଭାବିତ କରିବନି...

ଉଦ୍‌ଯାପିତ ହେଲା ଭାଜପା ପ୍ରଶିକ୍ଷଣ ଶିବିର

କୁଆଁରମୁଣ୍ଡା,୧୪।୧୨(ଡି.ଏନ.ଏ.) ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି କମ୍ୟୁନିଟି ସେଣ୍ଟର ପରିସରରେ ଚାଲିଥିବା ଭାଜପାର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି ା ପୂର୍ବତନ...

ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି ହାତୀ

ଚମ୍ପୁଆ, ୧୬।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ଉପାନ୍ତ ଚମ୍ପୁଆ ସେକ୍ସନ ଅଧୀନ ବନାଞ୍ଚଳରେ ମାସେ ହେବ ହାତୀ ଉପଦ୍ରବ ଜାରିିରହିଛି। ସେମାନେ ଦିନରେ ଝାଡଖଣ୍ଡ ବନାଞ୍ଚଳରେ...

Advertisement
Archives

Model This Week