ଆମ ଜିଲା ଖବର

ବଲାଙ୍ଗୀରରେ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ, ୨ ଆହତ

ବଲାଙ୍ଗୀର ଅଫିସ,୨୧।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକ ନିକଟରେ ଶନିବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ର ଶ୍ରୀକାନ୍ତ ବାଗ (୩୦)। ଅନ୍ୟ ଦୁଇ ଆହତ ଚିତ୍ତରଞ୍ଜନ ମହାନ୍ତି ଓ ସାଧୁ କୁମାର ନାଏକଙ୍କୁ…

ଯୁବକଙ୍କୁ କଚାଡି ମାରିଲା ଦନ୍ତା

ନୀଳଗିର,୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନିଳଗିରି ବ୍ଳକ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ରାସ୍ତା ମଝିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ କଚାଡି ମାରି ଦେଇଛି। ସେ ହେଲେ ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ବାରାଗଡିଆ ଗ୍ରାମର ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ସିଂ(୨୫)।…

ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି କମାର ସେବକ

ପୁରୀ ଅଫିସ,୨୧।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୩ ରଥର ୪୨ ଚକ ମଧ୍ୟରୁ ୧୮ଟି ଚକ ସମ୍ପୂର୍ଣ୍ଣ ହୋଇଛି…

‘ପଞ୍ଚାୟତ ନିର୍ବାଚନର ଅଭିଜ୍ଞତା ଉପନିର୍ବାଚନରେ ସହାୟକ ହେବ’

ଝାରସୁଗୁଡ଼ା ଅଫିସ,୨୧ା୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ବିଜୟୀ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏଥିରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଓ ଦଳୀୟ ନେତୃବୃନ୍ଦ ସାଙ୍ଗରେ କର୍ମୀଙ୍କୁ ଧରି ଲାଗି ପଡ଼ିଛନ୍ତି। ଏଭଳି ସ୍ଥିତିରେ…

୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା

ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି ଶୋଚନୀୟ ହୋଇପଡ଼ିଛି ସଡ଼କ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତରୁ ମଇମୁରା ପଞ୍ଚାୟତକୁ…

ଆଜିଠାରୁ ମାଟ୍ରିକ ଖାତାଦେଖା

ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ଯାଏ ଚାଲିବ।…

ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ ବାଟବଣା ହୋଇ ବସ୍‌ଷ୍ଟାଣ୍ଡ ଆଡ଼କୁ ପଳାଉଛନ୍ତି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ଘୂରି…

ଆହୁରି ଆକର୍ଷଣୀୟ ହେବ ହିଙ୍ଗୁଳା ଯାତ୍ରା

ତାଳଚେର,୨୧।୫(ନି.ପ୍ର) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଚଳିତବର୍ଷର ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ଆସନ୍ତା ବର୍ଷ ଏହାକୁ ଆହୁରି ଜାକ୍‌ଜମକର ସହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ ଅଫିସ,୨୧।୫: ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ସକାଳୁ ପୁରୀରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।…

ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ

ପୁରୀ ଅଫିସ, ୨୧।୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗୁରୁକୁଳ ସବ୍‌କମିଟି ବୈଠକ ବସିବ।…

ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ସଂଗ୍ରହ ହେବ ଧାନ

ବାଲେଶ୍ୱର ଅଫିସ, ୨୧।୫ ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ ସଦର ବ୍ଲକ ସାରଗାଁ ସମବାୟ ସମିତିରେ ଏହାର ଉଦ୍‌ଘାଟନ କରିଥିଲେ। ପାଇଁ ଏହି ଧାନ…

ହୋଲ୍ଡିଂ ଟିକସ ବୃଦ୍ଧିକୁ ବିରୋଧ

ବାରିପଦା ଅଫିସ,୨୧।୫ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ଅଞ୍ଚଳରେ ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରତିବାଦରେ ଭଞ୍ଜସେନାର ଏକ ପ୍ରତିନିଧି ଦଳ ଶୁକ୍ରବାର ପୌରାଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛନ୍ତି। ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଟିକସ ବୃଦ୍ଧି ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri